ଯେଭଳି ଆମେ କିଛିଟା ଖରାପ ଘଟିବା ପୂର୍ବରୁ ଲକ୍ଷ୍ମୀଙ୍କ ସଂକେତ ପାଇଥାଉ, ସେହିଭଳି ଭଲ ସମୟ ଆସିବା ପୂର୍ବରୁ ମଧ୍ୟ କିଛିଟା ସଂକେତ ମିଳିଥାଏ l ଧନର ଦେବୀ ମା ଲକ୍ଷ୍ମୀଙ୍କ କୃପା ପ୍ରାୟ ସମସ୍ତେ ଲାଭ କରିବାକୁ ଚାହିଁ ଥାଆନ୍ତି l ତେଣୁ ଶାସ୍ତ୍ର ଅନୁସାରେ ମା ଲକ୍ଷ୍ମୀଙ୍କ ଆଗମନ ପୂର୍ବରୁ ମିଳିଥାଏ କିଛିଟା ବିଶେଷ ସଂକେତ l ମାନ୍ୟତା ଅନୁସାରେ କୁହାଯାଇଛି ଯେ ମା ଲକ୍ଷ୍ମୀଙ୍କ ଆଗମନ ପୂର୍ବରୁ ଆମକୁ କିଛିଟା ବିଶେଷ ସଂକେତ ଲାଭ ହୋଇଥାଏ l
– ସ୍ଵପ୍ଣଶାସ୍ତ୍ର କୁ ହିନ୍ଦୁ ଧର୍ମରେ ମା ଲକ୍ଷ୍ମୀଙ୍କ ଆଗମନ ସହିତ ତୁଳନା କରାଯାଇଛି l ତେଣୁ ସ୍ବପ୍ନ ଶାସ୍ତ୍ରରେ ଯଦି ଆପଣଙ୍କୁ ସ୍ୱପ୍ନରେ ନାଲି ଫୁଲ, ହଳଦିଆ ଫୁଲ କିମ୍ବା ଅନେକ ଗୁଡିଏ ଫୁଲ ଦେଖିବାକୁ ମିଳୁଛି ତେବେ ଏହା ଧନ ଲାଭର ଆଗମନ ହୋଇଥାଏ l କାହିଁକି ନା ଫୁଲ କୁ ଗୋଟିଏ ଶୁଭ ଜିନିଷ ସହିତ ତୁଳନା କରାଯାଇ ଥାଏ l ଯାହା ପବିତ୍ରତା ର ପ୍ରତୀକ ଅଟେ l
– ଯଦି ଆପଣ ନିଜ ସ୍ୱପ୍ନରେ ସ୍ଵର୍ଣ ପଦାର୍ଥ ଦେଖୁଛନ୍ତି ତେବେ ଏହା ଲକ୍ଷ୍ମୀଙ୍କ ଆଗମନ ର ପ୍ରତୀକ ଅଟେ l ନଚେତ ଏହା ଜୀବନ ରେ କିଛିଟା ଶୁଭ ସଂକେତ ନେଇ ଆସିଥାଏ ବୋଲି ଜାଣିବେ l ଏହି ସଂକେତ ଆପଣଙ୍କ କାର୍ଯ୍ୟ ଦକ୍ଷତା କୁ ବୃଦ୍ଧି କରିଥାଏ l
– ନୃତ୍ୟ ଗୋଟିଏ ଭାବାତ୍ମକ ଓ ପବିତ୍ର କାର୍ଯ୍ୟ ଅଟେ l ଏହାକୁ ନିଶ୍ଚିତ ଭାବରେ ଭାବନା ସହିତ ଯୋଡାଯାଇ ଦେଖା ଯାଇଥାଏ l ଶାସ୍ତ୍ର ଅନୁସାରେ ଯଦି ଆପଣ ସ୍ବପ୍ନ ରେ ନୃତ୍ୟାଙ୍ଗନା ମାନଙ୍କୁ ଦେଖୁଛନ୍ତି ତେବେ ଏହା ଆପଣଙ୍କୁ ଅଚାନକ ଭାବରେ ଧନ ଲାଭର ସୁଯୋଗ ଦେଇଥାଏ l
– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସ୍ୱପ୍ନରେ ମୂଷା ଦେଖିବା ଗଣେଶ ଙ୍କ ସହିତ ମା ଲକ୍ଷ୍ମୀଙ୍କ ଆଗମନ ର କାରଣ ହୋଇଥାଏ l ତେଣୁ ସ୍ୱପ୍ନରେ ଗଣେଶ ଦେଖିବା ଶୁଭ ଅଟେ l
– ଏହାଛଡ଼ ଯଦି ଆପଣ ସ୍ୱପ୍ନରେ ପ୍ରବଳ ଜୋରେ ବର୍ଷା ହେଉଥିବାର ଦେଖିବେ ତେବେ ଏହା ଜୀବନ ରେ ଧନ ଲାଭର ଆଗମନ ଅଟେ ଓ ଏହା ନୂଆ ଫସଲ ଉତ୍ପାଦନ ର ମଧ୍ୟ ସୂଚନା ଦେଇଥାଏ l
– ଯଦି ଆପଣ ସ୍ୱପ୍ନରେ ଉଡୁଥିବା ପେଚାକୁ ଦେଖିବେ ତେବେ ଏହା ଶୁଭ ସଂକେତ ଅଟେ ବୋଲି ଜାଣିବେ l ଏହାଦ୍ୱାରା ଆପଣଙ୍କ ଜୀବନ ରେ ଭଲ ସମୟର ଆଗମନ ହେବ l ପେଚା ମା ଲକ୍ଷ୍ମୀଙ୍କ ବାହନ ଅଟେ ଓ ଏହା ଧନର ଆଗମନ ବା କୌଣସି କାର୍ଯ୍ୟରେ ସଫଳତା ନେଇ ଆସିଥାଏ l
– ଯଦି ଆପଣ ସ୍ୱପ୍ନରେ ଦେଖୁଛନ୍ତି କୌଣସି ଭଗବାନ ଙ୍କ ମନ୍ଦିର, କିମ୍ବା ଦେବଦେବୀ ଙ୍କ ପୂଜା ତେବେ ଏହା ଶୁଭ ସଂକେତ ଅଟେ l ଏହାଦ୍ୱାରା ଲକ୍ଷ୍ମୀ କୃପା ଲାଭ ହୋଇଥାଏ l