Odisha news

ରୁଟି କୁ କାହିଁକି ଡରୁଥିଲେ ଇଂରେଜ ମାନେ , କଣ ଥିଲା ଏହା ପଛର କାରଣ

0

ରୁଟି ଭାରତୀୟ ବ୍ୟଞ୍ଜନ ମାନଙ୍କ ମଧ୍ୟରେ ଗୋଟିଏ ମୁଖ୍ୟ ବ୍ୟଞ୍ଜନ ଅଟେ ଓ ଅନାଦି କାଳର ଭାରତୀୟ ସଂସ୍କୃତିର ଗୋଟିଏ ଅଂଶ ହୋଇ ରହିଛି l  ଭାରତ ବର୍ଷର ସମସ୍ତ ସ୍ଥାନରେ ରୁଟି ଖାଇବାର ଦେଖିବାକୁ ମିଳିଥାଏ l ରୁଟି ବିଶେଷ ଭାବରେ ଡାଲି , ତରକାରୀ ସହି ଖିଆ ଯାଇଥାଏ l କେବଳ ସାମାନ୍ୟ ଗହମ ଅଟା ରେ ପ୍ରସ୍ତୁତ ରୁଟି ଫାଇବର ଓ କାର୍ବୋହାଇଡ୍ରେଟ ରେ ଭରପୁର ହୋଇଥାଏ l  କିନ୍ତୁ ଏହି ରୁଟି ଦିନେ ଇଂରେଜ ମାନଙ୍କୁ ଆତଙ୍କିତ କରି ଦେଇଥିଲା ଓ ଅନେକ ପ୍ରଶ୍ନ ତାଙ୍କ ମନରେ ସୃଷ୍ଟି କରି ଦେଇଥିଲା l ଯାହାର ସମାଧାନ ସେମାନେ କରିପାରି ନଥିଲେ l

୧୮୫୭ ର ରୁଟି ଆନ୍ଦୋଳନ ଆଗ୍ରା ନିକଟରେ ମଥୁରାରେ ହୋଇଥିଲା l  ଏହାର ଆରମ୍ଭ ସେତେବେଳେ ହୋଇଥିଲା ଯେତେବେଳେ ପ୍ରଦର୍ଶନକାରୀ ମାନେ ଦୀର୍ଘ ରାସ୍ତା ପର୍ଯ୍ୟନ୍ତ ପ୍ରଦର୍ଶନକାରୀ ମାନଙ୍କୁ ରୁଟି ବାଣ୍ଟିବା ଆରମ୍ଭ କରିଥିଲେ l  ରୁଟି ବାଣ୍ଟିବା ଅଭିଯାନ ବିଶେଷ ଭାବରେ ରାତିରେ କିମ୍ବା ଭୋର ସମୟରେ ହେଉଥିଲା l  ଏହି ବିତରଣ ବିଶେଷ ଭାବରେ ଗ୍ରାମର ଚୌକିଦାର କିମ୍ବା ପୋଲିସ ଙ୍କ ଦ୍ୱାରା କରାଯାଉ ଥିଲା l ଏହି ଆନ୍ଦୋଳନ ଏତେ ତେଜିଲା ଯେ କିଛି ସମୟ ମଧ୍ୟରେ ୯୦ ହଜାର ପୋଲିସ କର୍ମୀ ଆନ୍ଦୋଳନ ରେ ଯୋଗ ଦେଇଥିଲେ l  ରୁଟି ରାତି ସମୟରେ ଭାରତର ସମସ୍ତ ପୋଲିସ ଥାନାରେ ରୁଟି ପହଞ୍ଚା ଯାଉଥିଲା l ଯିଏ ସେହି ରୀତିକୁ ପାଉଥିଲେ ସେମାନେ ପରଦିନ ରୁଟି କିଛି ପ୍ରସ୍ତୁତ କରୁଥିଲେ ଓ ନିକଟବର୍ତୀ ଗାଁ ଗୁଡିକୁ ପଠାଇ ଦେଉଥିଲେ l  ହଠାତ ଏହି ରୁଟି ବାଣ୍ଟିବା ଯୋଜନା ଇଂରେଜ ମାନଙ୍କ ନିଦ ହଜାଇ ଦେଲା ଓ ସେମାନେ ଏହାର ଯାଞ୍ଚ ଆରମ୍ଭ କରିଦେଲେ l

