ଆଠଗଡ଼ ତା ୦୩-୦୯-୨୩ । ଦୁଇ ଦିନିଆ ଶିକ୍ଷା ଜ୍ୟୋତି ସମ୍ମାନ ପ୍ରଦାନ ଅବସରରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଯୋଗଦେଇଥିଲେ। ମନ୍ତ୍ରୀ ଶ୍ରୀ ସ୍ୱାଇଁ କରିଥିଲେ ପ୍ରଚଳିତ ପୁରୁଣା ଶିକ୍ଷା ପଦ୍ଧତି ଅନୁଯାୟୀ ଆଜି ଭାରତ ର ବିଭିନ୍ନ ଲୋକ ବିଶ୍ଵ ର ବିଭିନ୍ନ ସ୍ଥାନରେ ପ୍ରମୁଖ ଦାଇତ୍ୱ ତୁଲାଉଛନ୍ତି। କିନ୍ତୁ ବର୍ତ୍ତମାନର ବିଶ୍ଵ ଗୁରୁ ବୋଲାଉଥିବା ବ୍ୟକ୍ତି ଶିକ୍ଷା କୁ ଧର୍ମ ସହିତ ଯୋଡି ଏହାର ଦିଗ କୁ ଵଦଳାଉ ଥିବାରୁ ଛାତ୍ର ଛାତ୍ରୀ ଅଭିଭାବକ ମାନେ ଏଥିପ୍ରତି ସଜାଗ ରହିବା ଦରକାର। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପ୍ରଫେସର ରାଧାନାଥ ତ୍ରିପାଠୀ ତାଙ୍କ ଅଭିଭାଷଣରେ ନୂଆ ଶିକ୍ଷା ନୀତି ର ସକରାତ୍ମକ ଦିଗ ଉପରେ ଆଲୋକପାତ କରିଥିଲେ। ପ୍ରଚଳିତ ଶିକ୍ଷା ପଦ୍ଧତି ଚାକିରି ଅଭିମୁଖି ହୋଇ ଥିବାରୁ ନୂଆ ଶିକ୍ଷା ପଦ୍ଧତି ରେ ଶିକ୍ଷା ର ଗୁଣ ମାନ ସହିତ ସମାଜ ପରିବର୍ତ୍ତନ ପାଇଁ ବିଦ୍ୟାର୍ଥୀ ଙ୍କୁ ସଠିକ ମାର୍ଗ ଦର୍ଶନ କରାଇବ ବୋଲି କହିଥିଲେ। ଆଠଗଡ଼ ଫୋରମ ଅଫ୍ ଏକାଡେମିକ୍ସ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡଃ ଦାମୋଦର ମହାପାତ୍ର ସଭାପତିତ୍ବ କରିଥିଲାବେଳେ ସମ୍ପାଦକ ଡଃ ଶଶୀଭୂଷଣ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଦଶ ଜଣ ଶିକ୍ଷକ,ପି ଏଚ ଡି ଧାରି, ଶତପ୍ରତିଶତ ଫଳ ପ୍ରଦାନ କରିଥିବା ବିଦ୍ୟାଳୟ, ନିର୍ବାଚନ ମଣ୍ଡଳୀ ର ୨୮୦ ଜଣ ମେଧାବୀ ଛାତ୍ର ଛାତ୍ରୀ, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ୬୨ ଜଣ କୃତି ଶିକ୍ଷାର୍ଥୀ ମାନଙ୍କୁ ଲାପଟପ୍ ପ୍ରଦାନ କରାଯାଇଥିଲା।