Odisha news

ଏନର୍ଜି ବୁଷ୍ଟର ମିଶିରୀ ପାଣି : ଗ୍ରୀଷ୍ମ ଋତୁରେ ନିୟମିତ ସେବନ କରନ୍ତୁ ମାତ୍ର ଗୋଟିଏ ଗ୍ଲାସ ମିଶିରୀ ପାଣି ଓ ପାଆନ୍ତୁ ଚମତ୍କାର ଲାଭ

0

ବର୍ତମାନ ଚାରିଆଡେ ତାପମାତ୍ରା ବୃଦ୍ଧି ସହିତ ଗରମ ପ୍ରବାହ ହୋଇ ଚାଲିଛି l ଏହି ସମୟରେ ଯେତେ ଅଧିକ ପାଣି ପିଇବା ଏହା ଆମ ଶରୀର କୁ ଅନେକ ଲାଭ ଦେବ l ସେଥିପାଇଁ ପ୍ରାୟ ଅନେକ ଓଡ଼ିଆ ଘରେ ଗ୍ରୀଷ୍ମ ଋତୁରେ ମିଶିରୀ ପାଣିର ଉପଯୋଗ ହୋଇଥାଏ l  ମିଶିରୀ ହେଉଛି ଅପରିସ୍କୃତ ଚିନି ର ଗୋଟିଏ କିସମ ଅଟେ l  ଯାହାର ବ୍ୟବହାର ସମସ୍ତ ଭାରତୀୟ ପରିବାର ରେ ହୋଇଥାଏ l  ଏହାଛଡା ମିଶିରୀ କୁ ଔଷଧ ରେ ମଧ୍ୟ ପ୍ରୟୋଗ କରାଯାଇ ଥାଏ l ମିଶିରୀ ରେ ଅନେକ ସ୍ୱାସ୍ଥ୍ୟଗତ ଗୁଣ ରହିଛି ଯାହାକୁ ଆମେ ଜାଣି ନାହୁଁ l ଆସନ୍ତୁ ଆଜି ଜାଣିବା ମିଶିରୀ ରହିଥିବା ପୋଷାକ ତତ୍ୱ ବିଷୟରେ l

– ମିଶିରୀ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭ ଦାୟକ ଅଟେ l ଆମ ଶରୀର ର ଫୁଲା କୁ କମାଇବା ପାଇଁ ଆବଶ୍ୟକ ରହିଥିବା ଖଣିଜ ଓ ଯୌଗିକ ରେ ଭରପୁର ଅଟେ ମିଶିରୀ l ଆଖୁ ରସ କିମ୍ବା ତlଳ ରସକୁ ବାଷ୍ପୀତ କରି ପ୍ର୍ରସ୍ତୁତ ହୋଇଥିବା ମିଶିରୀ ଶରୀର କୁ ଥଣ୍ଡା ରଖିଥାଏ l

– ମିଶିରୀ ର ଉପଯୋଗ ୩ ଦୋଷ -ବାତ , ପିତ୍ତ  ଓ କଫ ଦୋଷ କୁ ସନ୍ତୁଳିତ କରି ରଖିଥାଏ l ଗ୍ରୀଷ୍ମ ଋତୁରେ ଯେତେବେଳେ ତାପମାତ୍ରା ବୃଦ୍ଧି ପାଇଥାଏ, ସେତେବେଳେ ସାଧାରଣ ଭାବରେ ଗୋଟିଏ ସତେଜ ପାନୀୟ ଭାବରେ ମିଶିରୀ ପାଣିର ବ୍ୟବହାର କରାଯାଇ ଥାଏ l ଯାହାକି ମନ ଓ ଶରୀର କୁ ଶାନ୍ତ କରିଥାଏ l