କଣ ରହିଥିଲା ଏହା ପଛର ପ୍ରକୃତ କାରଣ –
ମଥୁରାର ଜଣେ ମାଜିଷ୍ଟ୍ରେଟ ମାର୍କ ଥର୍ନହିଲ ଙ୍କ ଦ୍ୱାରା ଯାଞ୍ଚ ଆରମ୍ଭ ହେଲା ଏତେ ମାତ୍ରାରେ ରୁଟି ପ୍ରତିଦିନ ପାଖାପାଖି ୩୦୦ କିଲୋମିଟର ପର୍ଯ୍ୟନ୍ତ କୁଆଡେ ଯାଉଛି l  ଏହି ରୁଟି ଭାରତର ସମସ୍ତ ଦିଗ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ସବୁଆଡେ ଯାଉଥିଲା l  କାହିଁକି ଅଚାନକ ଏତେ ବ୍ୟାପକ ମାତ୍ରାରେ ରୁଟି କାହିଁକି ବିତରଣ ହେଉଛି l  ଏହା ଥର୍ନହିଲ ଙ୍କ ସନ୍ଦେହ କୁ ବଢ଼ିବାରେ ଲାଗିଲା l  କିନ୍ତୁ ଯାଞ୍ଚ ପରେ ମଧ୍ୟ କିଛି ସୁରାଗ ମିଳିଲା ନାହିଁ l  ଇଂରେଜ ମାନଙ୍କ ର ଧାରଣା ରହିଥିଲା ଯେ ରୁଟି ଭିତରେ ଗୋପନୀୟ କୋଡ଼ କିମ୍ବା ତଥ୍ୟ ଦିଆଯାଉ ଥିଲା , ଯାହା ଇଂରେଜ ସରକାର ବିରୁଦ୍ଧରେ ଷଡଯନ୍ତ୍ର କରାଯାଉ ଥିଲା l  କିନ୍ତୁ ଇଂରେଜ ମାନଙ୍କୁ ସେଭଳି କିଛି ତଥ୍ୟ ମିଳିଲା ନାହିଁ l

କିନ୍ତୁ ବିଶେଷ ଭାବରେ ରୁଟି ଆନ୍ଦୋଳନ ଭାରତୀୟ ମାନଙ୍କୁ ଇଂରେଜ ମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ପାଇଁ ଏକାଠି କରିବାରେ ସକ୍ଷମ ହୋଇଥିଲା l ଏଭଳି ମଧ୍ୟ ତଥ୍ୟ ରହିଛି ମଇ ୧୦ ଆରମ୍ଭ ହୋଇଥିବା  ୧୮୫୭ ର ବିଦ୍ରୋହ ରୁଟି ଆନ୍ଦୋଳନ ରୁ ହିଁ ଆରମ୍ଭ ହୋଇଥିଲା l  ସେହି ସମୟରେ ଫତେହପୁର ର କଲେକ୍ଟର ଥିଲେ ଜେ. ଡବ୍ଲ୍ୟୁ ସୋରେର , ସେ ନିଜ ପୁସ୍ତକ ‘ଡେଲି ଲାଇଫ ଦ୍ୟୁରିଙ୍ଗ ଦି ଇଣ୍ଡିଆନ ମୟୁଟିନି ‘ ରେ ଲେଖିଛନ୍ତି – ” ରୁଟି ଆନ୍ଦୋଳନ ପଛର ଉଦେଶ୍ୟ ରହସ୍ୟମୟୀ ଚିନ୍ତା ର କାରଣ ହୋଇଥିଲା, ଯାହାକି ଖୁବ ସଫଳ ହୋଇଥିଲା l ”

ଅନ୍ୟ ଗୋଟିଏ ସିଦ୍ଧାନ୍ତ ଅନୁସାରେ ଏହି ରୁଟି ଆନ୍ଦୋଳନ ଭାରତରେ ହଇଜା ର ପ୍ରକୋପ କୁ କମାଇବାର ମୁଖ୍ୟ କାରଣ ଥିଲା l ଏହି ହଇଜା ପାଇଁ ବିଶେଷ ଭାବରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଦାୟୀ ଥିଲା l

Leave A Reply