କଥାରେ ଅଛି ଜଳ ହିଁ ଜୀବନ, ପାଣି ଗୋଟିଏ ଏଭଳି ଜିନିଷ ଯାହା ପୃଥିବୀ ପୃଷ୍ଠରେ ରହୁଥିବା ପ୍ରତ୍ୟେକଟି ଜୀବ ପାଇଁ ସବୁଠୁ ଅଧିକ ଆବଶ୍ୟକ ଅଟେ l ଯଦି ପାଣି ପିଇବାକୁ ନମିଳିଵ ତେବେ ଆମେ ଗୋଟିଏ ଦିନ ମଧ୍ୟ ଶରଭାଇବ କରିବା କଷ୍ଟକର l ସକାଳୁ ଉଠିବାରୁ ନେଇ ରାତିରେ ଶୋଇବା ପର୍ଯ୍ୟନ୍ତ ପାଣିର ଆବଶ୍ୟକତା ପଡିଥାଏ l ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠୁ ମହଙ୍ଗା ବା ମୂଲ୍ୟବାନ ପାଣି ବିଷୟରେ କହିବୁ , ଯାହାର ଗୋଟିଏ ସ୍ୱତନ୍ତ୍ର ବ୍ରାଣ୍ଡ ରହିଛି l ଏହି ପାଣି ଏତେ ମୂଲ୍ୟବାନ ଯେ ଏହାକୁ ଯେତେ ବଡ଼ ଲୋକ ହେଲେ ମଧ୍ୟ କିଣିବା ପାଇଁ ଟିକିଏ ଚିନ୍ତା କରି ଥାଆନ୍ତି l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ପାଣି ର ଗୋଟିଏ ଲିଟର ୪୯ ଳକ୍ଷ ଟଙ୍କା l
ସବୁଠୁ ବଡ଼ କଥା ହେଲା ଯେ ଏହି ପାଣିକୁ ବିଭିନ୍ନ ଝରଣା ରୁ ସଂଗ୍ରହ କରାଯାଇ ଥାଏ l ପାଣି ର ଏହି ବ୍ରାଣ୍ଡ ର ନାମ ଆକୁଆ ଡି କ୍ରିଷ୍ଟେଲୋ ଟ୍ରିବୁଟୋ ଅ ମୋଡ଼ିଗଲିୟାନୀ ଅଟେ l ଏହି ପାଣିର ଏତେ ଦାମିକିଆ ହୋଇଥିବା କାରଣରୁ ଏହାର ବୋତଲ ମଧ୍ୟ ହୋଇଛି l ଏହାର ବୋତଲ ୨୪ କ୍ୟାରେଟ ଗାଲଡ଼ ରେ ତିଆରି ହୋଇଥାଏ l କୁହାଯାଏ ଯେ ଏହା ଛଡା ଏହି ପାଣି ସାଧାରଣ ପାଣି ଠାରୁ ଏଧିକ ଏନର୍ଜେଟିକ ଅଟେ l ଏହି ପାଣି କୁ ୨୦୧୦ ରେ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡ ରେ ସବୁଠୁ ମାହାଙ୍ଗା ପାଣି ଭାବରେ ସ୍ଥାନ ଦିଆଯାଇ ଥିଲା l କଥିତ ଭାବରେ ଏହି ପାଣିକୁ ଦୁନିଆର ସମସ୍ତ କୋଟୀ ପତି ମାନେ ପିଇ ଥାଆନ୍ତି l
ଏହି ପାନୀୟ ଜଳରେ ମଧ୍ୟ କଥିତ ଭାବରେ ୫ଗ୍ରାମ ୨୪ କ୍ୟାରେଟ ଗୋଲଡ ମିଶା ଯାଇଥାଏ l ଯାହାକି ପାଣିର ଗୁଣବତା ବୃଦ୍ଧି କରିଥାଏ l ଆକୁଆ ଡି କ୍ରିଷ୍ଟେଲୋ କମ୍ପାନୀର ଜଳ ଅଲଗା ଅଲଗା ସ୍ଥାନରୁ ସଂଗୃହିତ ହୋଇଥାଏ l ଫ୍ରାନ୍ସ, ଫିଜି ଓ ଆଇସ ଲ୍ୟାଣ୍ଡ ରେ ଏହି ଜଳ ମିଳିଥାଏ l ୨୦୧୦ ମାର୍ଚ୍ଚ ୪ ତାରିଖ ରେ ଏହି ଏକ୍ଵା ଡି କ୍ରିଷ୍ଟେଲୋ ର ଗୋଟିଏ ବୋତଲ ୬୦ ହଜାର ଆମେରିକୀୟ ଡଲାର ରେ ବିକ୍ରୀ ହୋଇଥିଲା l ଯାହାକି ଭାରତୀୟ ମୁଦ୍ରାରେ ୪୯ ଲକ୍ଷ ଟଙ୍କା ଅଟେ l