Odisha news

ନକଲି ଲୁବ୍ରିକେଣ୍ଟ କାରଖାନା ଠାବ,ଦୁଇ ଅଟକ!ରଙ୍ଗେଈଲୁଣ୍ଡା!!!!

0

ଗୋଲନ୍ଥରା ଥାନା ଅନ୍ତର୍ଗତ ହଳଦିଆ ପଦର ନିକଟସ୍ଥ ରା୍ଳବ ରୋଡ଼ ଠାରେ ଅବସ୍ଥିତ ଏକ ଭଡ଼ା ଘରୁ ଆଜି ଗୋଲନ୍ଥରା ଥାନା ପୋଲିସ ଟ୍ରେନିଂ ଆଇ. ପି. ଏସ. ଅଙ୍କିତ ବର୍ମା ଓ ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଙ୍କ ନେତୃତ୍ୱ ରେ ଏକ ବଡ ଧରଣ ର ଅପମିଶ୍ରିତ ଲୁବ୍ରିକେଣ୍ଟ କାରଖାନା ଠାବ କରାଯାଇଛି!କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ଆଜି ଏହି ଚଡାଉ କରାଯାଇଥିଲା!ଚଡାଉ ସମୟରେ 150 ଲିଟର ଲୁବ୍ରିକେଣ୍ଟ ବଡ ବଡ ତିନି ଗୋଟି ଜାର ରେ ଥିବା ବେଳେ ଏକ ଲିଟର ଓ ଦୁଇ ଲିଟର ପେକ ହୋଇ ଯାଇଥିବା ପଚାଶ ଲିଟର ଜବତ କରାଯିବା ସହ ବଡ ବଡ ଜାର ସହ ପେକିଙ୍ଗ ମେସିନ ସହ ଅନ୍ୟାନ କଞ୍ଚା ମାଲ ଜବତ ହୋଇଥିବା ଥାନା ସୂତ୍ର ରୁ ପ୍ରକାଶ!ଗିରୀଫ ଦୁଇ ଅଭିଯୁକ୍ତ ହେଲେ କନିସି ହାଟ ବିଦ୍ୟୁତ ନଗର ନିବାସୀ ବିଭୁତି ଭୂଷଣ ଶତପଥୀ ଅନ୍ୟ ଜଣେ ହେଲେ ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗୋଲା ସାହି ର ଏ. ନବୀନ ବୋଲି ଜଣାପଡିଛି!ଆସନ୍ତା କାଲି ଅଭିଯୁକ୍ତ ଙ୍କୁ ଅଦାଲତ ଚାଲାଣ କରାଯିବ ବୋଲି ଥାନା ସୂତ୍ରରୁ ପ୍ରକାଶ!

Nalco
Leave A Reply