Odisha news

ସକାଳୁ ଯଦି ଜଳଖିଆରେ ଖାଉଛନ୍ତି ଧଳା ବ୍ରେଡ ତେବେ ହୋଇ ପାରନ୍ତି ଏହିସବୁ ରୋଗ ଦ୍ୱାରା ପୀଡିତ

0
ପ୍ରାୟ ଅଧିକାଂଶ ଘରେ ସକାଳ ଜଳଖିଆ ରେ ଖାଉଥିବାର ଦେଖିବାକୁ ପାଇଥାଉ l ଅଫିସ ପାଇଁ ଲଞ୍ଚ ବକ୍ସ ପ୍ରସ୍ତୁତ କରିବାରେ ହେଉ କିମ୍ବା ସ୍କୁଲ ପାଇଁ ଟିଫିନ ବକ୍ସ ପ୍ରସ୍ତୁତ କରିବା ହେଉ ସବୁଥିରେ ବ୍ରେଡ ର ବ୍ୟବହାର ହୋଇଥାଏ l ସମସ୍ତେ ବ୍ରେଡ କୁ ପ୍ରିଫର କରିଥାଆନ୍ତି l କିଛି ଲୋକ ଘରର ରନ୍ଧା ଖାଇବା ଖାଇବାକୁ ପସନ୍ଦ କରନ୍ତି l କିନ୍ତୁ କିଛି କ୍ଷେତ୍ରରେ ବ୍ରେଡ ହେଉଛି ସବୁଠୁ ସହଜ ବ୍ରେକଫାଷ୍ଟ ଅଟେ l ଏହି ବ୍ରେଡ ଆମ ମର୍ଡନ ଲାଇଫଷ୍ଟାଇଲ ର ଗୋଟିଏ ଏମିତି ଅଙ୍ଗ ହୋଇ ଯାଇଛି ଯେ ଏହା ଯେକୌଣସି ଗ୍ରୋସରୀ ଦୋକାନରେ ଖୁବ ସହଜରେ ମିଳିଯାଉଛି l କିନ୍ତୁ ଆଜି ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ବ୍ରେଡ ଖାଇବା ସ୍ୱାସ୍ଥ୍ୟ ପକ୍ଷରେ କେତେ ହିତକର l
* ଖାଲି ପେଟରେ ଖାଆନ୍ତୁ ନାହିଁ ବ୍ରେଡ –
ଗ୍ରେନସ ଫୁଡ ଫାଉଣ୍ଡେସନ ର ସୂଚନା ଅନୁସାରେ ବ୍ରେଡ ରେ ଫାଓଲେଟ, ଫାଇବର, ଵୈରଂ, ଭିଟାମିନ ବି ଓ ଅନେକ କିଛି ତତ୍ୱ ରହିଥାଏ l କିନ୍ତୁ ଖାଲି ପେଟରେ ବ୍ରେଡ ଖାଇବା ଶରୀର ପାଇଁ କ୍ଷତି କାରକ ମଧ୍ୟ ହୋଇପାରେ l ଏହା ଆମକୁ ଗ୍ୟାସ ଏସିଡ଼ିଟି ର ଶିକାର କରାଇପାରେ l ଏହାଛଡା ମେଦ ବୃଦ୍ଧି କରିଥାଏ l
* ବ୍ରେଡ ରେ ପୋଷଣ ତତ୍ୱ –
– କ୍ୟାଲୋରୀ – ୮୨
– ପ୍ରୋଟିନ – ୪ ଗ୍ରାମ
– ଫ୍ୟାଟ – ୧ ଗ୍ରାମ
– କାର୍ବୋହାଇଡ୍ରେଟ – ୧୪ ଗ୍ରାମ
– ଫାଇବର – ୨ ଗ୍ରାମ
– ଚୀନୀ – ୧ ଗ୍ରାମ
* ଖାଲି ପେଟରେ ବ୍ରେଡ ଖାଇବା ଦ୍ୱାରା ହୋଇପାରେ ଏହିସବୁ ସ୍ୱାସ୍ଥ୍ୟ ସମସ୍ୟା –
– ଉଚ୍ଚ ରକ୍ତଚାପ –
ପ୍ରତିଦିନ ଖାଲି ପେଟରେ ବ୍ରେଡ ଖାଇବା ଦ୍ୱାରା ଆପଣଙ୍କ ସୁଗାର ସ୍ତର ବୃଦ୍ଧି ପାଇପାରେ l ଏଥିରେ ଥିବା ହାଇ ଗ୍ଲlଇସେମିକ ଇଣ୍ଡେକ୍ସ ଆପଣଙ୍କ ଶୁଗର ସ୍ତରକୁ ବୃଦ୍ଧି କରିପାରେ l ବ୍ରେଡ ରେ ଏମାଇଲୋ ପେକଟିନ ଏ ରହିଥାଏ ଯାହା ଶର୍କରା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ l ନିୟମିତ ବ୍ରେଡ ଖାଇବା ଦ୍ୱାରା ମଧୁମେହ, କିଡ୍ନୀ ପ୍ରୋବ୍ଲେମ, ହାର୍ଟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ l
– ଖରାପ କୋଲେଷ୍ଟ୍ରଲ ବୃଦ୍ଧି ହୋଇଥାଏ –
ଭିଟାମିନ ଇ ଓ ଫାଇବର ବ୍ରେଡ ରେ ରହିଥାଏ l ଯେଉଁ କାରଣରୁ ଏହାକୁ ପ୍ରତିଦିନ ସେବନ କରିବା ଦ୍ୱାରା ଶରୀରରେ ଖରାପ କୋଲେଷ୍ଟ୍ରଲ ବୃଦ୍ଧି ହୋଇଥାଏ ଓ ହାର୍ଟ ସମସ୍ୟା ଦେଖା ଦେଇଥାଏ l
– ଓଜନ ବୃଦ୍ଧି ହୋଇଥାଏ –
ପ୍ରତିଦିନ ବ୍ରେଡ ଖାଇବା ଦ୍ୱାରା ଓଜନ ବୃଦ୍ଧି ସମସ୍ୟା ଦେଖା ଦେଇଥାଏ l କୋଷ୍ଠ କାଠିନ୍ୟ ସମସ୍ୟା ଦେଖା ଦେଇଥାଏ ଓ ପେଟ ସଫା ହୋଇ ନଥାଏ l ଏହାପରେ ଶରୀରରେ ପ୍ରୋଟିନ ଓ ଫ୍ୟାଟ ଜମା ହୋଇଥାଏ l ଏହାଛଡା ଏଥିରେ ଥିବା କାର୍ବୋହାଇଡ୍ରେଟ ଚିନି ରେ ପରିବର୍ତନ ହୋଇ ଓଜନ ବୃଦ୍ଧିରେ ସାହାଯ୍ୟ କରିଥାଏ l ତେଣୁ ଧଳା ବ୍ରେଡ ଶରୀର ପାଇଁ କ୍ଷତିକାରକ ଅଟେ l
Leave A Reply