ୟଦେବ ନିର୍ବାଚନ ମଣ୍ଡଳୀର ବିଧାୟକ ଡଃ ଅରବିନ୍ଦ ଢ଼ାଲି ଅବସରପ୍ରାପ୍ତ କର୍ମଚାରୀ ଓ ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା
ବାଲିପାଟଣା : ମଙ୍ଗଳବାର ଅପରାହ୍ନ ରେ ଅଭାୟମୁଖି ବାରାହୀ ସରକାରୀ ହାଇସ୍କୁଲ ନିକଟରେ ଜୟଦେବ ନିର୍ବାଚନ ମଣ୍ଡଳୀର ବିଧାୟକ ଡଃ ଅରବିନ୍ଦ ଢ଼ାଲି ଅବସରପ୍ରାପ୍ତ କର୍ମଚାରୀ ଓ ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ବିଦ୍ୟାଳୟ ପାଇଁ ଆବଶ୍ୟକୀୟ ଜମି, ଖେଳ ପଡିଆ, ଗୋଟିଏ ଜାତୀୟ କରଣ ବ୍ୟାଙ୍କ, ଶିକ୍ଷକ ସମସ୍ୟା ,ବିଭିନ୍ନ ସମସ୍ୟା ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଖୁବ୍ ଶୀଘ୍ର ସବୁ ସମସ୍ୟାର ସମାଧାନ କରାଯିବ ବୋଲି ବିଧାୟକ କହିଥିଲେ ।ସ୍ଥାନୀୟ ଅଞ୍ଚଳର ଲୋକେ ବହୁତ୍ ଖୁସି ବ୍ୟକ୍ତ କରିଥିଲେ।ଦଳ ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବା
ସହିତ ସମସ୍ତଙ୍କୁ ସାମାଜିକ ସ୍ରୋତରେ ସାମିଲ ହୋଇ ପଂଚାୟତ ଉନ୍ନୟନ ମୂଳକ କାର୍ଯ୍ୟରେ ସହଯୋଗ କରିବାକୁ ଆହ୍ବାନ ଦେଉଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନେତା ସନ୍ତୋଷ କୁମାର କୁଣ୍ଡ , ସ୍କୁଲ୍ କମିଟି ଉପାଧ୍ୟକ୍ଷ। ପ୍ରଭାତୀ ସାହୂ,ଶଙ୍କରଶଣ ମହାପାତ୍ର, ସୁଶୀଲ କୁମାର ମହାପାତ୍ର, ପ୍ରଶାନ୍ତ କୁମାର ଜେନା, ବିଜୟ କୁମାର ପ୍ରଧାନ, ପ୍ରମୁଖଙ୍କ ସହ ଶତାଧିକ ଲୋକ ଯୋଗଦେଇ ସମ୍ବର୍ଦ୍ଧିତ ହୋଇଥିଲେ। ବିଧାୟକ ପାଣ୍ଠି କିପରି ଠିକ ଭାବରେ ଖର୍ଚ ହେବ ତାହା ଉପସ୍ଥିତ ଜନ ସାଧାରଣ ଙ୍କ ଠାରୁ ବିଧାୟକ ପଚାରି ବୁଝିଥିଲେ । ବିଧାୟକ ଡଃ ତାଲୀ ଙ୍କ ଏପରି ଜନ ହିତକର କାର୍ଯ୍ୟ କୁ ଦେଉଳିଧର ପୁର ଗ୍ରାମପଞ୍ଚାୟତ ର ଜନସାଧାରଣ ବହୁତ ପ୍ରଶଂସା କରିଥିଲେ ।