Odisha news

ସାନ ଭାଇକୁ ବଞ୍ଚାଇ ଭାସିଗଲା ବଡ଼ଭାଇ ଆକାଶ  ନିରାକାରପୁରରେ ଶୋକାକୁଳ ପରିବେଶ 

0
ନିରାକାରପୁର, ୩/୯: ଗତକାଲି ଭୁବନେଶ୍ୱରରୁ ବାପା ଓ ମାଆ କୁ ଖଣ୍ଡଗିରି ଯାଉଛୁ ମିଛ କହି କଟକ ବାଙ୍କୀ ତ୍ରିଶୁଳିଆ ନିକଟସ୍ଥ ମହାନଦୀ କୂଳରେ ଅବସ୍ଥିତ ଦେବୀଦ୍ୱାର ନିକଟକୁ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପଞ୍ଚାୟତ ନନପଡା ସାହିର ଆର୍‌ପିଏଫ୍‌ ହେଡ୍ କନେଷ୍ଟବଲ୍ ଅରୁଣ କୁମାର ରାଉତରାୟଙ୍କ ବଡ଼ ପୁଅ ଆକାଶ କୁମାର ରାଉତରାୟ ଓ ତାଙ୍କ ସାନ ଭାଇ ପ୍ରକାଶ କୁମାର ରାଉତରାୟ ସମେତ କିଛି ପିଲାଙ୍କ ସହିତ ଭୋଜି କରିବାକୁ ଯାଇଥିଲେ। ଭୋଜି ଶେଷ ପରେ ଗାଧୋଇବା ପାଇଁ ପ୍ରଥମେ ସାନ ଭାଇ ପ୍ରକାଶ ନଦୀ କୁ ଯାଇଥିଲା। ହଠାତ୍ ସାନଭାଇ ପାଣିରେ ବୁଡି ଯାଉଥିବା ଦେଖି ଆକାଶ ପାଣି କୁ ଡେଇଁ ସାନ ଭାଇକୁ ଉଦ୍ଧାର କରିଦେଇଥିଲେ କିନ୍ତୁ ନିଜେ ଭାସି ଯାଇଥିଲେ। ଆଜି ତାଙ୍କର ମୃତ୍ୟୁ ଶରୀରକୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ବାପା ଅରୁଣ ଓ ପରିବାର ଲୋକ ପହଞ୍ଚି ଥିବାବେଳେ ସେଠାରେ ଏକ ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣା ପ୍ରଚାର ହେବ ପରେ ନିରାକାରପୁର ଅଂଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଛି। ସନ୍ଧ୍ୟା ରେ ଆକାଶ ଶବ ବ୍ୟବଚ୍ଛେଦ ହୋଇ ଜନ୍ମ ମାଟି ନିରାକାରପୁରକୁ ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।
Leave A Reply