ବର୍ଷାଋତୁ ଆସିବା ମାତ୍ରକେ ମନରେ ଆନନ୍ଦ ଯେତିକି ଭରି ରହିଥାଏ ସେତିକି ରୋଗ ବୈରାଗ ନେଇ ସାଙ୍ଗରେ ଆସିଥାଏ l କିନ୍ତୁ ଏହି ଋତୁରେ ସମସ୍ତ ରୋଗ ଠାରୁ ରକ୍ଷା ପାଇବା ପାଇଁ ଆମ ନିକଟରେ ଉପାୟ ରହିଥାଏ l ଭାରତୀୟ ଆୟୁର୍ବେଦ ହେଉଛି ଗୋଟିଏ ପୁରାତନ ଚିକିତ୍ସା ପଦ୍ଧତି, ଯେଉଁଥିରୁ କୁହାଯାଇଛି ଯେ ରୋଷେଇ ଘରେ ଥିବା କିଛି ମସଲା ବର୍ଷାଋତୁରେ ଶରୀର ପାଇଁ ରାମବାଣ ସଦୃଶ ହୋଇଥାଏ l ସେହି ମସଲା ଗୁଡିକ ସମସ୍ତ ରୋଷେଇ ଘରେ ଉପଲବ୍ଧ ରହିଥାଏ l
ଆୟୁର୍ବେଦ ଅନୁସାରେ କୁହାଯାଇଛି ଯେ ଭାରତୀୟ ରୋଷେଇ ଘର ହେଉଛି ଗୋଟିଏ ଛୋଟ ଡିସ୍ପେନ୍ସାରୀ ସଦୃଶ l ଯେଉଁଠି ରହିଥାଏ ଅନେକ ରୋଗର ଉପଚାର l ଆଜି ଆସନ୍ତୁ ଜାଣିବା ସେହିଭଳି କିଛି ମସଲା ବିଷୟରେ l
* ବର୍ଷା ଦିନରେ ଅଦା ଆମକୁ ଅନେକ ରୋଗଠାରୁ ଦୂରେଇ ରଖିଥାଏ l ଅଦା ଶରୀର କୁ ଭିତରୁ ଗରମ ରଖିବା ସହିତ ବର୍ଷl ଦିନେ ଅନେକ ରୋଗ ଠାରୁ ମଧ୍ୟ ଦୁରେଇ ରଖିଥାଏ l ବର୍ଷା ଋତୁରେ ଶୁଖିଲା ଅଦା ବା ଶୁଣ୍ଠୀ ସେବନ ସର୍ଦି, କାଶ ଓ ଥଣ୍ଡା ସମସ୍ୟା ଠାରୁ ଦୁରେଇ ରଖେ l
* ବର୍ଷା ଋତୁରେ ଗଳା ଯନ୍ତ୍ରଣା, ଗଳାରେ ସଂକ୍ରମଣ ଓ ଛାତିରେ କଫ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ l ଡ଼ାଲଚୀନୀ ଗୋଟିଏ ଏଭଳି ମସଲା ଯାହାକି ଗଳା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଠାରୁ ଦୁରେଇ ରଖିଥାଏ l ପ୍ରାକୃତିକ ଭାବରେ ଡାଲଚିନି ଶରୀର କୁ ଗରମ ମଧ୍ୟ ରଖିଥାଏ l ଯେଉଁ ପିଲା ବା ବଡ଼ ମାନଙ୍କ ନିକଟରେ ବର୍ଷା ଋତୁରେ ଗଳା ସମ୍ବନ୍ଧୀୟ ସମସ୍ୟା ଦେଖା ଦେଉଛି ସେମାନେ ଗୋଟିଏ ଗ୍ଲାସ ଉଷୁମ ପାଣିରେ ଗୋଟିଏ ଚାମଚ ଡାଲଚିନି ଗୁଣ୍ଡ ନିୟମିତ ସେବନ କରନ୍ତୁ l
* ବିଭିନ୍ନ ପ୍ରକାର ଫାଂଗାଲ ଇନଫେକ୍ସନ ବର୍ଷା ଋତୁରେ ଦେଖିବାକୁ ମିଳିଥାଏ l ହଳଦୀ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଫଙ୍ଗାଳ ଗୁଣରେ ଭରପୁର ଅଟେ l ତେଣୁ ପ୍ରତିଦିନ ଗରମ ଦୁଗ୍ଧ ସହିତ ହଳଦୀ ସେବନ କରିବା ଦ୍ୱାରା ଆରାମ ମିଳିଥାଏ l
* ଘରେ ଆମେ ଆଈ ଓ ଜେଜେମାଙ୍କ ର ବିଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଶୁଣିବାକୁ ପାଇଥାଉ l ସେଥି ମଧ୍ୟରୁ ଗୋଟିଏ ହେଉଛି ରସୁଣ l ରସୁଣ ବିଭିନ୍ନ ପ୍ରକାର ସଂକ୍ରମଣ ଜନିତ ରୋଗ ଠାରୁ ରକ୍ଷାରେ କରିଥାଏ l ବର୍ଷା ଦିନରେ ରସୁଣ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ l
* ବର୍ଷା ଋତୁରେ ଗୋଲ ମରିଚ ସର୍ଦି, କାଶ, କଫ, ପାଚନ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ l ଏହାଛଡା ଶରୀର ରୁ ବାହାରୁ ଥିବା ମ୍ୟୁକନ ପାଇଁ ଖୁବ ପ୍ରଭାବଶାଳୀ ଅଟେ l