Odisha news

ଅଦ୍ଭୁତ କମ୍ପାନୀ : ଟାର୍ଗେଟ ପୁରା ନକରିବାରୂ କମ୍ପାନୀ ପକ୍ଷରୁ ଖାଇବାକୁ ପଡିଥିଲା ଗୋଟିଏ କେଜି କଞ୍ଚା କଲରା

0
କର୍ପୋରେଟ ସେକ୍ଟର ରେ କାମର ଚାପ କିଛି ନୂଆ କଥା ନୁହେଁ , ଲୋକେ କେତେ ଚାପରେ କାମ କରୁଛନ୍ତି ଏହା ଆମେ ସମସ୍ତେ ଜାଣିଛୁ l ଟାର୍ଗେଟ ପଛରେ ଦଉଡ଼ି ଦଉଡ଼ି କର୍ମଚାରୀ ମନଙ୍କର ଅବସ୍ଥା ଢିଲା ହୋଇ ଯାଇଥାଏ l କିନ୍ତୁ ଚୀନରେ ଗୋଟିଏ କମ୍ପାନୀ କିଛି ଏଭଳି କାର୍ଯ୍ୟ କରିଛି ଯାହା ଶୁଣିଲେ ପ୍ରତ୍ୟେକ ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇଯିବେ l ସେ ନିଜର କର୍ମଚାରୀ ମାନଙ୍କୁ ଏଭଳି ଦଣ୍ଡ ଦେଇଛି ଯାହାକି ଆମେ ଭାବି ପାରିବ ନାହିଁ l
ମିଳିଥିବା ସୂଚନା ଅନୁସାରେ ଏହି ଘଟଣାଟି ଚୀନ ର ଜୀୟାଙ୍ଗସୁ ପ୍ରାନ୍ତର ଅଟେ l ଏଠାକାର କମ୍ପାନୀ ସୁଯୋ ଡାନଓ ଫାଙ୍ଗଚେଙ୍ଗସି ଇନଫର୍ମେଶନ କନ୍ସଲଟିଙ୍ଗ ଏହି ଅଦ୍ଭୁତ ନିୟମ ଲାଗୁ କରିଛି l ଯେଉଁ କମ୍ପାନୀ ନିଜର ଟାର୍ଗେଟ ପୁରା କରିପାରୁ ନଥିଲେ ତାଙ୍କୁ କମ୍ପାନୀ ପକ୍ଷରୁ କଞ୍ଚା କଦଳୀ ଓ କଞ୍ଚା କାଳର ଖାଇବାକୁ ଦିଆଯାଉ ଥିଲା l ଏହି କଥାଟି ଲୁଚି ରହି ଥାଆନ୍ତା ଯଦି ଜଣେ କର୍ମଚାରୀ ଏହାର ଭିଡିଓ କରି ସୋସିଆଲ ମିଡିଆରେ ପକାଇ ନଥାଆନ୍ତେ l
ଚୀନର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଡିୟାନ ରେ ଜଣେ କର୍ମଚାରୀ ୧୫ ଜୁନ ର ଏହି ଭିଡିଓ ସେୟାର କରିଥିଲେ ଓ କହିଥିଲେ ଯେ କିଭଳି ଏହି କମ୍ପାନୀ ଜବରଦସ୍ତୀ ନିଜର କର୍ମଚାରୀ ମାନଙ୍କୁ କଂଚା କଲରା ଖାଇବାକୁ ଦେଉଛି l ଯେପରି ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଲା ସେତେବେଳେ ହଜାର ହଜାର ଲୋକ ଏହାକୁ ଦେଖି କମେନ୍ଟ କରିଥିଲେ l କମ୍ପାନୀ ପକ୍ଷରୁ ସଫେଇ ଦିଆଯାଇ କୁହାଯାଇ ଥିଲା ଯେ ଏହା ପୁରସ୍କାର ସହିତ ଦଣ୍ଡ ପ୍ରଣାଳୀ ର ଗୋଟିଏ ଅଂଶ ଥିଲା l ଯେଉଁ କାରଣରୁ କର୍ମଚାରୀ ମାନେ ଆଗକୁ ଏଭଳି ନିଜ କାର୍ଯ୍ୟରେ ଅବହେଳା କରିବେ ନାହିଁ l

Leave A Reply