ରାଜସ୍ଥାନ ରାଜନୀତି : ପାଇଲଟ ଙ୍କ ଆଲୋଚନା ଓ ବସୁନ୍ଧରା ଙ୍କ ପ୍ରଶଂସା କଣ ରହିଛି ଏହା ପଛରେ ଗହଲୋତ ସରକାର ଙ୍କ ରାଜନୀତି ରଣନୀତି
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ସଚିନ ପାଇଲଟ ଙ୍କ ତିକ୍ତ ଆଲୋଚନା କରି ବିଜେପି ର ବସୁନ୍ଧରା ରାଜେ ଙ୍କ ପ୍ରଶଂସା କରି ରାଜନୀତି ରେ ଗୋଟିଏ ପ୍ରକାର ହଲଚଲ ସୃଷ୍ଟି କରିଛନ୍ତି l ଗହଲୋତ କହିଛନ୍ତି ଯେ ମାନେସର ଯିବାକୁ ଥିବା ୧୦ -୧୨ କୋଟି ଟଙ୍କା ବିଜେପି ପାଇଁ ରହିଥିଲା ଯାହାକୁ ଅମିତ ସାହା ନା ମାଗୁଛନ୍ତି ନା ଫେରାଉ ଛନ୍ତି, ବସୁନ୍ଧରା ରାଜେ ଓ ତାଙ୍କ ବିଧାୟକ ମାନଙ୍କୁ ଅନେକ ଅନେକ ଧନ୍ୟବାଦ ଯିଏ କି ଆମ କୁ ସାହାଯ୍ୟ କରିବାରୁ ଆମ ସରକାର ରହିଗଲା l
ପାଇଲଟ ଙ୍କୁ ନେଇ ତିକ୍ତ ମନ୍ତବ୍ୟ ଦେବାର କାରଣ –
ଲୋକେ କହୁଛନ୍ତି ଅଶୋକ ଗହଲୋତ ରାଜନୈତିକ ସଙ୍କଟ ର ୨ବର୍ଷ ପରେ ଓ ମତଦାନ ର ୫ମାସ ପୂର୍ବରୁ ଏହି ଆରୋପ ପୁନର୍ବାର କାହିଁକି ଲଗାଇଛନ୍ତି l କୁହାଯାଉଛି ଯେ କର୍ଣ୍ଣାଟକ ମତଦାନ ପରେ ଗହଲୋତ ଓ ପାଇଲଟ ଙ୍କ ମଧ୍ୟରେ ଶେଷ ପର୍ଯ୍ୟାୟ ର ନିର୍ଣ୍ଣାୟକ ତର୍କ ହେବ l
ବସୁନ୍ଧରା ଙ୍କ ପ୍ରସଂସାର କାରଣ –
ଅନ୍ୟପକ୍ଷରେ ରାଜନୈତିଜ୍ଞ ମାନଙ୍କ ମତରେ ଗହଲୋତ ବସୁନ୍ଧରା ଙ୍କ ପ୍ରଶଂସା କରି ବିଜେପି ରେ ତାଙ୍କର ସ୍ଥିତି କୁ ଖରାପ କରି ଦେଇଛନ୍ତି l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଇ ୧୦ ତାରିଖରେ ରାଜସ୍ଥାନ ଗସ୍ତରେ ଯିବେ l ଏହା ପୂର୍ବରୁ କଂଗ୍ରେସ ର ବସୁନ୍ଧରା ଙ୍କ ପ୍ରଶଂସା ଓ ଅମିତ ଶାହା ଙ୍କ ଆଲୋଚନା ଗୋଟିଏ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି କରିଛି l ଏହାପରେ ବସୁନ୍ଧରା ନିଜ ସ୍ଥିତି ଭାବି ରବିବାର ଦିନ ରାତି ୧୧ ଟା ରେ ପ୍ରେସ ବିଜ୍ଞପ୍ତି ଡାକି ନିଜର ପ୍ରଶଂସା କୁ ଗହଲୋତ ସରକାରର ଚକ୍ରାନ୍ତ ବୋଲି ଦର୍ଶାଇ ଥିଲେ l ବସୁନ୍ଧରା ରାଜେ ଙ୍କ ନାମ ନେବା ପଛରେ ବିଶେଷ ଭାବରେ ୫ଟି କାରଣ ଦର୍ଶା ଯାଉଛି l
