Odisha news

ବିଦ୍ଯୁତ ତାର ସଂସ୍ପର୍ଶରେ ଆସି ଗର୍ଭିଣୀ ଗାଈ ମୃତ

0

କୋଣାର୍କ: କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୦ ନମ୍ବର ଓ୍ବାର୍ଡର ଭଗବତୀ କଲେଜ ନିକଟ ମୂଖ୍ୟ ରାସ୍ତାରୁ ଭଗବତୀଙ୍କ ନିକଟକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ବରେ ଆର୍ଥିଙ୍ଗ ସଂସ୍ପର୍ଶରେ ଆସି ଏକ ଗର୍ଭିଣୀ ଗାଈର ଶୋଚନୀୟ ମୃତ୍ୟୁ ହୋଇଛି। ଘଟଣାରୁ ପ୍ରକାଶ ରବିବାର ପୂର୍ବାହ୍ନରେ କୋଣାର୍କ ବେହେରା ସାହିର ବ୍ରଜ ବେହେରାଙ୍କ ଗାଈ ଚରିବାକୁ ଆସିଥିଲା । ଏହି ସମୟରେ ଷ୍ଟ୍ରିଟ୍ ଲାଇଟ ପାଇଁ ବିଦ୍ୟୁତ ଖୁଣ୍ଟରେ ଲାଗିଥିବା ଆର୍ଥିଙ୍ଗ ସଂସ୍ପର୍ଶରେ ଆସି ଗାଈଟିର ମୃତ୍ୟୁ ହୋଇ ଯାଇଛି । ମୃତ ଗାଈଟି ଅନ୍ତସ୍ବତ୍ତା ଥିବା ଜଣା ପଡିଛି । ବ୍ରଜ ଏ ନେଇ କୋଣାର୍କ ଥାନରେ ଏକ ଲିଖିତ ଅଭିଯୋଗ କରି ବିଦ୍ୟୁତ ବିତରଣ ସଂସ୍ଥା ଓ କୋଣାର୍କ ଏନଏସିର କତୃପକ୍ଷଙ୍କ ନିକଟରେ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି । ଏଠାରେ ସୂଚନା ଥାଉକି କୋଣାର୍କ ଏନଏସିର ଷ୍ଟ୍ରିଟ୍ ଲାଇଟ୍ ପାଇଁ ବିଭିନ୍ନ ବିଦ୍ୟୁତ ଖୁଣ୍ଟରେ ଆର୍ଥିଙ୍ଗ ବ୍ୟବସ୍ଥା କରାଯାଇଛି । ଏହି ଆର୍ଥିଙ୍ଗ ଏବେ ବିପଦ ସଙ୍କୁଳ ହୋଇପଡିଛି । ଏନସିର ଅବହେଳା ପାଇଁ କୋଣାର୍କ ଏନଏସିର ୧୩ଟି ଓ୍ବାର୍ଡର ଅଧିକାଂଶ ସ୍ଥାନ ଏବେ ଅନ୍ଧାରରେ ରହିଛି । ଦାଇତ୍ୱରେ ଥିବା କର୍ମଚାରୀଙ୍କ ଅବହେଳା ପାଇଁ ଏଭଳି ସମସ୍ୟା ଉପୁଜୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। କ୍ଷତିଗ୍ରସ୍ତ ଗୋପାଳକଙ୍କୁ କ୍ଷତି ପୂରଣ ଦେବା ପାଇଁ ସାଧାରଣରେ ଦାବି ହୋଇଛି।

Leave A Reply