Odisha news

ବିଷଧର ସାପ କାମୁଡାରେ ଯୁବକର ମୃତ୍ୟୁ

0

ବେତନଟୀ :  ବେତନଟୀ ଥାନା ବଡଜାମବଣି ଫାଣ୍ଡି ଅଧୀନ ପଚାଖାଳି ଗ୍ରାମରେ ଜନୈକ ଯୁବକଙ୍କର ବିଷଧର ସାପ କାମୁଡାରେ ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ପଚାଖାଳି ଗ୍ରାମର ହାଡିବନ୍ଧୁ ସିଙ୍କ ପୁଅ ବିକର୍ତ୍ତନ ସିଂ (୪୦) । ମିଳିଥିବା ସୂଚନା ଅନୁସାରେ  ବିକର୍ତ୍ତନ ନିଜର ସାଙ୍ଗ ସହିତ ସୋମବାର ବିଳମ୍ବିତ ରାତିରେ ଗାଁ ନିକଟସ୍ଥ ବାଉରା ନଦୀକୁ ମାଛ ଧରିବାକୁ ଯାଇଥିଲେ। ତେବେ ଅନ୍ଧାରରେ ମାଛ ଧରିବା ସମୟରେ ଏକ ବିଷଧର ସାପ ବିକର୍ତ୍ତନର ବାମଗୋଡରେ କାମୁଡି ଦେଇଥିଲା । ସର୍ପ ଦଂଶନର କିଛିସମୟ ପରେ ବିକର୍ତ୍ତନ ଅଚେତ ହୋଇ ତଳେ ପଡିଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କିଶାନତାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଶଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ ବାରିପଦା ଡାକ୍ତରଖାନା ନିଆଯାଇଥିଲେ ସୁଦ୍ଧା ସେଠାରେ କାର୍ଯ୍ୟରତ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ବେତନଟୀଥାନା ଏଏସଆଇ ଲକ୍ଷ୍ମଣ ହାସଦା ୨୪/୨୩ ନଂ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବବ୍ୟବଚ୍ଛେଦ କରାଇବାପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି ।

Leave A Reply