– ଆୟୁର୍ବେଦ ରେ କୁହାଯାଇଛି ଯେ ମିସିରି ପାଚନ ତନ୍ତ୍ରକୁ ଗ୍ରୀଷ୍ମ ଋତୁରେ ଠିକ ରଖିଥାଏ l  ଏହା ପାଚନ ରସର କ୍ଷରଣ କୁ ବୃଦ୍ଧି କରିଥାଏ ଓ ପାଚନ ତନ୍ତ୍ରକୁ ଉତେଜିତ କରିଥାଏ l  ଯେଉଁ କାରଣରୁ ଖାଦ୍ୟ ହଜମ ହେବାରେ ସାହାଯ୍ୟ ମିଳିଥାଏ l ଏହାଛଡା ମିଶ୍ରି ଓ ପାନ ମଧୁରୀ କୁ ମିଶାଇ ସେବନ କରିବା ଦ୍ୱାରା ଖାଦ୍ୟ ହଜମ ହେବାରେ ସାହାଯ୍ୟ ମିଳିଥାଏ l

– ମିଶିରୀ ରେ କ୍ୟାଲସିୟମ, ଆଇରନ ଓ ଫସଫରସ ଭରପୁର ମାତ୍ରାରେ ରହିଥାଏ l ଯାହା ସ୍ୱାସ୍ଥ୍ୟ, ହାଡ଼ ଓ ଦାନ୍ତ ପାଇଁ ଖୁବ ଜରୁରୀ ଅଟେ l ଶରୀର ରେ ହେମୋଗ୍ଲୋବିନ ଠିକ ରଖିବା ପାଇଁ ଆୟୁର୍ବେଦ ରେ ମିଶ୍ରି ସେବନ କରିବାକୁ ପରାମର୍ଶ ଦିଆଯାଇ ଥାଏ l ନିୟମିତ ମିଶ୍ରି ସେବନ କରିବା ଦ୍ୱାରା ହେମୋଗ୍ଲୋବିନ ଠିକ ରହିଥାଏ ଓ ରକ୍ତ ସଂଚାଳ ଠିକ ଭାବରେ ହୋଇଥାଏ l

– ଶୀତ ଋତୁ ହେଉ କି ଗ୍ରୀଷ୍ମ ଋତୁ ମିଶିରୀ ର ଉପଯୋଗ ବିଶେଷ ଭାବରେ ଗଳା ଦରଜ, ଥଣ୍ଡା ଓ କାଶ ପାଇଁ  ମଧ୍ୟ କରାଯାଇ ଥାଏ l ଯଦି ଆପଣ ସର୍ଦି କାଶ ରେ ପୀଡିତ ଅଛନ୍ତି ତେବେ ମିଶ୍ରି କୁ ଗୁଣ୍ଡ କରି ସେଥିରେ ଗୋଲ ମରିଚ ଗୁଣ୍ଡ ଓ ଦେଶୀ ଘିଅ ମିଶାଇ ସେବନ କରନ୍ତୁ l ନିୟମିତ ରାତିରେ ଏହାକୁ ସେବନ କରିବେ ଓ ସାମାନ୍ୟ ଉଷୁମ ଦୁଗ୍ଧ କିମ୍ବା ପାଣି ସେବନ କରିବେ l

– ଗ୍ରୀଷ୍ମ ଋତୁରେ ଅତ୍ୟଧିକ ଗରମ କାରଣରୁ ଡି – ହାଇଡ୍ରେସନ ସମସ୍ୟାର ଆମେ ସମୁଖୀନ ହୋଇଥାଏ l ତେଣୁ ଦିନରେ ଯଦି ଆପଣ ୨ରୁ୩ ଥର ମିଶିରୀ ପାଣି ସେବନ କରିବେ ଏହା ଆପଣଙ୍କ ପାଇଁ ଏନର୍ଜୀ ବୁଷ୍ଟର ଭଳି କାର୍ଯ୍ୟ କରିବ l ଶରୀର କୁ ଶକ୍ତି ଯୋଗାଇବା ସହିତ ସୁରକ୍ଷିତ ରଖିବ l ବଜାରରେ ମିଳୁଥିବା ବିଭିନ୍ନ ଆର୍ଟିଫିସିଆଲ ପାନୀୟ ପରିବର୍ତେ ମିଶିରୀ ପାଣି ଅନେକ ମାତ୍ରାରେ ଶରୀର ପାଇଁ ସ୍ୱାସ୍ଥ୍ୟକର ଅଟେ l

Leave A Reply