ବୁଗୁଡ଼ା : ତା ୨୩/୦୬/୨୩ : ବୁଗୁଡ଼ା ଥାନା ଅନ୍ତର୍ଗତ ବି.କରଡ଼ାବାଡ଼ି ଗ୍ରାମର ଖଦାଳସାହି ଅଙ୍ଗନୱାଡି କେନ୍ଦ୍ର ନିକଟରେ ଥିବା ଏକ ସର୍ବସାଧାରଣ ପଥର କୂଅରେ ପଡି ଜନୈକ ବ୍ଯକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତକ ଜଣକ ହେଲେ ଖଦାଳସାହିର ଅଳିଅ ନାଇକ(୫୩) । ପ୍ରକାଶ ଯେ , ଆଜି ରାତି ପ୍ରାୟ ୮ ଟା ସମୟରେ ଅଳିଅ କୂଅ ଚନ୍ଦିନି ଉପରେ ବସିଥିବା ବେଳେ ଅସାବଧାନତା ବଶତଃ କୂଅ ଭିତରକୁ ଖସିପଡି ପାଣିରେ ବୁଡି ଯାଇଥିଲେ । ଖବର ପାଇ ବୁଗୁଡ଼ା ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲକୁ ଆଣିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାଯାଇଛି ।