Odisha news

ପାରାଦୀପ ପୋର୍ଟ ସାଇଡ କାଫେ ଆଣ୍ଡ ସେଲ୍ ଉଦଘାଟିତ

0
ପାରାଦୀପ – ସମୁଦ୍ର କୂଳରେ ମିଳିପାରିବ ଏବେ ଜିଲ୍ଲା ର ମା ମାନଙ୍କ ହାତ ତିଆରି ବିଭିନ୍ନ ହସ୍ତଶିଳ୍ପ  | ଓଡ଼ମାସ , ମିଶନ ଶକ୍ତି ଏବ୍ଂ ଜିଲ୍ଲା ପ୍ରଶାସନ ର ମିଳିତ ସହଯୋଗରେ ପାରାଦୀପ୍ ସର୍କିଟ ହାଉସ ପ୍ରାଙ୍ଗଣ ରେ ଆଜି ପୋର୍ଟ ସାଇଡ କାଫେ ଆଣ୍ଡ ସେଲ ଉଦଘାଟିତ ହୋଇଯାଇଛି  | ଓଡ଼ମାସ ର ନିର୍ଦ୍ଦେଶିକା ଗୋହାପୁନମ ତାପସ କୁମାର ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବାବେଳେ ଜିଲ୍ଲାପାଳ ପାରୁଲ ପଟୱାରି , ଅତିରିକ୍ତ ଜିଲ୍ଲାପାଳ କାହ୍ନୁଚରଣ ଧିର ଏବ୍ଂ ବରିଷ୍ଠ ବନ୍ଦର , ଜିଲ୍ଲା ପ୍ରଶାସନ ଓ ପିପିଏଲ ର ଅଧିକାରୀ ମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ  | ପିପିଏଲ ର ସହଯୋଗରେ ଦୁଇଟି କଣ୍ଟେନର ଭିତରେ ଗୋଟିଏ କେଫ ଓ ଗୋଟିଏ ସେଲ କରାଯାଇଛି  | ଜିଲ୍ଲାର ସମସ୍ତ ପିଜି ସେକ୍ଟର ରୁ ବହୁ ହାତ ତିଆରି ଜିନିଷ ଏଠାରେ ବିକ୍ରି କରିବା ପାଇଁ ରଖାଯାଇଥିବା ବେଳେ ସ୍ତାନୀୟ ଗଡ଼ ଗ୍ରାମପଞ୍ଚାୟତ ର ଚକ୍ରଧରପୁର ମା ସାହାଡ଼ା ସୁନ୍ଦରୀ ସ୍ଵୟଂ ସହାୟିକା ଗୋଷ୍ଠୀ କୁ ଏହାର ଦାୟିତ୍ଵ ଦିଆଯାଇଛି  | ସମୁଦ୍ର କୂଳରେ ବୁଲିବା ସହ ସାଧାରଣ ଜନତା ସୁଲଭ ମୂଲ୍ୟରେ ସବୁ ପାଇପାରିବେ ବୋଲି ପିପିଏଲ ର କର୍ପୋରେଟ ବ୍ୟାପାର ମୁଖ୍ୟ ଶୁଦ୍ଧି ରଞ୍ଜନ ମିଶ୍ର ପ୍ରକାଶ କରିଛନ୍ତି  |
Leave A Reply