Odisha news

ଚାରଣ ଗୋଷ୍ଠୀ ର ଝୁଲଣ ଯାତ୍ରା ଉଦ୍ ଯାପିତ ; ଶ୍ରୀ ଶ୍ରୀ ଜଗନ୍ନାଥ କଥା ମୃତ ଜ୍ଞାନଯଜ୍ଞ  ର ଶୁଭାରମ୍ଭ

0

ଆସିକା :  ସ୍ଥାନୀୟ ଶ୍ରୀ ଶ୍ରୀ ଗୋପୀନାଥ ମନ୍ଦିରରେ ୨୬ ତାରିଖରୁ ଆରମ୍ଭ ହୋଇଥିବା ଝୁଲଣ ଯାତ୍ରା ଉଦଯାପିତ ହୋଇଛି।ଏହି ଅବସରରେ ଚାରଣ ଗୋଷ୍ଠୀ ଆସିକା ଶାଖା ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଶ୍ରୀ ରାମ ଚରିତ ମାନସ ପ୍ରବଚନ ର ଶେଷ ଦିବସ ରବିବାର ରେ ପ୍ରଭୁ ଶ୍ରୀ ରାମ ଓ ସୀତା ଙ୍କ ବିବାହ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି।ନୟାଗଡ଼ ରୁ ଆସିଥିବା କଥା ପ୍ରବଚକ ପଣ୍ଡିତ ଗୋପାଳ ଚନ୍ଦ୍ର ରାଜଗୁରୁଙ୍କ ମନୋଲୋଭା ତଥା ଯୁଗୋ ପୋଯୋଗୀ ଉଦାହରଣ ଯୁକ୍ତ ଶ୍ରୀ ରାମ ଚରିତ ମାନସ ବ୍ୟାଖ୍ୟା ଉପସ୍ଥିତ ଶ୍ରଦ୍ଧାଳୁ ଭକ୍ତ, ଆଧ୍ୟାତ୍ମିକ ପ୍ରେମୀ ଙ୍କୁ ବିମୋହିତ କରୁଛି। ସେହିପରି ପ୍ରବଚକ ଙ୍କ ଦୁଇ ସଙ୍ଗୀତ ଓ ବାଦ୍ୟ ସହଯୋଗୀ ସତ୍ୟପ୍ରିୟ ବିଶ୍ଵାଳ( ପୁରୀ) ଓ ସୁଦାମ ଚରଣ ସାହୁ( ଯାଜପୁର)ଙ୍କ ଭଜନ ଓ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ କୁ ରସାଳ ଓ ସ୍ମୃତି ମଧୁର କରିଛି। ଲୋକାଚାର ମତ ରେ ଆଜି ଶ୍ରଦ୍ଧାଳୁ ଭକ୍ତ ମାନେ ବର ଓ କନ୍ୟା ପକ୍ଷ ହୋଇ ବ୍ରାହ୍ମଣ ଓ ପଣ୍ଡିତ ଙ୍କ ଉପସ୍ଥିତି ରେ ପ୍ରଭୁ ଙ୍କ ବିବାହ ନୀତି ସମ୍ପନ୍ନ କରିବା ସହ ପ୍ରସାଦ ସେବନ କରିଥିଲେ।ସେହିପରି ପ୍ରବଚକ ଶ୍ରୀ ରାଜଗୁରୁ ୪ ତାରିଖ ଠାରୁ ୮ ତାରିଖ  ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ଜଗନ୍ନାଥ କଥା ମୃତ ଜ୍ଞାନଯଜ୍ଞ ନେଇ ପ୍ରବଚନ ଦେବା କାର୍ଯ୍ୟକ୍ରମ ପରେ ଜନ୍ମାଷ୍ଟମୀ,ନନ୍ଦୋଉତ୍ସବ,କୁଙ୍କୁମ ପୂଜା ଓ ସାମୁହିକ ପ୍ରସାଦ ସେବନ ର ପ୍ରସ୍ତାବ ରହିଛି।ଚାରଣ ଗୋଷ୍ଠୀ ଆସିକା ଶାଖାର ଦଳପତି  ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ ,ସମ୍ପାଦକ ଵିନୋଦ ପାତ୍ର, କୋଷାଧ୍ୟକ୍ଷ ବାବୁ ପାତ୍ର, ମୁଖ୍ୟ ସଂଗଠକ ସିମାଞ୍ଚଳ ରଥ, ପି. ତିରୁପତି ପାତ୍ର, କାମେଶ୍ୱର ଅଚାରୀ,ସୁରି ବିଶୋଇ,ଭଗବାନ ମହାରଣା, ଡି. ଲିଙ୍ଗରାଜ ପାତ୍ର, ଅଭିମନ୍ୟୁ ସେଠୀ, ପ୍ରଦୀପ ପରିଡ଼ା,ସୁରେଶ ପାତ୍ର,ମହିଳା ଶାଖା ର ସଭାନେତ୍ରୀ ଅନିତା ମିଶ୍ର,ଚାରଣ ଗୋଷ୍ଠୀ ଆସିକା ଶାଖାର ଉପଦେଷ୍ଟା  ସୁରେନ୍ଦ୍ରନାଥ ପଣ୍ଡା ଓ  ସତ୍ୟନାରାୟଣ ରଥଙ୍କ ସମେତ ବହୁ ସଭ୍ୟ ଓ ସହଯୋଗୀ ବିଭିନ୍ନ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।ଶତାଧିକ ମହିଳା, ସ୍ଥାନୀୟ ସଭ୍ୟ ଓ କର୍ମକର୍ତ୍ତା, ବହୁ ବୁଦ୍ଧିଜୀବୀ ପ୍ରତେହ  ପ୍ରବଚନ ରେ ଯୋଗ ଦେଇଛନ୍ତି।

Leave A Reply