Odisha news

ଦରବୃଦ୍ଧି ନିୟନ୍ତ୍ରଣ କର ଓ ନିଯୁକ୍ତି ଦାବୀରେ ସିପିଏମ ର ଦେଶ ଵ୍ୟାପୀ ଅଭିଯାନ

0
ବ୍ରହ୍ମପୁର : ଆକାଶ ଛୁଆଁ ଦରବୃଦ୍ଧି ଓ ସର୍ଵକାଳୀନ ବେକାରୀ ବୃଦ୍ଧି ବିରୋଧରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଚାର ଅଭିଯାନ କରାଯିବ।ଆଜି ପାର୍ଟି ପକ୍ଷରୁ mkcg mcc ଛକ ଠାରେ ଏକ ପଥ ପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା ଓ ଶ୍ରମିକ ନେତା ପ୍ରତାପ ଚୌଧୁରୀ ଓ ବ୍ରହ୍ମପୁର ସମ୍ପାଦକ ଶିବ ପ୍ରସାଦ ମହାପାତ୍ର ବକ୍ତବ୍ୟ ଦେଇ କେନ୍ଦ୍ରର ମୋଦି ସରକାରଙ୍କ କର୍ପୋରେଟ ସପକ୍ଷବାଦୀ ନୀତି ଯୋଗୁଁ ଦରବୃଦ୍ଧି ଘଟିଛି ବୋଲି ଅଭିଯୋଗ କରିଥିଲେ।ରନ୍ଧନ ଗ୍ୟାସରେ ଦୁଇଶହ ଟଙ୍କା ହ୍ରାସ କରିବା ଲୋକଙ୍କୁ ଭୁଆଁ ବୁଲାଇବା ଛଡା ଅନ୍ୟ କିଛି ନାହିଁ ବୋଲି ସମାଲୋଚନା କରିଥିଲେ।କେନ୍ଦ୍ରର ମୋଦିସରକାର ପେଟ୍ରୋଲିୟମ ପଦାର୍ଥ ଉପରୁ ପ୍ରାୟ ଲକ୍ଷ ଲକ୍ଷ କୋଟି ଟିକସ ଆଦାୟ କରୁଛନ୍ତି କିନ୍ତୁ ପେଟ୍ରୋଲ ଡିଜେଲ ଓ ଗ୍ୟାସର ଦର କମାଉ ନାହାନ୍ତି।ଗତ 9 ବର୍ଷ ମଧ୍ୟରେ କେବଳ ଗ୍ୟାସରେ ହିଁ ପ୍ରତ୍ୟେକ ଗ୍ରହଙ୍କଠାରୁ ସର୍ବ ନିମ୍ନ 18 ହଜାର ଟଙ୍କା ଲୁଟି ନେଇଥିବା ଆକଳନ କରାଯାଇଛି।
ସେହିଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ସଂଶୋଧନ କରିବା, କର୍ପୋରେଟ ସଂସ୍ଥା ଗୁଡ଼ିକୁ ଖୁଚୁରା ଓ ଖାଦ୍ୟ ସାମଗ୍ରୀର ବିକ୍ରୀ ପାଇଁ ଅନୁମତି ଦେବା ଓ ଆଗୁଆ ବ୍ୟବସାୟୀ କୁ ଅନୁମତି ଦେବାଯୋଗୁଁ ଦର ବୃଦ୍ଧି ପାଇଛି ।କମ୍ପାନୀ ଗୁଡ଼ିକ ଲାଭ ଉଠାଉଛନ୍ତି ଏବଂ ଖାଉଟି ହନ୍ତ ସନ୍ତ ହେଉଛନ୍ତି।ତେଣୁ ସରକାର ଦରବୃଦ୍ଧି କାରୀ  ନୀତି ଗୁଡିକୁ ପ୍ରତ୍ୟାହାର କରିବା ପାଇଁ ଦବିକରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବାବୁଲା ନାୟକ, ଗୋକୁଳ ତ୍ରିପାଠୀ, ରଂଜନ ପାତ୍ର, ଲୋକନାଥ ଖୁଣ୍ଟିଆ, ହରି ନାହାକ, ଚିଟିବାବୁ, ଗୋପାଳ ପାଣିଗ୍ରାହୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
Leave A Reply