Odisha news

ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ, ରାଶି ଅନୁସାରେ କରନ୍ତୁ ଏହିସବୁ ଉପାୟ

0

ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ l ଆଜିର ଦିନଟି ଆମ ଓଡ଼ିଆ ମାନଙ୍କ ନବବର୍ଷ ଭାବରେ ପାଳନ କରାଯାଇ ଥାଏ l ବର୍ଷର ୧୨ ଟି ମାସରେ ବାର ଟି ସଂକ୍ରାନ୍ତି ପଡିଥାଏ l ବୈଶାଖ ମାସର ସଂକ୍ରାନ୍ତି ଦିନ କୁ ମହାବିଷୁଭ ସଂକ୍ରାନ୍ତି ଭାବରେ ପାଳିତ ହୋଇଥାଏ ଏହିଦିନ ସୂର୍ଯ୍ୟଦେବ ମୀନ ରାଶିରୁ ମେଷ ରାଶିକୁ ଗମନ କରନ୍ତି l ଆଜିର ଦିନରେ ହନୁମାନ ଜୟନ୍ତୀ ମଧ୍ୟ ଓଡ଼ିଶାର ସମସ୍ତ ସ୍ଥାନରେ ପାଳିତ ହୋଇଥାଏ l ହନୁମାନ ହେଉଛନ୍ତି ମହାଦେବ ଙ୍କ ୧୧ ତମ ରୁଦ୍ର ଅବତାର l ଚଳିତ ଥର ହନୁମାନ ଜୟନ୍ତୀ ରେ ବିଶେଷ  ଭାବରେ ଲକ୍ଷ୍ମୀ ନାରାୟଣ ଯୋଗ ଘଟୁଛି l ଯାହାକି ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇବ l

ହନୁମାନ ଜୟନ୍ତୀ ଦିନ ବିଶେଷ ଯୋଗ ଘଟୁଥିବା କାରଣରୁ ମହାବେଳୀ ହନୁମାନ ଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ବିଘ୍ନ ଓ ବାଧା ଜୀବନ ରୁ ଦୁରେଇ ଯିବ l  ତେଣୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜିର ଦିନରେ କିଛିଟା ଉପାୟ କରିବା ଦ୍ୱାରା ଜୀବନ ରୁ ଆର୍ଥିକ ଅନାଟନ ରୁ ତ୍ରାହି ମିଳିବ l

– ମେଷ ରାଶି- ଆଜିର ଦିନରେ ମେଷ ରାଶିର ବ୍ୟକ୍ତି ହନୁମାନ ଓ ମହାଦେବ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ରାମ ଚାରିଟା ମାନସ ର ବାଳକାଣ୍ଡ ପାଠ କରନ୍ତୁ ଓ କନ୍ୟା ମାନଙ୍କୁ ଭୋଜନ କରନ୍ତୁ l ଏହା ସହିତ ମହାବୀର ଙ୍କ ନିକଟରେ ତୁଳସୀ ଅର୍ପଣ କରନ୍ତୁ l

– ବୃଷ ରାଶି – ବୃଷ ରାଶିର ବ୍ୟକ୍ତି ଆଜିର ଦିନରେ ଓଂ ନମୋ ହନୁମନ୍ତ ନମଃ ମନ୍ତ୍ରକୁ ୧୦୮ ଥର ପାଠ କରନ୍ତୁ ଓ ଛୋଟ ପିଲାଙ୍କୁ ମିଷ୍ଟାନ୍ନ ଅର୍ପଣ କରନ୍ତୁ l ଏଭଳି କରିବା ଦ୍ୱାରା ଜୀବନ ର ସମସ୍ତ କଷ୍ଟ ଦୂର ହୋଇଥାଏ l

– ମିଥୁନ ରାଶି – ମିଥୁନ ରାଶିର ବ୍ୟକ୍ତି ଆଜିର ଦିନରେ ହନୁମାନ ଚାଳିଶା ପାଠ କରିବା ସହିତ ମହାଦେବ ମହା ମୃତ୍ୟୁଞ୍ଜୟ ମନ୍ତ୍ର ୧୦୮ ଥର ଜପ କରନ୍ତୁ, ଏହାଦ୍ୱାରା ଘରର ସମସ୍ତ ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ ଓ ଜୀବନ ସୁଖମୟ ହୋଇଥାଏ l

– କର୍କଟ ରାଶି – ଆମ ହିନ୍ଦୁ ଧର୍ମରେ ରାମ ରକ୍ଷା ସ୍ତୋତ୍ର ର ଖୁବ ମହାତ୍ମ୍ୟ ରହିଛି l  ତେଣୁ ଆଜିର ଦିନରେ ରାମରକ୍ଷା ସ୍ତୋତ୍ର ପାଠ କରନ୍ତୁ ଓ ଭିକ୍ଷୁକ ମାନଙ୍କୁ ଭୋଜନ କରନ୍ତୁ l  ଏଭଳି କରିବା ଦ୍ୱାରା ସର୍ବା ରିଷ୍ଟ ଖଣ୍ଡନ ହେବ ଓ ଜୀବନ ସୁଖମୟ ହେବ l

