Odisha news

ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ପାଇଁ ପାପୁଆ ନ୍ୟୁ ଗିନୀ ଭାଙ୍ଗିଲା ନିଜର ଏତେ ବର୍ଷର ପୁରୁଣା ପରମ୍ପରା

0
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ସନ୍ଧ୍ୟା ସମୟରେ ପାପୁଆ ନ୍ୟୁ ଗିନୀ ପହଂଚି ଥିଲେ l ରାଜଧାନୀ ପୋର୍ଟ ମୋରେଶବୀ ରେ ବେଲାରୁଷ ପ୍ରଧାନମନ୍ତ୍ରୀ ଜେମ୍ସ ମାରେପ ତାଙ୍କର ସ୍ୱାଗତ କରିଥିଲେ l ଏହି ସମୟରେ ଜେମ୍ସ ମାରେପ ମୋଦୀ ଙ୍କ ପାଦ ଛୁଇଁ ସ୍ୱାଗତ କରିଥିଲେ l ଏହା ପ୍ରଧାନ ମନ୍ତ୍ରୀ ମୋଦୀ ଙ୍କର ପ୍ରଥମ ଗସ୍ତ ଥିଲା ଓ ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଙ୍କର ପ୍ରଥମ ଗସ୍ତ ଥିଲା l ବିଶେଷ ଭାବରେ ଦେଖିବାକୁ ଗଲେ ସୂର୍ଯ୍ୟାସ୍ତ ପରେ ପାପୁଆ ନ୍ୟୁ ଗିନି ରେ ସନ୍ଧ୍ୟା ପରେ କୌଣସି ରାଷ୍ଟ୍ର ଅଧ୍ୟକ୍ଷ ଙ୍କୁ ପାରମ୍ପରିକ ଭାବରେ ସ୍ୱାଗତ କରାଯାଇ ନ ଥାଏ l କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ମାମଲା ରେ ନ୍ୟୁ ଗିନୀ ନିଜର ପରମ୍ପରା କୁ ପରିବର୍ତନ କରିଥିଲା l
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଜାପାନ ଗସ୍ତ ସମ୍ପୂର୍ଣ କରିବା ପରେ ପାପୁଆ ନ୍ୟୁ ଗିନୀ ରେ ପହଂଚି ଥିଲେ l ତାଙ୍କ ବିମାନ ମୋରେଷବି ଅନ୍ତରରାଷ୍ଟ୍ରୀୟ ବିମାନ ବନ୍ଦରରେ ଓଲ୍ହାଇ ଥିଲା l ଏହି ସମୟରେ ତାଙ୍କର ପାରମ୍ପରିକ ଭାବରେ ସ୍ୱାଗତ କରାଯାଇ ଥିଲା l ଏହି ସମୟରେ ପାପୁଆ ନ୍ୟୁ ଗିନି ର ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିଲେ l ଏହି ସମୟରେ ପାପୁଆ ନ୍ୟୁ ଗିନୀ ର ପ୍ରଧାନମନ୍ତ୍ରୀ ଭାରତୀୟ ପ୍ରଧାନମନ୍ତ୍ରୀ ଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ନେଇଥିଲେ l ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଆଲିଙ୍ଗନ କରି ତାଙ୍କର ଅଭିବାଦନ ସ୍ୱୀକାର କରିଥିଲେ l ପ୍ରଧାନମନ୍ତ୍ରୀ ମୋଦି ନ୍ୟୁ ଗିନୀ ରେ FIPIC ର ଶିଖର ସମ୍ମିଳନୀ ରେ ଅଂଶ ଗ୍ରହଣ କରିବା ପାଇଁ ପହଂଚି ଥିଲେ l
ଭାରତୀୟ କୌଣସି ପ୍ରଧାନମନ୍ତ୍ରୀ ଙ୍କ ଏହା ପାପୁଆ ନ୍ୟୁ ଗିନୀ ପ୍ରଥମ ଗସ୍ତ ଅଟେ l ଏହି କାରଣରୁ ମଧ୍ୟ ଏହି ଗସ୍ତର ବିଶେଷ ମର୍ଯ୍ୟାଦା ରହିଛି l ପାପୁଆ ନ୍ୟୁ ଗିନି ରେ କୌଣସି ରାଷ୍ଟ୍ରର ଅଧ୍ୟକ୍ଷ ଙ୍କୁ ସନ୍ଧ୍ୟା ପରେ ସ୍ୱାଗତ କରାଯାଇ ନଥାଏ l କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ପାଇଁ ପାପୁଆ ନ୍ୟୁ ଗିନି ନିଜର ପରମ୍ପରା ବଦଳାଇ ଦେଇଥିଲା l

Leave A Reply