Odisha news

କଙ୍ଗନା ଙ୍କ ସହ ବିବାଦ କୁ ନେଇ ବଢ଼ିଲା ଜାଭେଦ ଅଖତର ଙ୍କ ଅସୁବିଧା, ହେବେ କୋର୍ଟ ରେ ହାଜର 

0
ମୁମ୍ବାଇ : ବଲିଉଡ କୁଇନ କଙ୍ଗନା ରନୌତ ଓ ଗୀତିକାର ଜାଭେଦ ଅଖତାର ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାମ ନେଉ ନାହିଁ ଓ ବର୍ତମାନ କାଙ୍ଗଣାପକ୍ଷରୁ ଦାୟର ହୋଇଥିବା ମାମଲା ରେ ମାଜିଷ୍ଟ୍ରେଟ ଙ୍କ ପକ୍ଷରୁ ସମନ ଜାରି କରାଯାଇ ଗୀତିକାର ଜାଭେଦ ଅଖତର ଙ୍କୁ କୋର୍ଟ ରେ ହାଜର ହେବା ପାଇଁ ନିର୍ଦେଶ ଦିଆଯାଇଛି l ଜାଭେଦ ଅଖତର ଅଗଷ୍ଟ ୫ତାରିଖ ଶନିବାର ଦିନ କୋର୍ଟ ରେ ହଜାର ହେବେ l ଜାଭେଦ ଅଖତର ଙ୍କ ଉପରେ କଙ୍ଗନା ପକ୍ଷରୁ ୨ଟି ଆରୋପ ଲାଗିଛି, ଯେଉଁଥିରେ ଗୋଟିଏ ଅପରାଧିକ ଧମକ ଓ ଅନ୍ୟଟି ହେଲା ଜଣେ ମହିଳାଙ୍କ ବିନମ୍ରତା କୁ ଅପମାନ କରିବା ଶାମିଲ ରହିଛି l
କଙ୍ଗନା ଗୀତିକାର ଜାଭେଦ ଙ୍କ ଉପରେ ଆରୋପ ଲଗାଇଥିଲେ ଯେ ଜାଭେଦ ଅଖତର କଙ୍ଗନା ଙ୍କୁ ଓ ତାଙ୍କ ଭଉଣୀ ରଙ୍ଗୋଲି ଙ୍କୁ ଘରକୁ ଡାକି ଧମକ ଦେଇଥିଲେ ଓ ଜବରଦସ୍ତି ରୀତିକ ରୋଶନ ଙ୍କୁ କ୍ଷମା ମାଗିବା ପାଇଁ କହିଥିଲେ l କଙ୍ଗନା କହିଥିଲେ ଯେ ଏହି ମାମଲାରେ ଜାଭେଦ ଙ୍କର କିଛି ଯାଏ ଆସେ ନାହିଁ , କିନ୍ତୁ ସେ ଏହାକୁ ନେଇ ଧମକ ଦେଇଥିଲେ l ଏହି ସମନ କୁ ନେଇ ଜାଭେଦ ଖଟାର ମଧ୍ୟ କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ, ଯେଉଁଥିରେ ସେ ଦାବି କରିଥିଲେ ଯେ ଏହି କାର୍ଯ୍ୟାନୁଷ୍ଠାନ ଶୀଘ୍ରତାର ଓ ଅନୁଚିତ ସହ ନିଆଯାଇଛି l ସେ ଏହାକୁ ନେଇ କୋର୍ଟ ରେ ଆବେଦନ କରିଛନ୍ତି, ଯାହାର ଶୁଣାଣି ଅଗଷ୍ଟ ୮ ତାରିଖ ରେ ହେବ l
ଖୁବ ଶୀଘ୍ର କଙ୍ଗନା ଙ୍କ ଚଳଚିତ୍ର ‘ଏମର୍ଜେନ୍ସି’ ମୁକ୍ତିଲାଭ କରିବ l ଯେଉଁଥିରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଙ୍କ ରୋଲ କରିଛନ୍ତି l
Leave A Reply