ଜଳେଶ୍ୱର-୦୬/୦୯: ସମଗ୍ର ଦେଶରେ ଥିବା ଜୀବନ ବୀମା ନିଗମ ମଧ୍ୟରୁ ଜଳେଶ୍ୱର ଶାଖା ଚଳିତବର୍ଷ ଜୁଲାଇ ଓ ଅଗଷ୍ଟ ମାସରେ ସର୍ବାଧିକ ପଲିସି ଜମାକରି ରେକର୍ଡ ସୃଷ୍ଟି କରିଛି । ମଙ୍ଗଳବାର ଶାଖା ପରିଚାଳକ ଦିଲ୍ଲୀପ କୁମାର ବିହାରୀ ଏ ସଂପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଆଗାମୀ ଦିନରେ ଜଳେଶ୍ୱର ଶାଖା ଅନ୍ୟ କେତେକ ଇତିହାସ ରଚିବାକୁ ଯାଉଥିବାର କହିଥିଲେ । ଗତ ତା୨୩-୨-୯୨ରିଖରେ ଜଳେଶ୍ୱର ଶାଖା ପ୍ରତିଷ୍ଠା କରାଯାଇଥିଲା । ଏବେ ଦେଶରେ ୨୦୪୮ଟି ଶାଖା କାର୍ଯ୍ୟ କରୁଥିବା ବେଳେ ଜଳେଶ୍ୱର ଶାଖା ଚଳିତ ବର୍ଷ ଜୁଲାଇ ୧୪ତାରିଖରେ ମୋଟ ୧୪୧୪ ପଲିସି ଜମାକରି ଦେଶରେ ପ୍ରଥମ ହୋଇଥିଲା । ପଲିସି ଗୁଡିକର ଜମାଟଙ୍କା (ସାମ୍ଏସିଓଡ) ୨୦,୫୮,୯୨,୦୦୦ ଜମା ହୋଇଥିଲାା ଏ ସଂପର୍କରେ ସର୍ବଭାରତୀୟ ସ୍ତରରେ କର୍ପୋରେସନ ପକ୍ଷରୁ ଜଳେଶ୍ୱର ଶାଖାକୁ ଶୁଭେଚ୍ଛା ବାର୍ତ୍ତା ଦିଆଯାଇଥିଲା । ସେହିପରି ଅଗଷ୍ଟ ୧୫ତାରିଖରେ ଜଳେଶ୍ୱର ଶାଖା ପକ୍ଷରୁ ୧୬ତମ ଜନ୍ମ ଦିନ ଅବସରରେ ୧୬୧୬ ପଲିସି ଜମା ଦେଇ ପୁଣି ଏକ ରେକର୍ଡ ସୃଷ୍ଟି କରାଯାଇଛି । ମୋଟ ଜମାରାଶି (ସାମ୍ଏସିଓଡ)୨୬,୭୭,୨୫,୦୦୦ଟଙ୍କା ଜମା କରିବାରେ ସଫଳ ହୋଇଥିବା ଶାଖା ପରିଚାଳକ ଶ୍ରୀ ବିହାରୀ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ଏହା ବ୍ୟତୀତ ଏହି ଶାଖାର ମୁଖ୍ୟ ଉପଦେଷ୍ଟା ତପନ କୁମାର ପରିଡା କଟକ ଡିଭିଜନ ଅଧିନରେ ସର୍ବାଧିକ ୧୨୩ଟି ପଲିସି ଜମା କରି ରେକର୍ଡ ସୃଷ୍ଟି କରିଛନ୍ତି । ଆଗାମୀ ଦିନରେ ଜଳେଶ୍ୱର ଶାଖା ଅନ୍ୟ କେତେକ କ୍ଷେତ୍ରରେ ଇତିହାସ ସୃଷ୍ଟିକରିବାକୁ ଯାଉଥିବା ସଂପର୍କରେ ଶ୍ରୀ ବିହାରୀ ସାମ୍ବାଦିକ ମାନଙ୍କୁ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଉପପ୍ରବନ୍ଧକ ଶରତ କୁମାର ପଣ୍ଡା ଉପସ୍ଥିତ ଥିଲେ ।
