ଦଶପଲ୍ଲା ୨/୮ : ଗତ ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷାରେ ଦଶପଲ୍ଲା ରେ ୮୫ ମିଲିମିଟର ବର୍ଷା ହୋଇଥିବା ଦଶପଲ୍ଲା କୁଆଁରିଆ ଜଳସେଚନ ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ଲଗାଣ ବର୍ଷା ଫଳରେ କୂଅ ପୋଖରୀର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ବିଭିନ୍ନ ନଦୀ ନାଳରେ ଜଳ ବୃଦ୍ଧି ହୋଇ ପ୍ରବାହିତ ହେଉଛି । ସେହିପରି ଦଶପଲ୍ଲା କୁଆଁରିଆ ଜଳ ଭଣ୍ଡାର ଜଳସ୍ତର ୨୭ ସେଣ୍ଟିମିଟର ବୃଦ୍ଧି ପାଇଛି । ଅନ୍ୟ ପାର୍ଶ୍ୱରେ ଲଗାଣ ବର୍ଷା ଫଳରେ ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ ଠାରେ ରାସ୍ତା କଡରେ ଥିବା ଏକ ଗଛ ଉପୁଡି ରାସ୍ତା ଉପରେ ପଡିବାରୁ ଦଶପଲ୍ଲା-ଗଣିଆ ଗମନା ଗମନ ଦୁଇଘଣ୍ଟା ଧରି ବନ୍ଦ ରହିଥିଲା । ଉଭୟ ପାର୍ଶ୍ୱରେ ରାସ୍ତା ଉପରେ ଗାଡି ମୋଟର ଅଟକି ରହିଥଲା । ଖବର ପାଇ ଦଶପଲ୍ଲା ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଉପରେ ପଡିଥିବା ଗଛ କାଟି ସଫା କରିବା ପରେ ଗାଡି ଚଳା ଚଳ ସ୍ୱାଭାବିକ ହୋଇଥିଲା । ଲଗାଣ ବର୍ଷାରେ ଦଶପଲ୍ଲା ବ୍ଲକ ନୂଆଗାଁ ପଂଚାୟତ ଦୋଳ ମୁଣ୍ଡାଇ ନିକଟରେ ବହିଯାଇଥିବା କଳସା-ଠୁକେଇ ନାଳ ଉପରେ ହୋମ ପାଇପି ପକାଯାଇ ନିର୍ମାଣ ହୋଇଥିବା ଅସ୍ଥାୟୀ ରାସ୍ତା ଟି ନାଳ ପାଣିରେ ଧୋଇ ନେଇଥିବା ବେଳେ ଏହି ଅସ୍ଥାୟୀ ରାସ୍ତା ଉପରେ ଗମନା ଗମନ କରୁଥିବା ୯ ଟି ଗ୍ରାମ ଦୋଳମୁଣ୍ଡାଇ, ଭୋଗବାଡି,ବିଜୁଳି ବନ୍ଧ, ବଡ଼ତଇଲା,ମିନାଗାଡୁ,ଲିଙ୍ଗିରସାହି,ଗି
Next Post