ବେତନଟୀ : ବୈଶିଙ୍ଗା ତାରିଣୀ ମନ୍ଦିର ନିକଟରେ ରବିବାର ସନ୍ଧ୍ୟା ସମୟରେ କିଓର -ୱେ ସଂସ୍ଥାର ୪୬ତମ ଶାଖା ଉଦଘାଟିତ ହୋଇଯାଇଛି। ସଂସ୍ଥା ର ସଂଯୋଜକ ସତ୍ୟଜିତ ଦାସ ଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଓଡ଼ିଆ ସିନେ ଜଗତର ସୁନାମଧନ୍ୟ କଳାକାର , ନିର୍ଦ୍ଦେଶକ ତଥା ପ୍ରଯୋଜକ ଶ୍ରୀତମ ଦାସ, ସମ୍ମାନିତ ଅତିଥି ଭାବେ ବୈଶିଙ୍ଗା ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର , କିଓର -ୱେ ସଂସ୍ଥାର ସହ ସଂସ୍ଥାପକ ଶୋଭନ ମହାପାତ୍ର ଏବଂ ଜଗବନ୍ଧୁ ଦାସ ପ୍ରମୁଖ ଯୋଗଦାନ କରିଥିଲେ। ପ୍ରାରମ୍ଭରେ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ କିଓର -ୱେ କାମ କରୁଅଛି। ଗ୍ରାମାଞ୍ଚଳର ଗରିବ ତଥା ମଧ୍ୟବିତ୍ତ ପରିବାର ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ବେଳେ ଗ୍ରାମାଞ୍ଚଳ ମାନଙ୍କରେ ଡାକ୍ତରଙ୍କ ଅଭାବ ଯୋଗୁଁ ଉପଯୁକ୍ତ ଚିକିତ୍ସା ନ ପାଇ ମୃତ୍ୟୁ ମୁଖରେ ପଡୁଥିବା ଜଣାଯାଇଛି । ଗ୍ରାମାଞ୍ଚଳର ରୋଗୀ ମାନଙ୍କ ନିମନ୍ତେ କିଓର -ୱେ ସଂସ୍ଥା ଗ୍ରାମାଞ୍ଚଳ ମାନଙ୍କରେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ନିମନ୍ତେ କାର୍ଯ୍ୟ କରିବାର ପ୍ରତିଶୃତି ନେଇ ସର୍ବବୃହତ୍ତ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ସେବା ଦେବା ପାଇଁ ବୈଶିଙ୍ଗା ଠାରେ ପ୍ରଥମ ଥର ପାଇଁ ଏହି ଇ- ସେବା କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଛି। ସଂସ୍ଥାର ସଂସ୍ଥାପକ ଖୁବ କମ ଖର୍ଚ୍ଚରେ ଏହି ସେବା ଯୋଗାଇଦେବା ସହ ଖୁବ କମ ସମୟ ମଧ୍ୟରେ ଯେଉଁଭଳି ସେବା ଦେଇପାରିବେ ସେଭଳି ବ୍ୟବସ୍ଥା କରିଛନ୍ତି। ବିଭିନ୍ନ ରୋଗ ପାଇଁ ଉପଯୁକ୍ତ ବିଶେଷଜ୍ଞ ମାନଙ୍କ ଦ୍ଵାରା ରୋଗୀ କିଭଳି ତତକ୍ଷଣାତ୍ ସେବା ପାଇପାରିବେ ସେଭଳି ବ୍ୟବସ୍ଥା ଉପଲବ୍ଧ ଅଛି ବୋଲି ପ୍ରକାଶ କରିଥିଲେ। ଶେଷରେ ଅତିଥି ଗଣ ଫିତା କାଟି ଏହି ସେବା ସଂସ୍ଥାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଅନୁଷ୍ଠାନର ମୂଖ୍ୟ ଦିଲ୍ଲୀପ କୁମାର ଦାସ ତାଙ୍କର ନିମନ୍ତ୍ରଣ ରକ୍ଷା କରି ସମସ୍ତ ଅତିଥି, ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଅରୁଣ କୁମାର ଓତା ଙ୍କ ସମେତ ବୈଶିଙ୍ଗାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ସହଯୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।