– ସିଂହ ରାଶି – ସିଂ ରାଶିର ବ୍ୟକ୍ତିଙ୍କ ଜୀବନ ସୁଖମୟ ହେବା ପାଇଁ ଆଜିର ଦିନରେ ହନୁମାନ ଅଷ୍ଟକ ପାଠ କରିବା ସହିତ ହନୁମାନ ମନ୍ଦିର ରେ ଧ୍ବଜା ଅର୍ପିତ କରନ୍ତୁ l  ଏଭଳି କରିବା ଦ୍ୱାରା ଜୀବନ ସୁଖମୟ ହୋଇଥାଏ l

– କନ୍ୟା ରାଶି – କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ସୁଂଦରକାଣ୍ଡ ପାଠ କରିବା ଖୁବ ଭଲ l ତେଣୁ ଆଜିର ଦିନରେ କନ୍ୟା ରାଶିର ବ୍ୟକ୍ତି ହଳଦିଆ ବସ୍ତ୍ର ଧାରଣ ସୁଂଦରକାଣ୍ଡ ପାଠ କରନ୍ତୁ l  ଏଭଳି କରିବା ଦ୍ୱାରା ଜୀବନରେ ଧନ ପ୍ରାପ୍ତି ସଂଯୋଗ ଘଟିବ l

– ତୁଲାରାଶି – ଏହି ରାଶିର ବ୍ୟକ୍ତି ଆଜିର ଦିନରେ ହନୁମାନ ଙ୍କୁ ତୁଳସୀ ଅର୍ପଣ କରିବା ସହିତ ହଳଦିଆ ପୁଷ୍ପ ଅର୍ପଣ କରନ୍ତୁ ଓ ବଜରଙ୍ଗ ବାଣ ପାଠ କରନ୍ତୁ l  ଏପରି କରିବା ଦ୍ୱାରା ମନୋବଞ୍ଚିତ ଫଳ ପ୍ରାପ୍ତି ହେବ l

– ବିଛା ରାଶି – ଆଜିର ଦିନଟି ଖୁବ ଶୁଭ ହୋଇ ଥିବାରୁ ବିଛା ରାଶିର ବ୍ୟକ୍ତି ମାଙ୍କଡ଼ ମାନଙ୍କୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ l ଏହାଛଡା ହାତରେ ତୁଳସୀ ଧରି ହନୁମାନ ଚାଳିଶା ପାଠ କରନ୍ତୁ l ପାଠ ଶେଷ ରେ ସେହି ତୁଳସୀ ହନୁମାନ ଙ୍କ ନିକଟରେ ଅର୍ପଣ କରି ଦିଅନ୍ତୁ l

– ଧନୁ ରାଶି – ଏହି ରାଶିର ବ୍ୟକ୍ତିମାନେ ଆଜିର ଦିନରେ ହନୁମାନ କବଚ ପାଠ କରିବା ସହିତ ମନ୍ଦିର ରେ ହନୁମାନ ଚାଳିଶା ଦାନ କରନ୍ତୁ l  ଏହାଛଡା ନିଜ ରୋଜଗାର ମୁତାବକ ଜଳ ଦାନ କରନ୍ତୁ l

– ମକର ରାଶି – ମକର ରାଶିର ବ୍ୟକ୍ତିମାନେ ଆଜିର ଦିନରେ ହନୁମାନ ଙ୍କ ନିକଟରେ ଶ୍ରୀରାମ ନାମ ୧୦୮ ଥର ଜପ କରନ୍ତୁ ଓ ଲଡୁ ଭୋଗ ଅର୍ପଣ କରନ୍ତୁ l  ଏହାଦ୍ୱାରା ଆର୍ଥିକ ସ୍ଥିତି ଠିକ ରହିବ ଓ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ l

– କୁମ୍ଭ ରାଶି – ଏହି ରାଶିର ବ୍ୟକ୍ତି ଆଜିର ଦିନରେ ସୁନ୍ଦରକାଣ୍ଡ ପାଠ କରନ୍ତୁ ଏବଂ ମାଛ ମାନଙ୍କୁ ଖାଦ୍ୟ ଖାଇବାକୁ ଦିଅନ୍ତୁ l  ଏଭଳି କରିବା ଦ୍ୱାରା ଜୀବନ ର ସମସ୍ତ କଷ୍ଟ ଓ ବିଘ୍ନ ଦୂର ହେବ ଓ ଜୀବନ ସୁଖମୟ ହେବ l

– ମୀନ ରାଶି – ଆଜିର ଦିନରେ ଉଭୟ ମହାଦେବ ଓ ହନୁମାନ ଙ୍କ ନିକଟରେ ଅଖଣ୍ଡ ଦୀପ ଅର୍ପଣ କରନ୍ତୁ l ଏହାଛଡା ଅଯୋଧ୍ୟା କାଣ୍ଡ ପାଠ କରନ୍ତୁ ଏବଂ ଵୃଦ୍ଧାଶ୍ରମ ରେ ଭୋଜନ କରାନ୍ତୁ l ଯାହାକି ଆପଣଙ୍କ ପାଇଁ ନୂଆ ସୁଯୋଗ ଆଣିବ l  ଏହାଛଡା ବ୍ୟବସାୟ ରେ ମଧ୍ୟ ସଫଳ ହେବେ l

Leave A Reply