Odisha news

 ଘସିପୁରା ବ୍ଳକ ମଦନପୁର ପଞ୍ଚାୟତ ବାମ୍ପିଡି ସ୍ଥିତ ଓଁକାର ସେବା ଆଶ୍ରମ ନିକଟରେ ଯୁବକ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଆନନ୍ଦପୁର :  କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ମଦନପୁର ପଞ୍ଚାୟତ ବାଣ୍ଟିବା ସ୍ଥିତ ଓଁକାର ସେବା ଆଶ୍ରମ ନିକଟରେ ଯୁବକ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥିଭାବେ   ବରିଷ୍ଠ ଯୁବନେତା ଦେବାଶିଷ ପାତ୍ରଙ୍କ ସମେତ ସ୍ଥାନୀୟ ସରପଞ୍ଚ ହିମାଂଶୁ ଶେଖର ଜେନା, ସମାଜସେବୀ ପରେଶ କୁଅଁର ବୃଷ ରୋପଣ ଶୁଭାରମ୍ଭ କରିଥିଲେ। ବିଷେଶ ଭାବେ ଗୋରୁ ଗାଇ ଖାଉନଥିବା ଛତିଆଣି ବୃକ୍ଷ ରୋପଣ ପାଖା ପାଖି ୪୦୦ରୁ ଉର୍ଦ୍ଧ ଗଛ ରାସ୍ତା କଡ଼ରେ ଏନ୍ଏଚ୍ ୨୦ପର୍ଯ୍ୟନ୍ତ ଲଗାଯାଇଛି, ଏଥିରେ ଯୁବକ ସଂଘର ଅର୍ଜୁନ କର, ମନ୍ମଥ ବେହେରା, ଅଧ୍ୟାପକ ଦେବେନ୍ଦ୍ର ମିଶ୍ର, ଶିକ୍ଷକ ମନୋରଞ୍ଜନ ମିଶ୍ର, ସନ୍ଦିପପତି, ଉପେନ୍ଦ୍ର ମିଶ୍ର, ସହଦେବ ନାଏକ,ତ୍ରିଲୋଚନ ପତି, ସୁମିତ୍ରା ପତି, ଶିକନ ପତି, ମାନସ ମିଶ୍ର ଓ ବହୁ ସଦସ୍ୟଙ୍କ ସମେତ ବିଶ୍ଵନାଥ ହାଁସଦା ଓଁକାର  ସେବାଆଶ୍ରମର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ବୃକ୍ଷ ରୋପଣ କରିଛନ୍ତି| ଏହିଭଳି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଥିବାରୁ ଅତିଥିମାନେ ଯୁବକ ସଂଘ ସଦସ୍ୟମାନଙ୍କୁ ସାଧୁବାଦ ଜଣାଇଛନ୍ତି

IEC 2 years
Leave A Reply