ପାରାଦୀପ୍ – ଥାନା ଦୁଆର ରେ ନ୍ୟାୟ ପାଇଁ ହୋମଗାର୍ଡ | ଯିଏ ଦିନେ ସୁରକ୍ଷା ଯୋଗାଇ ଦେଉଥିଲା ସେ ଆଜି ସୁରକ୍ଷା ମାଗୁଛି | ଆଖିରେ ତାର ଆଖିଏ ଲୁହ | ଛାତି ରେ ଛାତିଏ କୋହ | ଦୁଃଖ ରେ ସେ ଭାଙ୍ଗି ପଡ଼ିଛି | ଦିନ ଥିଲା ସେ ଏଇଠି ଚାକିରି କରିଥିଲା | ଖାକି ବର୍ଦ୍ଦି ରେ ବଡ ବାବୁ ମାନକୁ ସାଲୁଟ ମାରୁଥିଲା | ନିଦ୍ଦେର୍ଶ ପାଇଲା ମାତ୍ରେ ସେ ବଜାର , ଗଲିକନ୍ଦି ରେ ବୁଲି ସାଧାରଣ ଜନତା ଙ୍କୁ ଆଇନ୍ ର ସହାୟତା ଯୋଗାଇ ଦେଉଥିଲା | କିନ୍ତୁ ଆଜି ସେ ସେଇ ଥାନା ଆଗରେ ବସି କାନ୍ଦୁଚି | ଆସିଛି ଆଜି ଡିଉଟି ନୁହଁ ଦୁଃଖ ଜଣାଇବାକୁ | କାରଣ ତାର ପୁଅ ଏବେ ତାକୁ ଘରୁ ବାଡ଼େଇ ବିଦା କରିଦେଇଛି | ସଞ୍ଜୁ ମଲ୍ଲିକ | ବୟସ ର ଅପରାହ୍ଣ ରେ ପହଂଚି ଥିବା ବେଳେ ଏବେ ତା ଜନ୍ମ କଲା ପୁଅ ତାକୁ ଘରୁ ତଡ଼ିଦେଇ ବେସାହାରା କରିଦେଇଛି | ଖାଇବାକୁ ଦିଓଳି ଦୁଇମୁଠା ପାଇବା ତା ପାଇଁ କଷ୍ଟ ସାଧ୍ଯ | ପକ୍ଷାଘାତ ରୋଗ ରେ ସେ କବଳିତ ହେଇ ସାରିଛି | ପାରାଦୀପ୍ ର ବିଭିନ୍ନ ଗଲିକନ୍ଦି ରେ ବୁଲି ଭିକ ମାଗୀ ଚାଲୁଥିବା ବେଳେ ଜାନକୀ ଚାରିଟେବୁଲ ଟ୍ରଷ୍ଟ ତାକୁ ଉଦ୍ଧାର କରି ଏକ ଜରାଶ୍ରମ ରେ ଛାଡିଥିବା ଓ ଏବେ ନ୍ୟାୟ ପାଇଁ ଥାନା କୁ ଆଣିଥିବା ଦେଖାଯାଇଛି | ଯେଉଁ ଥାନା ରେ ସେ ଦିନେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିଲା , ଆଜି ସେଇ ଥାନା ରେ ସେ ନ୍ୟାୟ ଭିକ୍ଷା ପାଇଁ ଦ୍ୱାରସ୍ଥ ହୋଇଛି | ସଞ୍ଜୁ ଙ୍କୁ ଦେଖି ଆଉ ସବୁ ଶୁଣିସାରି ଥାନା ବାବୁ ବି ମାମଲା କୁ ଗୁରୁତର ସହ ନେଇ ସଞ୍ଜୁ ର ପୁଅକୁ ଡକାଇ ଥିବା ଜଣାପଡ଼ିଛି | ତେବେ ପ୍ରଶ୍ନ ଉଠୁଛି ମା ପୁଅ ଟିଏ ଜନ୍ମ କରି ଶେଷ ସମୟରେ ତାର ସାହାରା କୁ ଆବଶ୍ୟକ କରୁଥିବା ବେଳେ ପୁଅ ତାକୁ ଘରୁ ମାଡ ମାରି ବିଦା କରିଦେବା କେତେ ନ୍ୟାୟ ସଙ୍ଗତ | ସଞ୍ଜୁ ଙ୍କ ଭଳି ଅନେକ ମା ଏହି ପରିଣତ ବୟସ ରେ ଏଭଳି ହିନସ୍ଥା ହେଉଥିବା ବେଳେ ଏଭଲି ପୁଅ ମାନଙ୍କୁ ଉଚିତ୍ ଶିକ୍ଷା ଦେବାର ଆବଶ୍ୟକତା ଅଛି |