Odisha news

୫ ଟି ସଚିବ କାର୍ତ୍ତିକେୟନ ପାଣ୍ଡିଆନ ଙ୍କ ତିନି ଦିନିଆ ଗଞ୍ଜାମ ଗସ୍ତ

0

୫ ଟି ସଚିବ କାର୍ତ୍ତିକେୟନ ପାଣ୍ଡିଆନ ଙ୍କ ତିନି ଦିନିଆ ଗଞ୍ଜାମ ଗସ୍ତରେ ଆସୁଥିବା ସହ ୨୫ ତାରିଖରେ ଗୋପାଳପୁର ନିର୍ବାଚନମଣ୍ଡଳୀ ର କନିସି ବାଲାଜୀ ବିଦ୍ୟାପୀଠ ଖେଳ ପଡିଆ ଠାରେ ଜନ ଶୁଣାଣି କର୍ଯ୍ୟକ୍ରମ ସନ୍ଧ୍ୟା ୪ଘଣ୍ଟା ୧୫ମିନିଟରୁ ୫ଟା ଯାଏଁ ରହିଛି। ଏଥି ନିମନ୍ତେ ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ସାଧାରଣ ସଭାରେ ଲୋକଙ୍କ ସମସ୍ୟା ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିବା ଯୋଗୁଁ ପ୍ରଶାସନ ସମେତ ରାଜନେତାଙ୍କ ସ୍ତରରେ ଚଳଚଞ୍ଚଳ ଦେଖିବାକୁ ମିଳିଛି। ଏନେଇ ଆଜି କନିସି  ଗତ କାଲି ଠାରୁ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ଜିଲ୍ଲାପାଳ, ଏସ୍ସ୍ଥି.ପି, ବିଡ଼ିଓ, ତହସିଲଦାର ଡେରା ପକାଇ ସମସ୍ତ କାର୍ଯ୍ୟକ୍ରମ ତଦାରଖ କରୁଛନ୍ତି। ଅନ୍ୟ ପଟେ ଏହି କାର୍ଯ୍ୟକ୍ରମ କୁ ନେଇ ନିର୍ବାଚନ ମଣ୍ଡଳୀର ସମସ୍ତ ବିଜେଡି ଓ ପଂଚାୟତ କର୍ମୀଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଘନଘନ ବୈଠକ କରି ଯେମିତି ଅଧିକରୁ ଅଧିକ ଜନ ସମର୍ଥନ ଉପସ୍ଥିତ ରହି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ସମ୍ପର୍କରେ ଅଭିଯୋଗ କରି ଅନୁଦାନ ପାଇବେ ସେ ନେଇ ଆଲୋଚନ କରିଥଲେ।।। ବ୍ଲକ ସଭାପତି ଅଜିତ କୁମାର ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ, ବ୍ରହ୍ମପୁର ବିଧାୟକ ବିକ୍ରମ୍ ପଣ୍ଡା,ବ୍ଲକ୍ ଅଧ୍ୟକ୍ଷା ଚିନି.ଉଷା ରାଣୀ ,ଜିଲ୍ଲା ପରିଷଦ ଉପ ସଭାପତି ରାଜେଶ୍ୱରି ଦୋରା, ଜିଲ୍ଲାପରିଷଦ ସଭ୍ୟ ଦୀପକ ସାମନ୍ତ, ଭାରତୀ ନାୟକ ପ୍ରତାପ ଚନ୍ଦ୍ର କୋଠୀଆ , ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଚିନି..ଭରତ, ପି.କମଳା ରେଡ୍ଡୀ, ଦିଲେଶ୍ୱର ରେଡ୍ଡୀ , ଅଜିତ ରାଉଳ, ପ୍ରମୁଖ ଉପସ୍ଥିତ ୫ଟି ସଚିବଙ୍କ ଗ୍ରସ୍ତ କିପରି ସଫଳ ହେବ ସେ ଉପରେ ଆଲୋକପାତ କରିବା ସହ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଅବଗତି କରିବା ପାଇଁ ସ୍ଥିର ହୋଇଥିଲା।୫ ଟି ସଚିବ ଗୋପାଳପୁର ନିର୍ବାଚନମଣ୍ଡଳୀର କନିସି ଖେଳ ପଡ଼ିଆରେ ଅସ୍ଥାୟୀ ହେଲିପେଡରେ ଅବତୀର୍ଣ୍ଣ କରି ସେଠାରେ ୪୫ମିନିଟ ଲୋକଂକ ସହ ଆଲୋଚନ କରିବାର କାର୍ଯ୍ୟକ୍ରମ ରହିଛି। ପଞ୍ଚମା ମନ୍ଦିରର ଉନ୍ନତି ନିମନ୍ତେ ପାଣ୍ଠି ଘୋଷଣା କରାଯିବାର ସହ ମାର୍କଣ୍ଡି  ମତ୍ସ୍ୟଜୀବୀଙ୍କ  ବିଭିନ୍ନ ସମସ୍ୟା ସହ ଅନୁଦାନ ପ୍ରଦନ କରିବାର ସମ୍ଭାବନା ରହିଛି। ସେହି ପରି ମିଶନ ଶକ୍ତି ମହିଳା ମାନଙ୍କ ଉନ୍ନତି ନିମନ୍ତେ କିଛି ଘୋଷଣା କରିବାର କାର୍ଯ୍ୟକ୍ରମ ରହିଥିବା ବିଶ୍ଵସ୍ତ ସୁତ୍ରରୁ ଖବର ମିଳିଛି। ସାଧାରଣ ସଭାରେ ପ୍ରତି ପଂଚାୟତରୁ କିପରି ଅଧିକରୁ ଅଧିକ ଲୋକ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇବା ସେଥିପ୍ରତି ପଂଚାୟତ ସମ୍ପ୍ରସାରଣ ଅଧିକାରୀ ମାନେ ଦାୟିତ୍ଵ ନେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମ ପାଇଁ ଏବେ କୌଣସି ଅଧିକାରୀଙ୍କ କାର୍ଯ୍ୟାଳୟରେ ଦେଖା ମିଳୁନି। ଅନ୍ୟ ପଟେ କନିଷି ଠାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ୨୦ହଜାରରୁ ଉର୍ଦ୍ଧ ମହିଳା ସମାଗମ ପାଇଁ ପ୍ରସୂତି କରଯାଇଥିବା ଜଣା ପଡିଛି।

Leave A Reply