Odisha news

କ୍ୟାନ୍ସର ପୀଡିତା ପ୍ରଶଂସକ ସହିତ କଥା ହେଲେ କିଙ୍ଗ ଖାନ ଓ ପ୍ରତିଶୃତି ନେଲେ ହାତ ତିଆରି ମାଛ ତରକାରୀ ଖାଇବାର

0
ଶାହରୁଖ ଖାନ ନିଜର ବିଶେଷ ବ୍ୟକ୍ତିତ୍ୱ ପାଇଁ ସମସ୍ତ ଙ୍କ ନିକଟରେ ଅତି ପ୍ରିୟ ଅଟନ୍ତି l ଏମିତି କିଛି ନିକଟରେ ଦେଖିବାକୁ ମିଳିଛି l କ୍ୟାନ୍ସର ରେ ପୀଡିତ ଜଣେ ବ୍ୟକ୍ତି ଯିଏକି ଶାହରୁଖ ଙ୍କ ଗୋଟିଏ ବଡ ପ୍ରଶଂସକ ଅଟନ୍ତି, ଯାହାଙ୍କ ଶେଷ ଇଛା ଥିଲା ଶାହରୁଖ ଙ୍କୁ ସାକ୍ଷାତ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ l ଏହି କଥା ଜାଣିବା ମାତ୍ରକେ ଶାହରୁଖ ନିଜ ଫ୍ୟାନ କୁ ସାରପ୍ରାଇଜ ଦେବା ପାଇଁ ଭିଡିଓ କାଳ କରିଦେଲେ , ଏହି ସମୟରେ ଶାହରୁଖ ନିଜ ପ୍ରଶଂସକ ସହିତ ଖାଲି ସାକ୍ଷାତ କରିବା ପାଇଁ କହି ନଥିଲେ, ବରଂ ତାଙ୍କର ଚିକିତ୍ସା ପାଇଁ ଆର୍ଥିକ ସହାୟତା ର ହାତ ବଢ଼ାଇବେ ବୋଲି ପ୍ରତିଶୃତି ଦେଇଥିଲେ l
ପଶ୍ଚିମ ବଙ୍ଗର ଖରଦାହ ରେ ରହୁଥିବା ଶିବାନୀ ଚକ୍ରବର୍ତ୍ତୀ ନାମକ ୬୦ ବର୍ଷୀୟା ମହିଳା ଗତ କିଛି ବର୍ଷ ହେଲା କ୍ୟାନ୍ସର ପୀଡିତ ଅଛନ୍ତି l ସେ ନିଜ ଜୀବନ ରେ ଥରେ ମାତ୍ର କିଙ୍ଗ ଖାନ ଙ୍କ ସହିତ ସାକ୍ଷତ କରିବାକୁ ଚାହୁଁଥିଲେ l ସବୁଠୁ ବଡ କଥା ହେଲା ଶିବାନୀ ଙ୍କ ଇଛା ପୁରାଣ କରିବା ପାଇଁ ଶାହରୁଖ ଟିକିଏ ହେଲେ ସମୟ ଲଗାଇ ନଥିଲେ l ଶାହରୁଖ ତୁରନ୍ତ ଭିଡିଓ କଲ ଲଗାଇଥିଲେ ଶିବାନୀ ଙ୍କୁ, ଯାହା ବର୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି l
ଇଣ୍ଡିଆ ଟୁଡ଼େ ର ସୂଚନା ଅନୁସାରେ ଶାହରୁଖ ଦୀର୍ଘ ୪୦ ମିନିଟ ପର୍ଯ୍ୟନ୍ତ ନିଜ ପ୍ରଶଂସକ ଙ୍କ ସହିତ କଥା ହୋଇଥିଲେ l ଶିବାନୀ ଙ୍କ ଝିଅ ଏହି କଲ କୁ ନେଇ କହିଛନ୍ତି ଯେ ‘ ଶାହରୁଖ ମୋ ମା ଶୀଘ୍ର ଠିକ ହୋଇ ଯିବା ପାଇଁ ଶୁଭ ମନାସି ଥିଲେ l ଏବଂ କହିଥିଲେ ଯେ ମୋ ମାଙ୍କ ହାତ ତିଆରି ମାଛ ତରକାରୀ ଖାଇବାକୁ ଆସିବେ l ଏହାଛଡା ସେ କହିଥିଲେ ଯେ ମୋ ବିବାହ ରେ ନିଶ୍ଚିନ୍ତ ଆସିବେ l ଏବଂ ମୋ ମାଙ୍କୁ ଚିକିତ୍ସା ପାଇଁ ଯାହା ସାହାଯ୍ୟ ଆବଶ୍ୟକ ସହାୟତା କରିବେ ବୋଲି କହିଛନ୍ତି l ‘
Leave A Reply