Odisha news

ସଂଜୟ ରାଉତଙ୍କ ବୟାନରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଚିନ୍ତାରେ : ବିଜେପି ଉପରେ ବୋଝ ବନିଗଲେଣି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ

0

ମୁମ୍ବାଇ : ନିଜର ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଶିବସେନା ( ଉଦ୍ଧବ ଗୋଷ୍ଠୀ) ନେତା ସଂଜୟ ରାଉତ ଆଉ ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ବିଜେପି ଉପରେ ବୋଝ ବନିଗଲେଣି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ।

ଏକ ଜାତୀୟ ସ୍ତରର ଗଣମାଧ୍ୟମକୁ ସଞ୍ଜୟ ରାଉତ କହିଛନ୍ତି ଯେ ସିନ୍ଦେ ସରକାର ଗଠନକୁ ବର୍ଷେ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରିନାହିଁ। ଏବେ ସୁପ୍ରିମ୍ କୋର୍ଟ କ’ଣ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏଭଳି ସ୍ଥିତିରେ ଶିବସେନାକୁ ଭାଙ୍ଗି ବିଜେପି ଯେଉଁ ପରୀକ୍ଷଣ କରିଛି ତାହା ନିରର୍ଥକ ସାବ୍ୟସ୍ତ ହୋଇଛି ବୋଲି ତାଙ୍କର ବିଶ୍ୱାସ। ଏହି ସରକାର ଓ ମୁଖ୍ୟମନ୍ତ୍ରୀ ବିଜେପି ପାଇଁ ବୋଝ ପାଲଟିଛନ୍ତି। ସେମାନଙ୍କ ପାଖରେ ଭୋଟ ନାହିଁ କି ଲୋକ ନାହିଁ।

ଆଜି ବି ଶିବସେନାକୁ ରାଜ୍ୟରେ ଲୋକଙ୍କ ଭଲ ପାଇବା ମିଳୁଛି। ଉଦ୍ଧବ ଠାକରେଙ୍କ ରାଲିକୁ ଲକ୍ଷ ଲକ୍ଷ ସମର୍ଥକ ଆସୁଛନ୍ତି। ଉଦ୍ଧବଙ୍କ ରାଲିକୁ ଆସୁଥିବା ଲକ୍ଷଲକ୍ଷ ଲୋକଙ୍କ ଭିଡ଼ ରାଜ୍ୟରେ ପୁଣି ଥରେ କ୍ଷମତା ପରିବର୍ତ୍ତନର ପରିସ୍ଥିତି ସୃଷ୍ଟି କରୁଛି। ଏକନାଶ ସିନ୍ଦେ ଏବେ ବିଜେପି ପାଇଁ ବୋଝ ପାଲଟିଛନ୍ତି। ଏକନାଶ ସିନ୍ଦେ କେବେ ବି ଜନନେତା ନଥିଲେ। ଠିକ୍ ଅଛି, ତାଙ୍କ ସହ ୪୦ ଜଣ ଯାଇଥିଲେ, କିନ୍ତୁ ସମସ୍ତେ ଜାଣନ୍ତି ଏହାର କାରଣ କ’ଣ ଥିଲା। କେନ୍ଦ୍ରୀୟ ଏଜେନ୍ସିର ଚାପ ହେଉ ଅବା ଅର୍ଥଶକ୍ତି, ସବୁ କିଛି ଅଛି। ବିଧାୟକ ଚାଲିଗଲେ, ସାଂସଦ ଚାଲିଗଲେ କିନ୍ତୁ ଲୋକେ ଗଲେ ନାହିଁ। ଲୋକମାନେ ଏବେ ବି ଆମ ସହିତ ଅଛନ୍ତି ।

 

 

Leave A Reply