ଆରମ୍ଭ ହେବାକୁ ଯାଉଛି ପିତୃପକ୍ଷ ଶ୍ରାଦ୍ଧ : ପିତୃପୁରୁଷ ଙ୍କୁ କେତେଦିନ ମଧ୍ୟରେ କରିବେ ଶ୍ରାଦ୍ଧ ତର୍ପଣ ଓ କେଉଁସବୁ କାର୍ଯ୍ୟ କରିବା ବର୍ଜନୀୟ ଅଟେ
ପିତୃ ଦୋଷ ରୁ ମୁକ୍ତିର ମହାପର୍ବ ପିତୃ ପକ୍ଷର ଆରମ୍ଭ ଭାଦ୍ରବ ପୂର୍ଣିମା ଠାରୁ ହେବାକୁ ଯାଉଛି l ସେହିଦିନ ପୂର୍ଣିମାର ଶ୍ରାଦ୍ଧ ଦିଆଯିବ l ପିତୃ ପକ୍ଷରେ ପିତୃ ପୁରୁଷ ଙ୍କ ପାଇଁ ଜଳ ତର୍ପଣ, ପିଣ୍ଡଦାନ, ଶ୍ରାଦ୍ଧ ଆଦି କରାଯାଇଥାଏ l ଯାହାଦ୍ୱାରା ଅସନ୍ତୁଷ୍ଟ ପିତୃ ପୁରୁଷ ପ୍ରସନ୍ନ ହୋଇ ଥାଆନ୍ତି ଓ ପିତୃ ଦୋଷ ରୁ ମୁକ୍ତି ମିଳିଥାଏ l ଏହି କାରଣରୁ ପିତୃ ପକ୍ଷରେ ପିତୃପୁରୁଷ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ହିନ୍ଦୁ ଧର୍ମରେ ଏହି ମହାପର୍ବ କୁ ପାଳନ କରାଯାଇଥାଏ l ପିତୃ ପକ୍ଷ ଶ୍ରାଦ୍ଧ ୧୬ ଦିନ ପର୍ଯ୍ୟନ୍ତ ପାଳିତ ହୋଇଥାଏ l
କେବେଠାରୁ ଆରମ୍ଭ ହେଉଛି ପିତୃପକ୍ଷ ଶ୍ରାଦ୍ଧ -:
କାଶୀର ଜ୍ୟୋତିଷ ଙ୍କ ଅନୁସାରେ ପିତୃପକ୍ଷର ଆରମ୍ଭ ଭାଦ୍ରବ ପୂର୍ଣିମା ଠାରୁ ଆରମ୍ଭ ହୋଇ ଆଶ୍ୱିନ ଅମାବାସ୍ୟା ପର୍ଯ୍ୟନ୍ତ ଚାଲିବ l ତେଣୁ ଏହି ୧୬ ଦିନ ପିତୃ ପୁରୁଷ ଙ୍କୁ ସମର୍ପିତ କରାଯାଇଛି l ଚଳିତ ବର୍ଷ ପିତୃପକ୍ଷ ସେପ୍ଟେମ୍ୱର ୨୯ ତାରିଖ ଠାରୁ ଆରମ୍ଭ ହେଉଛି l
– ଧାର୍ମିକ ମାନ୍ୟତା ଅନୁସାରେ ପିତୃପକ୍ଷ ରେ ପିତୃ ପୁରୁଷ ପୃଥିଵିଲୋକ କୁ ଆସି ଥାଆନ୍ତି ଏବଂ ନିଜ ବଂଶ ଦ୍ୱାରା ତର୍ପଣ ହୋଇଥିବା ପିଣ୍ଡରେ ସନ୍ତୁଷ୍ଟ ହୋଇ ଥାଆନ୍ତି l ଯେଉଁ ବ୍ୟକ୍ତିମାନେ ପିତୃ ପୁରୁଷ ଙ୍କୁ ସନ୍ତୁଷ୍ଟ କରି ପାରନ୍ତି ନାହିଁ , ସେମାନେ ତାଙ୍କ ଅସନ୍ତୋଷ ର ଶିକାର ମଧ୍ୟ ହୁଅନ୍ତି l ଯେଉଁ କାରଣରୁ ବ୍ୟକ୍ତି ଅନେକ ଦୁଃଖ ଦୁର୍ଦଶା ର ଶିକାର ହୋଇଥାଏ ଓ ସନ୍ତାନ ସୁଖରୁ ବଞ୍ଚିତ ହୋଇଥାଏ l
