Odisha news

ଜିଲ୍ଲା ସଭାପତି ଙ୍କ  କାର୍ଯ୍ୟକଳାପ କୁ ଘୋର ବିରୋଧ କଲେ ଦଳୀୟ କର୍ମୀ ଓ ନିର୍ବାଚିତ ପ୍ରତିନିଧି                                                    

0

ବାଲିପାଟଣା ୧୦/୦୮ :  ଜୟଦେବ ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳ ରେ ଫାଟ ଦେଖିବାକୁ ମିଳିଛି । ଗୋଟିଏ ଗୋଷ୍ଠି କୁ ସରକାରୀ ସ୍ତରରେ ଅଣଦେଖା କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି ।ଖୋର୍ଦ୍ଧା ଜିଲ୍ଲା ସଭାପତି ଉକ୍ତ ଗୋଷ୍ଠିକୁ ଦଳର କୌଣସି କାର୍ଯ୍ୟକ୍ରମ ରେ ସାମିଲି କରୁ ନ ଥିବା ସେମାନେ ଜିଲ୍ଲା ପର୍ଯ୍ୟବେକ୍ଷକ ରବିନ୍ଦ୍ର କୁମାର ଜେନା ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ତତ ସହିତ ଦଳର ରାଜ୍ୟ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ସହିତ ଭିଡ଼ିଓ କନଫରେନସ ଯୋଗେ ଅଭିଯୋଗ କରିଛନ୍ତି । ଗୁରୁବାର ସକାଳୁ ଜୟଦେବ ନିର୍ବାଚନ ମଣ୍ଡଳୀ ର ୨୭ ଜଣ ସରଫଚ ଓ ସମିତିସଭ୍ୟ ଙ୍କ ସହିତ ୩୦୦ ରୁ ଉର୍ଦ୍ଧ ଦଳୀୟ କର୍ମୀ ହିରାପୁର ସ୍ଥିତ ଗଡ କଣ୍ଟ ଗୁଣିଆ ଠାରେ ଏକତ୍ରିତ ହୋଇ ଏକ ବିଶାଳ ଶୋଭାଯାତ୍ରା ରେ ଯାଇ ଜିଲ୍ଲା ପର୍ଯ୍ୟବେକ୍ଷକ ରବିନ୍ଦ୍ର କୁମାର ଜେନା ଙ୍କୁ ୯ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।୧ ମ ରେ ଯେଉଁ ଦିନ ଠାରୁ  ଜିଲ୍ଲା ସଭାପତି ଭାବରେ ବିଭୂତି ଭୂଷଣ ବଳବନ୍ତରାୟ ଦାୟିତ୍ଵ ବହନ କଲେ ସେହିଦିନ ଠାରୁ ଜୟଦେବ ନିର୍ବାଚନ ମଣ୍ଡଳୀ ରେ ସମାସ୍ୟା ଦେଖାଦେଇଛି । ଦଳ ତରଫରୁ ସମସ୍ତ ବିଜେଡି ନେତା , ସରଫଚ , ସମିତି ସଭ୍ୟ ଓ କର୍ମୀମାନଙ୍କୁ ଅଣଦେଖା କରାଯାଉଛି ।୨୦୧୯ ନିର୍ବାଚନ ବେଳେ ଯେଉଁମାନେ ଦଳ ବିରୁଦ୍ଧରେ ସ୍ଵାଧୀନ ପ୍ରାର୍ଥୀ ଦେଇ  ଲଢୁଥିଲେ ବର୍ତ୍ତମାନ ସେହିମାନଙ୍କୁ ଦଳ ଅଧିକ ପ୍ରଧାନ୍ୟ ଦେଉଛି  । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ର ସମସ୍ତ କାର୍ଯ୍ୟକୁ ଆମ ସଂଗଠନ ମାଧ୍ୟମ୍ୟ ରେ ପ୍ରସ୍ତୁତି କରାଯାଉଛି ହେଲେ ଉକ୍ତ ୨୭ ସରପଞ୍ଚ ଓ ସମିତି ସଭ୍ୟ ଙ୍କୁ ଅଣଦେଖା କରାଯାଇଛି  ବୋଲି  ସେମାନେ  ତାଙ୍କ ଅଭିଯୋଗ ଫର୍ଦ୍ଧରେ ଦର୍ଶାଇଛନ୍ତି । ଯଦି ଆଗକୁ ସେମାନଙ୍କୁ ଏହିଭଳି ଅଣଦେଖା କରାନଯାଇ ଦଳରେ ଶୃଙ୍ଖଳା ରକ୍ଷା କରିବାକୁ ସେମାନେ ନିବେଦନ କରିଛନ୍ତି ।

Leave A Reply