– ବସୁନ୍ଧରା ରାଜେ ରାଜସ୍ଥାନ ର ଜଣେ ଟାଣୁଆ ନେତା ଭାବରେ ପରିଚିତ ଓ ଗହଲୋତ ସରକାର ଏହା ଜାଣିଛି ଯେ ବସୁନ୍ଧରା ଙ୍କର ବିଜେପି ପ୍ରତି ଖୁବ ଉଦାର ଭାବି ରହିଛି l ତେଣୁ ଏଭଳି ମନ୍ତବ୍ୟ ଦେଇ ସେ ବିଜେପି ମଧ୍ୟରେ ବସୁନ୍ଧରା ଙ୍କ ସ୍ଥିତି କୁ ଦୁର୍ବଳ କରିବାକୁ ଚାହୁଁଛନ୍ତି l
– ଦ୍ଵିତୀୟ କଥାଟି ହେଲା କର୍ଣ୍ଣାଟକ ମତଦାନ ପରେ ବସୁନ୍ଧରା ରାଜେ ଙ୍କୁ ବିଜେପି ରେ ମତଦାନ ଅଭିଯାନ ସମିତିର ଦାୟିତ୍ୱ ଦିଆଯିବ ଓ ସେ ବିଜେପି ର ଦାୟିତ୍ୱ ନେବେ l ବସୁନ୍ଧରା ରାଜେ ଗହଲୋତ କୁ ୨ଥର ମଧ୍ୟ ହରାଇ ସାରିଛନ୍ତି l
– ତୃତୀୟତଃ ପ୍ରଧାନମନ୍ତ୍ରୀ ମୋଦି ମଇ ୧୦ ତାରିଖ ରେ ରାଜସ୍ଥାନ ଯିବେ l ଏହା ପି[ଉର୍ବରୁ ଗହଲୋତ ବିଜେପି କୁ ଡ଼ିଫେନସିଭ ମୋଡ଼ କୁ ଆଣିବାକୁ ଚାହୁଁଛି l ବସୁନ୍ଧରା ଙ୍କ ବିଷୟରେ ଏଭଳି ତଥ୍ୟ ଦେବା ପାଇଁ ଗହଲୋତ ତାଙ୍କ ଘର ଧୌଲପୁତ୍ର କୁ ହିଁ ରାଲି ପାଇଁ ଜାଣିଶୁଣି ବାଛି ଥିଲେ l
– ଗହଲୋତ ଭାବିଥିଲେ ଯେ ଯଦି ଏଭଳି ବିଜ୍ଞପତି ଦେବ କଂଗ୍ରେସ ତେବେ ଏହା ଦ୍ୱାରା ବିଜେପି ବସୁନ୍ଧରା ଙ୍କ ଉପରେ ଅସନ୍ତୁଷ୍ଟ ହେବ ଓ ବିଜେପି ର କ୍ଷତି ହେବ l ଯାହାର ଫାଇଦା ନେବ କଂଗ୍ରେସ l
ଯେତେବେଳେ ଏପରି ସ୍ଥିତି ରେ ଗହଲୋତ ଙ୍କୁ ସଚିନ ପାଇଲଟ ଓ ବସୁନ୍ଧରା ଙ୍କ ଚିନ୍ତା ରହିଥିବା ବେଳେ ଦେଖାଯାଉ ଗହଲୋତ କିପରି ରକ୍ଷା କରୁଛନ୍ତି ନିଜ ଆସନ କୁ l ରାଜସ୍ଥାନ ରାଜନୀତି ରେ ସବୁଠୁ ଗୁରୁତ୍ୱପୂର୍ଣ ହୋଇ ଯାଇଛି କିପରି ସମ୍ଭାଳିବେ ଗହଲୋତ ନିଜ ଆସନ l