Odisha news

ଚଢିଆ ପୋଲି ଦଣ୍ଡ ନାଚ ରେ ଅଘଟଣ, ମଞ୍ଚ ସଜାଡୁଥିବା ସମୟରେ ବିଦୂତ ତାର ରେ ଲାଗି ଜଣେ ମୃତ୍ୟୁ

0
ଜଗନ୍ନାଥ ପ୍ରସାଦ : 29/03 : ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଚଢିଆପୋଲି ଗ୍ରାମ ରେ ହେବାକୁ ଥିବା  ଦଣ୍ଡ ଯାତ୍ରା ର ମନୋରଞ୍ଜନ ନାଟକ ପରିବେଷଣ କରିବା ପାଇ ମଞ୍ଚରେ ଚଢି ମଞ୍ଚ ସଜାଡୁ ଥିବା ସମୟରେ ବିଦୂତ ତାର ସଂସ୍ପର୍ଶ ରେ ଆସି ମୃତ୍ୟୁ ବରଣ କରିଛନ୍ତି l ମୃତକ ଜଣକ ହେଲେ ଚଢିଆପୋଲି ଗ୍ରାମର ଦେବ ବେହେରା ବୟସ 55 lସୂଚନା ପ୍ରକାରେ ଗତକାଲି ଚଢିଆପୋଲି ଗ୍ରାମରେ ଥିବା ମା ଦକ୍ଷିଣକାଳୀ ଙ୍କ ଦଣ୍ଡଯାତ୍ରା ର ପ୍ରଥମ ରାତ୍ର ରେ ଖେଳିବାକୁ ଥିବା ସାମାଜିକ ନାଟକ ପାଇଁ ମଞ୍ଚ ପ୍ରସ୍ତୁତ ହେଉଥିଲା l ଏହି ସମୟରେ ଗ୍ରାମର ମୃତ ଦେବ ମଞ୍ଚ ଉପରେ ଚଢି ମଞ୍ଚ ସଜାଡୁ ଥିଲେ କାର୍ଯ୍ୟବ୍ୟସ୍ତତା ଭିତରେ ମଞ୍ଚ ଉପର ଦେଇ ଯାଇଥିବା ଛିଣ୍ଡା  କେବୁଲ ତାର ରେ ହାତ ପଡିଯାଇଥିଲା l ଏହା ଦେଖି ଗ୍ରାମବାସି ବିଦୂତ କାଟ କରି ଦେବ କୁ ଉଦ୍ଧାର କରିଥିଲେ l
ଦେବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ଥିବାରୁ ସଙ୍ଗେ ସଙ୍ଗେ 108 ଆମ୍ବୁଲାନ୍ସ ଜରିଆରେ ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା l ଡାକ୍ତର ଦାସ କିରଣ କୁମାର ମୃତ ଘୋଷଣା କରିବା ସହ ଜଗନ୍ନାଥ ପ୍ରସାଦ ଥାନା କୁ ଖବର ଦେଇଥିଲେ l ସୂଚନା ପାଇ ଜଗନ୍ନାଥ ପ୍ରସାଦ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ କେସ ନମ୍ବର 193/23 ରୁଜୁ କରି ଶବବ୍ୟବଛେଦ ପାଇଁ ଭଞ୍ଜନଗର ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିବା  ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି l  ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ଙ୍କ ନିର୍ଦେଶ କ୍ରମେ ଏସଆଇ ପ୍ରଭାତ କୁମାର ସୁବୁଦ୍ଧି ଚଢିଆପୋଲି ଗ୍ରାମରେ ପହଂଚି ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ରହିଛି
Leave A Reply