Odisha news

ପୂର୍ବତନ ମୟୂରଭଞ୍ଜ ଲୋକସଭା ସାଂସଦ ଲକ୍ଷ୍ମଣ ଟୁଡୁ ୫ଟି ସଚିବଙ୍କ ଉପରେ ବର୍ଷିଲେ

0

ବାରିପଦା  : ବାରିପଦା ରୋଟାରୀ କ୍ଲବ ଠାରେ ମୟୂରଭଞ୍ଜ ଲୋକସଭାର ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ଏକ ସାମ୍ବାଦିକ ସମ୍ମିଳନୀ କରି ୫ଟି ସଚିବଙ୍କ ଉପରେ ବର୍ଷିଛନ୍ତି । ୫ଟି ସଚିବ ଭି.କେ ପାଣ୍ଡିଆନ ବିଭିନ୍ନ ଜିଲ୍ଲାଗସ୍ତ କରି ନିଜକୁ ଶାସନର ମୁଣ୍ଡିଆଳୀ ବୋଲି ପରିଚୟ ଦେଉଥିବା ଘଟଣାକୁ ଦୃଢନିନ୍ଦା କରିଛନ୍ତି । ଏହି ଅବସରରେ ବିଜୁ ପଟ୍ଟନାୟକ ତାଙ୍କୁ ପୁଅ ବୋଲି ଆଖ୍ୟା ଦେଇଥିଲେ । ତେଣୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଡଭାଈ ବୋଲି ସମ୍ବର୍ଦ୍ଧନା କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଗୃହମନ୍ତ୍ରୀ ହୋଇ ରହିଛନ୍ତି ଏବଂ ୫ଟି ସଚିବ ତାଙ୍କୁ ଗୃହବନ୍ଦି କରି ରଖିଛନ୍ତି ବୋଲି ମତ ରଖିଥିଲେ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଦୁବାଇ, ମୁମ୍ବାଇ ଯାଇପାରୁଥିବା ବେଳେ ସେ କଣ ଓଡିଶାର ବିଭିନ୍ନ ଜିଲ୍ଲାଗସ୍ତରେ ଯାଇପାରିବେ ନାହିଁ କି ବୋଲି ପ୍ରଶ୍ନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବୟସ, ସ୍ୱାସ୍ଥ୍ୟ ଓ ସରଳତାର ସୁଯୋଗକୁ ଭୋରପୁର ୫ଟି ସଚିବ ଫାଇଦା ନେଉଛନ୍ତି ବୋଲି ମତ ରଖିଥିଲେ । ତେଣୁ ଆଗାମୀ ଦିନରେ ଓଡିଶାବାସୀ ଏହାର ଦୃଢ ଜବାବ ଦେବେ ବୋଲି ସେ ମତ ରଖିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀ ଟୁଡୁଙ୍କ ସହ ତାଙ୍କ ସହଧର୍ମଣୀ ତଥା କୁଳିଅଣା ବ୍ଲକର ପୂର୍ବତନ ଅଧ୍ୟକ୍ଷା ବାସନ୍ତୀ ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply