ରଣପୁର…… ନୟାଗଡ ଜିଲ୍ଲା ରଣପୁରଗଡ଼ ଜାତ ର ଆରାଧ୍ୟ ଦେବୀ ମା ମଣିନାଗ ମନ୍ଦିର ର ଗର୍ଭଗୃହ ରେ ଶହ ଶହ ବର୍ଷ ଧରି ପାର୍ଶ୍ୱ ଦେବୀ ଭାବେ ପୂଜା ପାଉଥିବା ଦଶମହାବିଦ୍ୟା ମୂର୍ତ୍ତି ଗୁଡିକ ଭଗ୍ନ ଅବସ୍ଥା ରେ ଅଲୋଡ଼ା ହୋଇ ବାହାରେ ପଡି ରହିଥିବା ନେଇ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିବା ସହ ଅଗଣିତ ମଣିନାଗ ପ୍ରେମୀ ଭକ୍ତ ଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ଯାହାକୁ ନେଇ ମା ମଣିନାଗ ମନ୍ଦିର କମିଟି ର କର୍ମକର୍ତ୍ତା ଙ୍କ କାର୍ଯ୍ୟକଳାପ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି… ସୂଚନା ଅନୁସାରେ ଦୀର୍ଘ ଦିନଧରି ମା ମଣିନାଗ ମନ୍ଦିର ର ପୁରୁଣା ମନ୍ଦିର ଭଙ୍ଗାଯାଇ ନୂତନ ଗର୍ଭଗୃହ ମନ୍ଦିର ଓ ବାହାର ମନ୍ଦିର ସନ୍ଦର୍ଯ୍ୟକରଣ ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ବେଳେ ପୁରାତନ ଗର୍ଭଗୃହ ଭିତରେ ଚତୃପାର୍ଶ୍ୱ କାନ୍ଥ ରେ ପୂଜା ପାଉଥିବା ଦଶମହା ବିଦ୍ୟା ଦେବୀ ଙ୍କ ମୂର୍ତ୍ତି ଗୁଡିକ ଭଙ୍ଗା ଯାଇ ନୂତନ ଗୃହ ନିର୍ମାଣ ହୋଇଥିବା ବେଳେ ଭଙ୍ଗାଯାଇ ବାହାର କରାଯାଇଥିବା ଅଧଭଗ୍ନ ମୂର୍ତ୍ତି ଗୁଡିକ ବାହାରେ ଭଗ୍ନଅବସ୍ଥା ରେ ପଡିରହିଛି ଆଲୋଡ଼ ହୋଇ ପଡିରହିଛି ଯାହାକୁ ନେଇ ଅଗଣିତ ମଣିନାଗ ପ୍ରେମୀ ଭକ୍ତ ଙ୍କ ମନରେ ଅସନ୍ତୋଷ ଦେଖା ଦେବା ସହ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଥିବା ଜଣାପଡ଼ିଛ ରଣପୁର ଜଗନ୍ନାଥ ସେନା ତରଫରୁ ମନ୍ଦିର କମିଟି ର ଏହି କାର୍ଯ୍ୟ କୁ ଘୋର ନିନ୍ଦା କରିବା ସହିତ ମୂର୍ତ୍ତି ଗୁଡିକ ବିଧିମୁତାବକ ବିସର୍ଜନ କରିବା ପାଇଁ ଦାବୀ ହେଉଛି…