Odisha news

ଅଜଣା ଗାଡ଼ି ଧକ୍କାରେ ଯୁବତୀଙ୍କ ମୃତ

0

ଆଠଗଡ ତା ୨୩/୩/୨୩ ଆଠଗଡ ଥାନା ଅନ୍ତର୍ଗତ ରାଜନଗର ପଞ୍ଚାୟତର ବେତଖୋଲି ଗ୍ରାମର ଅଭିରାମ ପ୍ରଧାନଙ୍କ ଝିଅ କାନ୍ତି ଲତା ପ୍ରଧାନ (୩୪) ସ୍ନାନ  ସାରି  ଘରକୁ  ଫେରୁଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା,। ଖବର ପାଇଁ ଗ୍ରାମବାସୀ ଘଟଣା ସ୍ଥଳରେ ପହଂଚି ଆହତ କାନ୍ତିଲତାକୁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ କାନ୍ତିଲତା ଙ୍କ ବାପା ଆଠଗଡ ଥାନାରେ ଏତଲା ଦେଇଛନ୍ତି। ଏତଲା ଆଧାରରେ ଆଠଗଡ଼ ଥାନା ସବ୍ ଇନ୍ସପେକ୍ଟର ଶକୁନ୍ତଳା ପ୍ରଧାନ ଆଠଗଡ ଥାନା କେଶ ୬୨/୨୦୨୩  ମାମଲା ରୁଜୁ କରି ଶବ  ବ୍ୟବଚ୍ଛେଦ ପରେ  ପରିବାରଙ୍କୁ ହସ୍ତାନ୍ତର କରିଥିଲେ।ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ସବ୍ ଇନ୍ସପେକ୍ଟର ପ୍ରଧାନ ପ୍ରକାଶ କରିଥିଲେ।

Leave A Reply