– ପିତୃପକ୍ଷ ରେ ମୃତକ ବ୍ୟକ୍ତିର ମୃତ୍ୟୁ ତିଥି ଅନୁସାରେ ପିଣ୍ଡଦାନ କରାଯାଇ ଥାଏ l ଏବଂ ସେହି ତିଥି ଅନୁସାରେ ପିତୃ ପକ୍ଷରେ ଶ୍ରାଦ୍ଧ ତର୍ପଣ କରାଯାଇ ଥାଏ l
– ପିତୃ ପକ୍ଷରେ ଶ୍ରାଦ୍ଧ ଦେବା ପାଇଁ ଯଦି ମୃତକ ଙ୍କ ତିଥି ଜଣାନାହିଁ ତେବେ ଆଶ୍ୱିନ ମାସର ଅମାବାସ୍ୟା ରେ ତିଳ ତର୍ପଣ କରିପାରିବେ l ଏହିଦିନ ଟିକୁ ସର୍ବ ପିତୃ ଅମାବାସ୍ୟା ନାମରେ ନାମିତ କରାଯାଇଛି l ଏହିଦିନ ସମସ୍ତ ଜ୍ଞାତ ଓ ଅଜ୍ଞାତ ସମସ୍ତ ବ୍ୟକ୍ତିଙ୍କର ପିଣ୍ଡଦାନ କରାଯାଇ ଥାଏ l
* ପିତୃ ପକ୍ଷରେ ଏହିସବୁ କାର୍ଯ୍ୟ କରନ୍ତୁ ନାହିଁ -:
– ପିତୃ ପକ୍ଷରେ କଦାପି ଏଭଳି କିଛି କାର୍ଯ୍ୟ କରିବା ଉଚିତ ନୁହେଁ, ଯାହାଦ୍ୱାରା ପିତୃପୁରୁଷ ଅସନ୍ତୁଷ୍ଟ ହେବେ l
– ଘରର ଗୁରୁଜନ ମାନଙ୍କର ଅବମାନନା କରନ୍ତୁ ନାହିଁ, ଏହାଦ୍ୱାରା ପିତୃପୁରୁଷ ଅସନ୍ତୁଷ୍ଟ ହେବେ ଓ ଦୁଖୀ ରୋଗୀ ଙ୍କ ଙ୍କ ପ୍ରତି ଦୟା କରିବା ଉଚିତ l
– ହିନ୍ଦୁ ଧର୍ମରେ ଜୀବ ହତ୍ୟା ମହାପାପ ଅଟେ, ତେଣୁ ପିତୃ ପକ୍ଷରେ ଜୀବଜନ୍ତୁ ଙ୍କ ସେବା ଶୁଶ୍ରୁଷା କରିବା ଜରୁରୀ l
– ପିତୃ ପକ୍ଷର ୧୬ ଦିନ ପର୍ଯ୍ୟନ୍ତ ଘର ଅନ୍ଧାର ରଖିବା ଉଚିତ ନୁହେଁ , ପିତୃପୁରୁଷ ଆତ୍ମାର ସଦଗତି ପାଇଁ ନିୟମିତ ଘର ଅଗଣା ରେ ଦୀପ ଟିଏ ଦେବା ଜରୁରୀ l
– ପିତୃ ପକ୍ଷ ଚାଲିଥିବା ସମୟରେ କୌଣସି ଭିକ୍ଷୁକ କୁ ଘର ଦୁଆର ମୁହଁରୁ ଖାଲି ହାତରେ ଫେରନ୍ତୁ ନାହିଁ l ଦାନ ର ବିଶେଷ ମହତ୍ୱ ଏହି ସମୟରେ ରହିଥାଏ l