Odisha news

ନଦୀରେ ଗାଧୋଇବା ହେଲା କାଳ : ବୈତରଣୀ ନଦୀରେ ବୁଡ଼ି ଜଣେ ଆହତ ଜଣେ ମୃତ

0

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବୈତରଣୀ ନଦୀ ଘାଟରେ ଗାଧୋଇବା ସମୟ ରେ ବୁଡ଼ିଯାଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି ସୂଚନା ଅନୁଯାୟୀ ଆନନ୍ଦପୁର ବସଷ୍ଟାଣ୍ଡ ନିକଟରେ ମୋବାଇଲ ଯନ୍ତ୍ରାଂଶ ବିକ୍ରୟ କରୁଥିବା ରଘୁନାଥ ପୃଷ୍ଟି ଙ୍କ ପୁଅ ଆଶିଷ ପୃଷ୍ଟି ଏବଂ 5ଜଣ ସାଙ୍ଗ ମାନଙ୍କ ସହିତ ନଦୀକୁ ଗାଧୋଇବାକୁ ଆସିଥିଲେ ଆଶିଷ ଙ୍କ ସହିତ ଅନ୍ୟ ସାଙ୍ଗ ମାନେ ହାତ ଧରାଧରି ହୋଇ ଗାଧୋଇବା ସମୟ ରେ ଅସାବଧାନତା ଯୋଗୁଁ ନଦୀ ସ୍ରୋତ କୁ ଚାଲି ଯାଇଥିଲେ ନିକଟରେ ଥିବା ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ଆଶିଷ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଏହି ଘଟଣା କୁ ନେଇ ପରିବାର ସମେତ ତାଙ୍କ ପ୍ରିୟ ପରିଜନ ଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି ।

Leave A Reply