Odisha news

ଗବେଷଣା କହୁଛି ଅତ୍ୟଧିକ ପ୍ରୋଟିନ ସେବନ କ୍ୟାନ୍ସର ଓ ଟ୍ୟୁମର ର କାରଣ ହୋଇପାରେ 

0
ଅତ୍ୟଧିକ ପ୍ରୋଟିନ ସେବନ ଦ୍ୱାରା ବିଭିନ୍ନ ପ୍ରକାରର କ୍ୟାନ୍ସର ଓ ଟ୍ୟୁମର ବିକଶିତ ହୋଇପାରେ l ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଜଣାପଡିଛି ଯେ ବର୍ତମାନ ବିଭିନ୍ନ ପ୍ରକାରର ପ୍ରୋଟିନ ସେବନ ବିଶେଷ ଭାବରେ ଯୁବପିଢ଼ି କରୁଛନ୍ତି, ଯାହାର ଯାଞ୍ଚ ଚାଲିଛି l ଯେଉଁଥିରୁ ଜାଣିବାକୁ ଚେଷ୍ଟା କରାଯାଉଛି ଯେ କ୍ୟାନ୍ସର ସେଲ ରେ ପ୍ରୋଟିନ କାମ କରିଥାଏ l କ୍ଲିନିକାଲ ପ୍ରୋଟିଓମିକ ଟ୍ୟୁମର ଆନାଲିସିସ କଂସୋଟ୍ରିୟମ କ୍ୟାନ୍ସର ଉତ୍ପନ କରୁଥିବା ମୁଖ୍ୟ ହେଲା ପ୍ରୋଟିନ ଓ ତାହାକୁ କିଭଳି ନିୟନ୍ତ୍ରିତ କରାଯିବ ତାକୁ ନେଇ ଅଧ୍ୟୟନ କରାଯାଉଛି l
ଏହି ଅଧ୍ୟୟନ ରେ ବିଶ୍ୱର ବଡ଼ ବଡ ବିଶ୍ୱବିଦ୍ୟାଳୟ ସାମିଲ ରହିଛନ୍ତି , ଯେପରିକି ହାବାର୍ଡ ବିଶ୍ୱବିଦ୍ୟାଳୟ, ସେଣ୍ଟ ଲୁଇସ ୱାସିଂଟନ ୟୁନିଭର୍ସିଟି ସ୍କୁଲ ଅଫ ମେଡ଼ିସିନ ଭଳି ବିଶ୍ୱବିଦ୍ୟାଳୟ ସାମିଲ ରହିଛନ୍ତି l ଏହି ଗବେଷଣା ର ପରିଣାମ କ୍ୟାନ୍ସର ସେଲ ର ମାଗାଜିନ ପବ୍ଲିସ ହୋଇଛି l
– ଗବେଷକ ଙ୍କ ମତ ଅନୁସାରେ ୧୦ ଟି ବିଭିନ୍ନ ପ୍ରକାରର କ୍ୟାନ୍ସର ପାଇଁ ୧୦ ହଜାର ପ୍ରୋଟିନ ର ବିସ୍ଲେସଣ କରାଯାଇଛି l
– ଯେଉଁ ଗବେଷଣା ରେ ଅନେକ ପ୍ରୋଟିନ କ୍ୟାନ୍ସର ଓ ଦୁର୍ଲଭ ଟ୍ୟୁମର ର କାରଣ ବୋଲି ଦର୍ଶା ଯାଇଛି l
– ଏହିସବୁ କ୍ୟାସର ମାନଙ୍କ ମଧ୍ୟରେ ଡିମ୍ବ ଗ୍ରନ୍ଥୀ, କିଡ୍ନୀ, ବେକ, ଗର୍ଭାଶୟ, ଅଗ୍ନାଶୟ, ସ୍ତନ ଓ ମସ୍ତିଷ୍କ କ୍ୟାନ୍ସର ସାମିଲ ରହିଛି l
– ଏହିସବୁ ପ୍ରୋଟିନ ରେ ବିଶେଷ ଭାବରେ ଅଲଟ୍ରା ପ୍ରୋସେସଡ଼ ପ୍ରୋଟିନ ସାମିଲ ରହିଛି ଯାହାକୁ କି ଶରୀର ଅତ୍ୟନ୍ତ କ୍ଷତି କାରକ ବୋଲି କୁହାଯାଇଛି l
– ଏବଂ ଦ୍ଵିତୀୟ ସ୍ଥାନରେ ରହିଛି ପ୍ରୋସେସଡ଼ ମିଟ , ଯାହାକୁ ଆମେ ଶରୀର ର ପ୍ରୋଟିନ ଦୂର କରିବା ପାଇଁ ସେବନ କରିଥାଉ l ଯେଉଁଥିରେ ରହିଥାଏ ପରିଜର୍ଭେଟିବ ଓ ଅନେକ ରାସାୟନିକ ପଦାର୍ଥ l
– ଏହି ଗବେଷଣା ରେ କୁହାଯାଇଛି ଯେ ଓଜନ ହ୍ରାସ କରିବା ପାଇଁ ସେବନ କରୁଥିବା ହାଇ ପ୍ରୋଟିନ ଯୁକ୍ତ ଖାଦ୍ୟ ବିଶେଷ ଭାବରେ ରେଡ ମିଟ ମିଳୁଥିବା ପ୍ରୋଟିନ କ୍ୟାନ୍ସର ର କାରଣ ହୋଇଥାଏ l ଗବେଷକ ଙ୍କ ମତରେ ରେଡ ମିଟ ରେ ଫ୍ୟାଟ ସହିତ କ୍ୟାନ୍ସର ଜନକ ତତ୍ୱ ରହିଥାଏ l
– ଅତ୍ୟଧିକ ହାଇ ପ୍ରୋଟିନ ଯୁକ୍ତ ଖାଦ୍ୟ କ୍ୟାନ୍ସର କାରଣ ହୋଇଥାଏ l ଏହି ଅଧ୍ୟୟନ ଅନୁସାରେ ଆବଶ୍ୟକତା ଠାରୁ ଅଧିକ ପ୍ରୋଟିନ ସେବନ କ୍ୟାନ୍ସର ଓ ଟ୍ୟୁମର ର କାରଣ ହୋଇଥାଏ l
Leave A Reply