ଆମେରିକୀୟ ସ୍ପେସ ଏଜେନ୍ସି (NASA ) ସବୁବେଳେ ବ୍ରହ୍ମାଣ୍ଡ ରୁ ସ୍ପେସ ଟେଲିସ୍କୋପ ଦ୍ୱାରା ଉତୋଳନ ହୋଇଥିବା ସୁନ୍ଦର ଓ ଆଶ୍ଚର୍ଯ୍ୟଜନକ ଫଟୋ ସେୟାର କରିଥାଏ l ଆମ ବ୍ରହ୍ମାଣ୍ଡ ମଧ୍ୟ ଅଦ୍ଭୁତ ଓ ଅଦ୍ଵିତୀୟ ଅଟେ l କେବେକେବେ ନାସା ଦ୍ୱାରା ସେୟାର କରାଯାଇଥିବା ଫଟୋ ମଧ୍ୟ ଖୁବ ସୁନ୍ଦର ଓ ଆଶ୍ଚର୍ଯ୍ୟଜନକ ହୋଇଥାଏ l ନିକଟରେ ନାସା ପକ୍ଷରୁ ଗୋଟିଏ ଫଟୋ ସେୟାର କରାଯାଇଥିଲା, ଯାହାକି ଚର୍ଚ୍ଚା ସାଉଁଟି ଥିଲା l ବିଶେଷ କଥାଟି ହେଲା ବ୍ରହ୍ମାଣ୍ଡର ଏହି ଦୃଶ୍ୟ ଆଶ୍ଚର୍ଯ୍ୟଜନକ ହେବା ସହିତ ଧାର୍ମିକ ମଧ୍ୟ ଅଟେ l ଏହି କାରଣ ଟି ହେଲା ଏହି ଫଟୋ କୁ ଲୋକେ ‘ଭଗବାନଙ୍କ ହାତ’ ବୋଲି କହୁଛନ୍ତି l ନାସା ଦ୍ୱାରା ପଠାଯାଇଥିବା ଏହି ଫଟୋ କୁ ଲକ୍ଷ ଲକ୍ଷ ଲୋକେ ପସନ୍ଦ କରୁଛନ୍ତି l
ଭଗବାନ ଙ୍କ ହାତ –
NASA ଦ୍ୱାରା ଅନ୍ତରୀକ୍ଷରୁ ପଠାଯାଇଥିବା ଏହି ଫଟୋ ଓ ଭଗବାନ ଙ୍କ ହାତ ବୋଲି କୁହାଯାଉଛି l ଏହି ଫଟୋ ରେ ଦେଖିବାକୁ ମିଳୁଛି ଯେ ବ୍ୟାକଗ୍ରାଉଣ୍ଡ ରେ ଗାଢ଼ କଳା ଓ ଚମକୁ ଥିବା ଅନ୍ତରୀକ୍ଷ ଦେଖା ଯାଉଛି ଓ ସେଥିରେ ଗୋଲଡେନ କଲର ର କିଛି ସରାଂଚନା ଦେଖାଯାଉଛି l ଯାହାକି ଦେଖିବା ପାଇଁ ହାତ ଆକାରର ଲାଗୁଛି l ନେବୁଲା ଅଫ ଏନର୍ଜି ର ଏହି ଫଟୋ ରେ ହାତ ପାପୁଲି ରୁ ନେଇ ଆଙ୍ଗୁଳି ର ସରଙ୍ଗଚନା ସମ୍ପୂର୍ଣ ସ୍ପଷ୍ଟ ଦେଖା ଯାଉଛି l ତେଣୁ ଲୋକେ ଏହାକୁ ଭଗବାନ ଙ୍କ ହାତ କହୁଛନ୍ତି l ଏହି ସାରଂଚନା ଶୂନ୍ୟରୁ ଆସିଥିବା ଭଳି ଲାଗୁଛି l ଲାଗୁଚି ସତେ ଯେମିତି କୌଣସି ଅଦୃଶ୍ୟ ଶକ୍ତି ଆଶୀର୍ବାଦ ଦେଉଛି l ବିଶେଷ କଥାଟି ହେଲା ଏହି ଫଟୋ ରେ ଦେଖିବାକୁ ମିଳୁଛି ଯେ ଭଗବାନ ଯେପରି ଆଶୀର୍ବାଦ ଦେଉଛନ୍ତି l ଏହି ଫଟୋ ଦ୍ୱାରା ଅନ୍ତରୀକ୍ଷ ବାହାର ସୌନ୍ଦର୍ଯ୍ୟ ନଜର ଆସୁଛି l
ଭଗବାନ ଙ୍କ ହାତର ରହସ୍ୟ –
ନାସା ଦ୍ୱାରା ଇନ୍ଷ୍ଟଗ୍ରାମ ରେ ଦିଆଯାଇଥିବା ଏହି ଫଟୋକୁ କୁହାଯାଇଛି ଯେ ଚମକୁଥିବା ଓ ଗୋଲଡେନ କଲର ଦେଖାଯାଉଥିବା ଏହି ଫଟୋ ଟି ହେଉଛି ଏନର୍ଜି ର ନେବୁଲା ଅଟେ, ଯାହାକୁ PSR B1509-58 ନାମରେ ନାମିତ l ଏହା ସେଥିରୁ ବ୍ୟାପିଥିବା ପାର୍ଟିକିଲ୍ସ ର ଗୋଟିଏ ଅଂଶ ଅଟେ l ଏହାର ଡ଼ାଈମିଟର ପାଖାପାଖି ୧୯ କିଲୋମିଟର ଅଟେ ଓ ଏହା ପ୍ରତି ୭ ସେକେଣ୍ଡ ରେ ଘୁରି ଥାଏ l ଏହା ପୃଥିବୀ ଠାରୁ ପ୍ରାୟ ୧୭ ହଜାର ବର୍ଷ ଦୂର ଅଟେ l
ବୈଜ୍ଞାନିକ ଙ୍କ ମତ ଅନୁସାରେ