Odisha news

ଘଟଗାଁ ବନବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

0

ଘଟଗାଁ – କେନ୍ଦୁଝର ଜିଲ୍ଲା ଘଟଗାଁ ବନବିଭାଗ ପକ୍ଷରୁ ଜଙ୍ଗଲ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଘଟଗାଁ ବ୍ଲକ ଅନ୍ତର୍ଗତ ବଡ଼ଜାମୁପସି, ବାଈଗଣପାଳ ଓ ନଳବିଲା ଗ୍ରାମରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପଶୁ ଶିକାର ରୋକିବା,ନିଆଁ ଦାଉରୁ ଜଙ୍ଗଲ ରକ୍ଷା କରିବା ଏବଂ ଜଂଗଲ ସୁରକ୍ଷା ନେଇ ଏକ ସଚେତନତା ଶୋଭାଯାତ୍ରାରେ ବନକର୍ମଚାରି ମାନଙ୍କ ସହିତ ବହୁ ସଂଖ୍ୟାରେ ମହିଳା ମାନେ   ସାମିଲ ହୋଇଥିଲେ । ଏହି ସଚେତନତା ଶୋଭାଯାତ୍ରା ରେ ଘଟଗାଁ ରେଞ୍ଜର ପ୍ରଭାତ କୁଅଁର,ଫରେଷ୍ଟର ଯତୀନ୍ଦ୍ର ସାହୁ ,ସ୍ଥାନିୟ ଏସଏସଜି ମହିଳା ଓ ବନ କର୍ମଚାରୀ ମାନେ ସାମିଲ ହୋଇ ଶୋଭାଯାତ୍ରା ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିଥିଲେ।

Leave A Reply