୮୪ ଲକ୍ଷ ଯୋନୀ ମାନଙ୍କ ମଧ୍ୟରେ ମନୁଷ୍ୟ ଜୀବନ ସବୁଠୁ ଦୁର୍ଲଭ, ଚାଣକ୍ୟ ଙ୍କ ନୀତି ଅନୁସାରେ ଯେ କୌଣସି ମଣିଷର ଜନ୍ମ କୌଣସି ବିଶେଷ ଉଦେଶ୍ୟ ପାଇଁ ହୋଇଥାଏ l ମାନବ ଜୀବନ ବହୁ ମୂଲ୍ୟ ଅଟେ l ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ କହିଛନ୍ତି ଯେ ମନୁଷ୍ୟ ଜୀବନ ସାର୍ଥକ କରିବା ପାଇଁ ବିଶେଷ କାର୍ଯ୍ୟ କରିବା ଆବଶ୍ୟକ l ଏହା ସେହି କାର୍ଯ୍ୟ ଯାହା ମଣିଷ ଜୀବିତ ସମୟରେ କଲେ ତାର ଶୁଭ ପରିଣାମ ଜୀବିତ ସମୟରେ ଓ ମୃତ୍ୟୁ ପରେ ମଧ୍ୟ ଲାଭ କରିଥାଏ l ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ ହୋଇଥାଏ l
* ଧର୍ମର ପାଳନ –
ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ କହିଛନ୍ତି ଯେ ଧର୍ମର ଅଧୀନ ରେ ରହୁଥିବା ବ୍ୟକ୍ତି ଜୀବନ ରେ କଦାପି ଦୁଖୀ ହୋଇନଥାଏ l ତା ଜୀବନ ରେ ଦୁଃଖକଷ୍ଟ ନିହାତି ଆସିଥାଏ କିନ୍ତୁ ତାହା କ୍ଷଣିକ ପାଇଁ l ମଣିଷ କୁ ତାର ଜୀବନ ଉଚିତ ମାର୍ଗରେ ନେଇ ଯାଇଥାଏ l ଧର୍ମ ର ପାଳନ କରୁଥିବା ବ୍ୟକ୍ତି କଦାପି କୌଣସି ଖରାପ କାର୍ଯ୍ୟ କରିନଥାଏ l
* କର୍ମ –
ଚାଣକ୍ୟ କହିଛନ୍ତି ଯେଉଁ ଜୀବ ମନୁଷ୍ୟ ରୂପରେ ଜନ୍ମ ନେଇଥାଏ, ତାକୁ ତା ଜୀବନ ରେ କିଛିନା କିଛି କାର୍ଯ୍ୟ କରିବାକୁ ପଡିଥାଏ l ବିନା ଲକ୍ଷରେ ଜୀବନ ପଶୁ ସମାନ ଅଟେ l ଯିଏ ନିଜ ଗୋଡ଼ରେ ପରିଶ୍ରମ କରି ଠିଆ ହୋଇଥାଏ ତାକୁ କଦାପି କାହାରି ଆଗରେ ହାତ ପତେଇ ଠିଆ ହେବାକୁ ପଡେ ନାହିଁ l କର୍ମଠ ବ୍ୟକ୍ତି ନିଜର ଦାୟିତ୍ୱ ପ୍ରତି ସତର୍କ ଥାଏ l କର୍ମଠ ବ୍ୟକ୍ତି ପ୍ରତି ସର୍ବଦା ଈଶ୍ୱରଙ୍କ କୃପା ରହିଥାଏ l
* ଧନ –
ଚାଣକ୍ୟ ନୀତି ଅନୁସାରେ ମଣିଷ ଜୀବନ ରେ ଧନର ଆବଶ୍ୟକତା ଖୁବ ରହିଛି l ଧନ ଲାଭ ପାଇଁ ବ୍ୟକ୍ତି ନିଜର ଲକ୍ଷରେ ସଫଳ ହେବ ଜରୁରୀ l ଧନ ଅର୍ଜନ କରିବା ସହ ତାର ସଦୁପଯୋଗ ମଧ୍ୟ କରିବା ଆବଶ୍ୟକ l ତେବେ ଯାଇ ଜୀବନ ରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବ l
* ମୋକ୍ଷ –
ଯେ କୌଣସି ବ୍ୟକ୍ତିର ଜୀବନ ରେ ଶେଷ ପର୍ଯ୍ୟାୟ ମୋକ୍ଷ ହୋଇଥାଏ l ପ୍ରତ୍ୟେକ ବ୍ୟକ୍ତି ନିଜର ଲକ୍ଷ, କର୍ମ ଓ ଧର୍ମ ଦ୍ୱାରା ହିଁ ମୋକ୍ଷ ଲାଭ କରିପାରି ଥାଏ l