Odisha news

ନୟାଗଡ଼ରେ ବୃଦ୍ଧି ପାଉଛି ଅପରାଧିକ କାର୍ଯ୍ୟ, ନିୟନ୍ତ୍ରଣ ହରାଉଛି ପୋଲିସ୍ , ଚିନ୍ତା ବଢ଼ାଇଛି ଜିଲ୍ଲାରେ ବନ୍ଧୁକ କାରଖାନା : ଦିନ ଦ୍ୱିପ୍ରହରେ ଡକାୟତି ଓ ପୋଲିସ୍ କୁ ମାଡ଼ ଘଟଣା

0

ନୟାଗଡ଼ : କୃଷି ଭିତ୍ତିକ ନୟାଗଡ଼ ଜିଲ୍ଲାରେ ବିକାଶ ପରିବର୍ତ୍ତେ ବଢ଼ୁଛି ଅପରାଧିକ କାର୍ଯ୍ୟ । ଦିନକୁ ଦିନ ଜିଲ୍ଲାର ବିଭିନ୍ନ ଥାନା ଓ ଫାଣ୍ଡି ଅଚଂଳରେ ଅସାମାଜିକତତ୍ୱଙ୍କ ଦୌରାତ୍ମା ସାଧାରଣ ଜନଜୀବନକୁ ପ୍ରଭାବିତ କରୁଛି । ଜିଲ୍ଲାରେ ବେଆଇନ ବନ୍ଧୁକ ତିଆରି କାରଖାନା ଚାଲୁଥିବା ବେଳେ ଦିନ ଦ୍ୱିପ୍ରହରେ ଡକାୟତି ଏପରିକି ପୋଲିସ୍ କୁ ମାଡ଼ମାରି ଲହୁଲୁହାଣ କରି ପକାଇବା ଭଳି ଅସ୍ୱାଭାବିକ ଘଟଣା ପୋଲିସ୍ ପ୍ରଶାସନ ପ୍ରତି ଅଙ୍ଗୁଳି ନିଦେ୍ର୍ଦଶ କରିଛି । ଅପରାଧ ନିୟନ୍ତ୍ରଣରେ ପୋଲିସ ବ୍ୟବସ୍ଥା ସକ୍ଷମ ହେଉ ନଥିବା ସଚେତନ ନାଗରୀକ ଉପଲବ୍ଧି କରୁଥିବା ବେଳେ ଏସ୍ ପି କହିଛନ୍ତି ପୋଲିସ୍ ସର୍ବଦା ତତ୍ପର ରହିଛି ।
ନୟାଗଡ଼ ଜିଲ୍ଲାର ଜିଲ୍ଲାର ୭୦ ପ୍ରତିଶତରୁ ଅଧିକ ନାଗରୀକ କୃଷି ଉପରେ ନିର୍ଭରଶୀଳ । କୃଷିଭିତ୍ତିକ ଏକମାତ୍ର ଶିଳ୍ପ ଚିନି କାରଖାନା ଏଠାରେ ବନ୍ଦ ହୋଇ ଯାଇଛି । ରୋଗଜାର ସୃଷ୍ଟି ଲାଗି କୌଣସି ବିକଳ୍ପ ପନ୍ଥା ଦାହିଁ । ହେଲେ ସଭା ସମିତିରେ ନେତାଙ୍କ ବିକାଶ ଓ ଉନ୍ନତି ନାମରେ ପ୍ରବଚନ କେବଳ ରାଜନୈତିକ ସୁବିଧା ହାସଲ ଲାଗି ଉଦ୍ଦିଷ୍ଠ ରହିଛି । ବେକାର ସମସ୍ୟାରୁ ବେରୋଜଗାରୀ ଜିଲ୍ଲାରେ ଯୁବ ଗୋଷ୍ଠୀଙ୍କୁ ପଥ ଭ୍ରଷ୍ଟ କରୁଥିବା ଦେଖାଯାଉଛି । ଅନେକ ସ୍ଥଳେ ଅପରାଧିକ କାର୍ଯ୍ୟରେ ବେକାରୀ ଯୁବକ ସାମିଲ ରହୁଥିବା ନଜିର ରହିଛି । ନୟାଗଡ଼ ସହରରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ଛକ ବଜାରରେ ଖୋଲା ଖୋଲି ବ୍ରାଉନସୁଗାର, ଗଂଜେଇ, ଅଫିମ ଓ ଚୋରା ମଦ କାରବାର ଯୁବ ସମାଜକୁ ଅଧିକ ବିପଥଗାମୀ କରିଛି । ଏସବୁ ସମସ୍ୟାର ସମାଧାନ ଓ ନିରାକରଣ ଲାଗି ପୋଲିସ, ପ୍ରଶାସନ ଓ ଲୋକ ପ୍ରତିନିଧି କ୍ଷେତ୍ରରେ ବିଶେଷ ତତ୍ପରତା ଦେଖା ଯାଉନାହିଁ ।
