Odisha news

ଆଠଗଡ ରେ ମିଶନ ଶକ୍ତି ଓ ଜୀବିକା ମିଶନ ସଚେତନତା କର୍ମଶାଳା।

0
ଆଠଗଡ଼ ତା ୩୦-୦୭-୨୩ ଆଜି ଆଠଗଡ ମିନି ଷ୍ଟାଡିୟମ ଠାରେ ମିଶନ ଶକ୍ତି ଏବଂ ଜୀବିକା ମିଶନ ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଆଠଗଡ ସମନ୍ଵିତ ଶିଶୁ ବିକାଶ ଅଧିକାରି ନିବେଦିତା ରାୟ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କର୍ମଶାଳାରେ ରାଜ୍ୟ କୃଷି ଓ  କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ  ଆଠଗଡ଼ ବ୍ଲକରେ ୨୩୭୦ ଟି ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ହୋଇଥିଲେ ମଧ୍ୟ ସେମାନେ ସଫଳ ଉଦ୍ଯୋଗୀ ହୋଇପାରିଲେ ତ ଏହି କର୍ମଶାଳାର ଉଦ୍ଦେଶ୍ୟ ସଫଳ ହୋଇପାରିବ ବୋଲି କହିଥିଲେ । ଏହି ଅବସରରେ ଆଠଗଡ଼ ବ୍ଲକ ରେ  ସ୍ୱୟଂ ସହାୟକ ଗୋଷ୍ଠୀ ବିନିଯୋଗ ପାଣ୍ଠି ୫ କୋଟି ୨୦ ଲକ୍ଷ ପ୍ରଥମ କିସ୍ତି ଓ ଦ୍ୱିତୀୟ କିସ୍ତି ରେ ୧କୋଟି ୮୦ ଲକ୍ଷ ଟଙ୍କା, ସି ଆର ପି, ଏମ ବି କେ, ବ୍ୟାଙ୍କ ମିତ୍ର ସ୍ୱୟଂ ସହାୟକ କାର୍ଯ୍ୟକାରୀ ସଦସ୍ୟା ମାନଙ୍କୁ ଦରମା ବାବଦକୁ  ୧ କୋଟି ୯୦ ଲକ୍ଷ, ୩୩ ହଜାର ଦରିଦ୍ର ଦୂରୀକରଣ ପାଣ୍ଠି ୨୪୬ ଆଞ୍ଚଳିକ ମଞ୍ଚ ପାଇଁ ୩ କୋଟି ୯୩ ଲକ୍ଷ,  ୬୦ ଜୀବନ ଜୀବିକା ପାଣ୍ଠି ୫୦ଲକ୍ଷ ଟଙ୍କା ଆବର୍ତ୍ତନ ପାଣ୍ଠି, ୨୨୦୦ସ୍ୱୟଂ ସହାୟକ ଗୋଷ୍ଠୀକୁ ୩କୋଟି ୩୦ଲକ୍ଷ ଟଙ୍କା କୁକୁଡ଼ା ଚାଷ ଓ ଛେଳି ଚାଷ ପାଇଁ ୧୦ଲକ୍ଷ ଟଙ୍କା ମୋଟ ୧୫ କୋଟି ୧ ଲକ୍ଷ ୯୩ ହଜାର ଟଙ୍କା ଯୋଗାଇ ଦିଆଯାଇଛି। ଯାହା ଫଳରେ ମହିଳା ମାନେ ଆଗକୁ ଆସି ସଫଳତା ପାଇ ପାରିଛନ୍ତି ।
ଏହି କର୍ମଶାଳାରେ  ଜ଼ିଲ୍ଲା ପରିଷଦ ସଭ୍ୟା ଶାନ୍ତିଲତା ବେହେରା, ବ୍ଲକ ପ୍ରକଳ୍ପ ସଂଯୋଜକ ଚିତ୍ତ ରଞ୍ଜନ ବଳିୟାର ସିଂ, ବ୍ଲକ ଜୀବିକା ମିଶନ ସଂଯୋଜକ ପରେଶ ପୁଷ୍ଟି, ସଂଯୁକ୍ତା ମହାନ୍ତି, ବିନୋଦ କୁମାର ପଣ୍ଡା, ମୁକେଶ ବେହେରା ୩୪ ଗୋଟି ପଞ୍ଚାୟତ ର  ନଥିପତ୍ର ଲେଖିକା ପ୍ରମୁଖ ଯୋଗ ଦେଇଥିଲେ ।
ଗ୍ରାମ୍ୟ ସମ୍ବଳ ପନ୍ଥା ୨୬୬ ଜଣ ବ୍ୟାଙ୍କ ମିତ୍ର ୧୫ ଜଣ ସ୍ୱୟଂ ସହାୟକ ଗୋଷ୍ଠିର କାଯ୍ୟକାରି ସଦସ୍ୟ ୫୩୨ ଜଣ ଯୋଗ ଦେବା ସହିତଏହି କର୍ମଶାଳା ରେ ପାଞ୍ଚଟି ବ୍ୟାଙ୍କ ତରଫରୁ ୩୫ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଏକ କୋଟି ୮୦ଲକ୍ଷ ୫୦ହଜାର ବ୍ୟାଙ୍କ ଋଣ ଓ ତିନିଗୋଟି ଟ୍ରାକ୍ଟର ମାନ୍ୟବର ମନ୍ତ୍ରୀ ପ୍ରଦାନ କରିବା ସହିତ ନଅ ଗୋଟି ମିଶନ ଶକ୍ତି ଗୃହ, ନୋଡାଲ ସ୍ଵୟଂ ସହାୟକ ଗୋଷ୍ଠୀକୁ ହସ୍ତାନ୍ତର କରାଗଲା ଏହି କର୍ମଶାଳା ଟିକୁ ମୁରଲୀ ଧର ବେହେରା ସହଯୋଗ କରିଥିଲେ।
Nalco
Leave A Reply