Odisha news

ବ୍ଳକ ସ୍ତରୀୟ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଜଳେଶ୍ୱରର କୁନି ପିଲା ଜାତୀୟ ସ୍ତରରେ ଟେକରଖିବା ଲାଗି ମନ୍ତ୍ରୀଙ୍କ ଆହ୍ୱାନ

0

ଜଳେଶ୍ୱର-୦୯/୦୯ : ଜଳେଶ୍ୱର ବ୍ଲକ ସ୍ତରୀୟ ଚଳିତବର୍ଷର ୨ ଦିନିଆ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଶିଖରପୁରସ୍ଥିତ ଶ୍ରୀଶ୍ରୀବରାଳବାଲୁକେଶ୍ୱର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହୋଇଛି । ଏଥିରେ ଏବିଇଓ ସୁଶାନ୍ତ ଜେନା ସଭାପତିତ୍ୱ କରିଥିଲେ । ଉଦ୍ଘାଟକ ଭାବେ ରାଜ୍ୟ ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ଅଶି୍ୱନୀ କୁମାର ପାତ୍ର ଯୋଗ ଦେଇ ଜଳେଶ୍ୱରର ଛାତ୍ରଛାତ୍ରୀ ଜାତୀୟ ସ୍ତରରେ ଟେକ ରଖିବାକୁ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା ଯୋଗ ଦେଇ ଚଳିତବର୍ଷ କୃତୀ ଛାତ୍ରଛାତ୍ରୀଙ୍କୁ ପଂଚାୟତ ସମିତି ପକ୍ଷରୁ ସ୍ୱତନ୍ତ୍ରଭାବେ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯିବ ବୋଲି କହିଥିଲେ । ବ୍ଲକ କ୍ରୀଡାକମିଟି ସଂପାଦକ ହରମୋହନ ମହାନ୍ତ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସମ୍ମାନୀତ ଅତିଥିଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଅଜୟ କୁମାର ଜେନା ଓ ଜ୍ୟୋସ୍ନାରାଣୀ ପ୍ରଧାନ, ସରପଂଚ ବିଦ୍ୟାଧର ମଲ୍ଲିକ, ବ୍ଲକ ଉପାଧ୍ୟକ୍ଷା ସଂଚିତା ସେନାପତି, ଓଷ୍ଟା ଜିଲ୍ଲା ସଭାପତି ମନୋରଂଜନ ଦାସ, ପ୍ରଧାନ ଶିକ୍ଷୟିତ୍ରୀ ରଜନୀ ହାଁସଦା, ମଧୁସୂଦନ ସେନାପତି, ଶ୍ରୀକାନ୍ତ ଦାସ, ଡ. ଅଜିତ୍ ମହାନ୍ତି, ସୁକୁମାର ମିଶ୍ର, ବଂଶୀଧର ବାରିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସରୋଜ କୁମାର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସିଦେ୍ଧଶ୍ୱର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ୧୪ବର୍ଷରୁ କମ୍ ୧୫୦ଜଣ ଓ ମାଧ୍ୟମିକ ସ୍କୁଲ ସ୍ତରୀୟ ୧୭ବର୍ଷରୁ କମ୍ ୪୨ଟି ବିଦ୍ୟାଳୟର ୫ଶହ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିବା ଜଣାଯାଇଛି । କାର୍ଯ୍ୟକ୍ରମକୁ ହେମନ୍ତ କର, ଅରୁଣ ପଣ୍ଡା, ପଲ୍ଲବ ଡଗର, ଶିବକୃଷ୍ଣ ଦେ, ଅମଳନେ୍ଦୁ ରାଉତ, ରବିନ୍ଦ୍ର ବେହେରା, ଦିପକ ଭଂଜ, ଝଲକରାଣୀ ପାତ୍ର, ସମିତା ପଟ୍ଟନାୟକ, ସ୍ନିଗ୍ଧା ଜେନା, ନିର୍ମଳା ପାତ୍ର, ସୁଲୋଚନା ପାତ୍ର ପ୍ରମୁଖ ଖେଳ ଶିକ୍ଷକ ପରିଚଳନା କରିଥିଲେ ।

Ad2
Leave A Reply