ଜିଲ୍ଲାରେ ଅପରାଧ ଘଟଣା ବଢ଼ି ଚାଲିଛି । ଓଡ଼ଗାଁ ଥାନା ଅଚଂଳର ଏକ ଗାଁରେ ଖୋଲା ଖୋଲି ବନ୍ଧୁକ ତିଆରି କାରଖାନା ଚାଲିଥିବା ଗଂଜାମ ଜିଲ୍ଲା ପୋଲିସ୍ ପର୍ଦ୍ଦାଫାସ୍ କରିବା ପରେ ଜିଲ୍ଲା ପୋଲିସ ର ଦୁର୍ବଳତା ପଦାରେ ପଡ଼ିଛି । ନୟାଗଡ଼ ସହରରେ ସନ୍ଧ୍ୟା ପରେ ନିଶାଡ଼ି ଓ ଅସାମାଜିକ ତତ୍ୱଙ୍କ ସକ୍ରୀୟ କାର୍ଯ୍ୟକଳାପ ଜନତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଛକ ବଜାର ଓ ସର୍ବସାଧାରଣ ସ୍ଥାନରେ ଖୋଲା ଖୋଲି ବେଆଇନ୍ ନିଶା କାରବାର ଚାଲୁଥିବା ଅଭିଯୋଗ ହୋଇ ଆସୁଛି । ସହରାଚଂଳରେ ରାତ୍ରିକାଳୀନ ପୋଲିସ୍ ପାଟ୍ରୋଲିଂ ହେଉ ନଥିବାରୁ ଚୋରୀ ଘଟଣା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ରାତି ୯ଟା ପରେ ସହରର ବିଭିନ୍ନ ଅଚଂଳରେ ଉତ୍ସୃଙ୍ଖଳୀତ ତତ୍ୱଙ୍କ କାର୍ଯ୍ୟ ସାଧାରଣ ନାଗରୀକଙ୍କ ଶାନ୍ତିଭଙ୍ଗ କରୁଥିବା ଅଭିଯୋଗ ରହିଛି । ଏସବୁ ପରେ ମଧ୍ୟ ପୋଲିସ୍ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା ଅନେକ ଅଭିଯୋଗ ହେଉଛି । ଜିଲ୍ଲାର ବିଭିନ୍ନ ଥାନାଫାଣ୍ଡି ଅଂଚଳରେ ଘଟୁଥିବା ସମ୍ବେଦନଶୀଳ ଅପରାଧିକ ଘଟଣା ସାଧାରଣ ଜନତାଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି । ଶରଣକୁଳ ଥାନା ଗୋଡ଼ିପଡ଼ା ଫାଣ୍ଡି ସମ୍ମୁଖ ବଜାରରୁ ଦିନ ଦ୍ୱୀପ୍ରହରରେ ବୋମା ବନ୍ଧୁକ ଫୁଟାଇ ଡକାୟତି ଘଟଣାର ଅପରାଧିଙ୍କୁ ପୋଲିସ୍ ଧରିପାରି ନାହିଁ । ଘଟଣା ୬ମାସରୁ ଅଧିକ ସମୟ ଅତିକ୍ରମ କରିଥିବା ବେଳେ ଲୋକଙ୍କ ନିକଟରେ ପୋଲିସ୍ ବିଶ୍ୱାସନୀୟତା ହରାଇଛି ।
ବିଷେଶ କରି ଅପରାଧ ନିୟନ୍ତ୍ରଣ ଦାୟୀତ୍ୱ ବହନ କରୁଥିବା ପୋଲିସ୍ ନିଜେ ଅପରାଧିଙ୍କ ଆକ୍ରମଣର ଶିକାର ହେବା ଦୁର୍ଭାଗ୍ୟ ଜନକ କହିଛନ୍ତି ନୟାଗଡ଼ର ଆଇନଜୀବୀ ଅମିୟ ପଟ୍ଟନାୟକ । ଫତେଗଡ଼ ଥାନା ଅଚଂଳରେ ଜଣେ ବିଚାରଧିନ ବନ୍ଦୀକୁ ପୋଲିସ୍ ଦଳ ଗିରଫ କରିବାକୁ ଯାଇ ଅଭିଯୁକ୍ତଙ୍କ ମାଡ଼ରେ ଆହତ ହେବା ଅତ୍ୟନ୍ତ ଚିନ୍ତାଜନକ ବୋଲି ଆଇଜୀବୀ ଶ୍ରୀଯୁକ୍ତ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଯେଉଁଠି ପୋଲିସ୍ ନିଜେ ସୁରକ୍ଷିତ ନୂହେଁ ସେଠାରେ ସାଧାରଣ ଧନ ଜୀବନ କେତେ ସୁରକ୍ଷିତ ତାହା ରାଜ୍ୟ ପୋଲିସ୍ ବିଭାଗ ଓ ପ୍ରଶାସନ ଚିନ୍ତା କରିବା ଆବଶ୍ୟକ ବୋଲିି ଆଇଜୀବୀ ଅମିୟ ପଟ୍ଟନାୟକ ମତ ଦେଇଛନ୍ତି । ଅନ୍ୟପକ୍ଷେ ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ କରିବାରେ ପୋଲିସ୍ ସର୍ବଦା ତତ୍ପର ରହିଥିବା ଏସ୍ ପି ଅଲେଖ ଚନ୍ଦ୍ର ପହି ପ୍ରକାଶ କରିଛନ୍ତି ।

Govt
Leave A Reply