ବାଲିପାଟଣା ୨୩/୦୬ : ବାଲିପାଟଣା ତହସିଲ ପକ୍ଷରୁ ବେ ଆଇନୀ ବାଲି ଚୋରା ଚାଲାଣ, ଓଭର ଲୋଡୀଙ୍ଗ ଓ ଗାଡ଼ି କାଗଜ ପତ୍ର ଯାଞ୍ଚ ପ୍ରକ୍ରିୟାକୁ ସୁଧାରିବା ପାଇଁ କିଛି ଦିନ ଧରି ବ୍ୟାପକ ଚଢାଉ ଜାରୀ ରହିଛି। ଗୁରୁବାର ଦିନ ତହସିଲଦାର ବୁଲୁବୁଲୁ ବେହେରାଙ୍କ ନିର୍ଦ୍ଧେଶ କ୍ରମେ ତହସିଲ୍ ପ୍ରଶାସନ ପକ୍ଷରୁ ଚଢାଉ କରି ସାତଟି ଗାଡ଼ିକୁ ଜବତ କରିଥିଲେ। ଆଜି ଓଭର ଲୋଡ଼ିଙ୍ଗ ପାଇଁ ୪ ଟି ହାଇୱା ଯଥା ଓଡି ୦୭ଇୟୁ ୯୧୨୯, ଓଡ଼ି ୦୨କିୟୁ ୩୯୫୯, ଓଡ଼ି ୦୯ଏଚ ୫୪୨୦, ଓଡ଼ି ୧୮୯୭୮୯ , ଚାରୋଟି ହାଇୱା ଠାରୁ ୧ ଲକ୍ଷ ୨୦ ହଜାର ଓ ଟ୍ରକ ନଂ ଓ ଆର ୦୯ ଏଫ୍ ୨୨୬୯ କୁ ୧୦ ହଜାର , ମୋଟ ୧ଲକ୍ଷ ୩୦ ହଜାର ଓଭର ଲୋଡିଙ୍ଗ ପାଇଁ ଫାଇନ ଆଦାୟ କରି ଆଜି ଛାଡି ଦିଆଯାଇଛି। ପ୍ରକାଶ ଥାଉକି କିଛି ମାସ ହେବ ହଠାତ୍ ଶହ ଶହ ହାଇୱା ଓଭର ଲୋଡିଙ୍ଗ କରି, ଜନଗହଳି ପୂର୍ଣ୍ଣ ଅଣ ଓସାରିଆ ରାସ୍ତାରେ ଦ୍ରୁତ ଗତିରେ ଯିବା ଆସିବା କରିବା ଯୋଗୁଁ ବାରମ୍ଵାର ଦୃଘଟଣାମାନ ଘଟିବାରେ ଲାଗିଥିଲା। ଯାହାକୁ ନେଇ ସାଧାରଣ ଲୋକେ , ଆଖପାଖ ଗ୍ରାମବାସୀ,ଓ ବଜାର କମିଟି ପକ୍ଷରୁ ସ୍ଥାନୀୟ ତହସିଲଦାର ବୁଲୁବୁଲୁ ବେହେରା, ଥାନା ଅଧିକାରୀ ଓମ୍ ପ୍ରକାଶ ମହାନ୍ତି,ଓ ଜୟଦେବ ବିଧାୟକ ଡଃ ଅରବିନ୍ଦ ଢ଼ାଲିଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ତହସିଲ୍ କାର୍ଯ୍ୟାଳୟ ପକ୍ଷରୁ ବ୍ୟାପକ ଚଢାଉ ଜାରୀ ରହିଛି।କାକରୁଦ୍ରପୁର ,ଖମଙ୍ଗ , ବାଲିପାଟଣା ବଜାର ଅଣ୍ଓସାରିଆ ରାସ୍ତା ରେ ଦିନକୁ ଶହ ଶହ ବାଲି ବୋଝେଇ ଟ୍ରକ ଯାତାୟତ କରିବା ଦ୍ୱାରା ସାଧାରଣ ଜିବନ ଜାପନ ରେ ବ୍ୟାଘାତ ସୃଷ୍ଟି ହେଉଛି । ଏଣୁ ଉକ୍ତ ଟ୍ରକ ଗୁଡ଼ିକ ତୁରନ୍ତ ଯାତାୟତ ବନ୍ଦ କରିବା ପାଇଁ ସାଧାରଣ ରେ ଦାବି ହୋଇଛି ।