ପାଂଚପୀଢ ,୪/୮: ଦୁଇ ଦିନ ହେବ ଲଗାଣ ବର୍ଷା ଯୋଗୁଁ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୫ ୱଡରେ ଘର ଆଂଶିକ ବା ସମ୍ପୁର୍ଣ୍ଣ ଭାଙ୍ଗିଥିବା ହିତାଧିକାରୀଙ୍କୁ ଆଜି ପ୍ରଶାସନ ପକ୍ଷରୁ କରଞ୍ଜିଆ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଠାରେ ପୋଲିଥିନ ବଣ୍ଟନ କରାଯାଇଥିଲା। ଗତକାଲି ଠାରୁ ରାଜସ୍ବ ନିରୀକ୍ଷକ ମାଗ୍ନମ ହାଁସଦା ସମ୍ପୃକ୍ତ ୱଡ କାଉନସିଲର ମାନଙ୍କ ସହ ବିଭିନ୍ନ ୱଡ ଗୁଡିକୁ ଗସ୍ତ କରି ଭଙ୍ଗାରୁଜା ବିଷୟରେ ତଦାରଖ କରିବା ପରେ ପଲିଥିନ ବଣ୍ଟନ କରାଯାଉଛି। ଏହି ବଣ୍ଟନ କାର୍ଯ୍ୟକ୍ରମରେ ତାଙ୍କୁ ସହକାରୀ ରାଜସ୍ବ ନିରୀକ୍ଷକ ଗଦାଧର ମହାକୁଡ଼, ତଥା ତାଙ୍କ କାର୍ଯ୍ୟାଳୟ କର୍ମଚାରୀ ଶିବ ପ୍ରସାଦ ନାଏକ,ମନୋଜ କୁମାର ବେହେରା, ସନ୍ତୋଷ କୁମାର ଦାସ ଓ ରାଜେନ୍ଦ୍ର ପାତ୍ର ସହଯୋଗ ପ୍ରଦାନ କରିଥିଲେ। ତେବେ ଏହା ସହ ଭାଙ୍ଗିଥିବା ଘର ଗୁଡ଼ିକର ମୂଲ୍ୟାଙ୍କନ ଆକଳନ କରି କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଥିଲେ