ବୁଗୁଡ଼ା : ତା ୦୪/୦୫/୨୩ : ସ୍ଥାନୀୟ ବଳଦେବ ମନ୍ଦିର ପରିସରସ୍ଥ ନୃସିଂହ ମନ୍ଦିରରେ ଆଜି ନୃସିଂହ ଚର୍ତୁଦଶୀ ପାଳିତ ହୋଇଯାଇଛି । ଏ ଅବସରରେ ପୂର୍ବାହ୍ନରେ ଠାକୁରଙ୍କ ଷୋଡ଼ଶୋପଚାର ପୂଜା, ମଙ୍ଗଳ ଆଳତି, ଅଭିଷେକ ଏବଂ ସନ୍ଧ୍ୟା କାଳରେ ମହା ଆଳତି, ହୋମ ସହ ନୃସିଂହନାଥଙ୍କ ଜନ୍ମୋତ୍ସବ ପାଳିତ ହୋଇଥିଲା । ପୁରୋହିତ ରାମାନୁଜ ମହାପାତ୍ର ଓ ଦୁର୍ଗା ମାଧବ ପାଣିଙ୍କ ପୌରହିତ୍ଯରେ ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଜଗନ୍ନାଥ ଅଚକ ଯୁବକ ସଂଘର ସଦସ୍ୟଗଣ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଠାକୁର ନୃସିଂହନାଥଙ୍କ ଦର୍ଶନାର୍ଥେ ଶ୍ରଦ୍ଧାଳୁଙ୍କ ସମାବେଶ ଘଟିଥିଲା ।