Odisha news

ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ କର୍ମଶାଳା

0
ବ୍ରହ୍ମପୁର :  ଗଞ୍ଜାମ ଜିଲ୍ଲା ର ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସା ଜରୁରୀ ବୋଲି ସ୍ଥାନୀୟ ନନ୍ଦନ ଇଣ୍ଟରନାସନାଲ ହୋଟେଲ ଠାରେ ମାନସିକ ସ୍ୱାସ୍ଥ୍ୟ କର୍ମଶାଳା ରେ ଡା ପଦ୍ମାବତୀ ଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇଯାଇଛି। ଶିଶୁ ମଙ୍ଗଳ ସମିତି ର ସଦସ୍ୟ ହରି ହର ପାଢ଼ୀ, କିଶୋର ନ୍ୟାୟ ବୋର୍ଡ ର ସଦସ୍ୟ ବିଭୁ ପ୍ରସାଦ ସାମନ୍ତରା, ଅମିୟ ତ୍ରିପାଠୀ, ଅରୁଣାର ନିର୍ଦେଶକ ଲୋକନାଥ ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟଳୟ ଅଧିକାରୀ ଶରତ ଚନ୍ଦ୍ର ମହାରଣା, ପ୍ରମୁଖ ଉପସ୍ଥିତ ରହିଥିଲେ l ଗଞ୍ଜାମ ଜିଲ୍ଲାର ୪ଟି ଶିଶୁ ଯତ୍ନ ଅନୁଷ୍ଠାନ ର ପ୍ରାୟ ୧୮୫ ଜଣ ଶିଶୁ ରହି ଥିବା ବେଳେ ସେମାନଙ୍କୁ ଅନୁକୂଳ ପରିବେଶ ସୃଷ୍ଟି କରିବା, ମାନସିକ, ସ୍ୱାସ୍ଥ୍ୟ, ସମ୍ପର୍କରେ ସଚେତନ ଆଦି କରିବା, ଉନ୍ନତି, ଆଚରଣ ଉଚ୍ଚାରଣ ଗତ ସମସ୍ୟା ହ୍ରାସ, ମାନସିକ ସ୍ୱାସ୍ଥ୍ୟ ଉପରେ ପରାମର୍ଶତା ,ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକଳାପ ଜାରି ରଖିବା, ଏବଂ ସ୍ୱାସ୍ଥ୍ୟ ପ୍ରୋତ୍ସାହନ ଉପରେ ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ। ସଚେତନତା ସୃଷ୍ଟି ଦେଲେ ଆଇନ ଦ୍ଵନ୍ଦ ରେ ଥିବା ଅନ୍ତେବାସୀ କିମ୍ବା ସୁରକ୍ଷା ଓ ଯତ୍ନ ଲୋଡୁଥିବା ଶିଶୁ ମାନେ ମଧ୍ୟ ସମାଜରେ ଏକ ସ୍ୱତନ୍ତ୍ରତା ସୃଷ୍ଟି କରି ପାରିବେ ବୋଲି ସ୍କାରଫ ର ବରିଷ୍ଠ କର୍ମ କର୍ତା ଡା. ଶିବ ପ୍ରସାଦ ଏବଂ ପ୍ରତୋଷ ପଣ୍ଡା ଅଭିଜ୍ଞାତା ପ୍ରକାଶ କରିଥିଲେ l ଉତ୍କଳ ବାଳାଶ୍ରମ,ଗୋପାଳପୁର ର ଶ୍ରଦ୍ଧା ସଂଜୀବନୀ, ଚିକିଟି ଦିବ୍ୟ ଜୀବନ ସଂଘ, ଧରାକୋଟ ର ବାଲ୍ମୀକେଶ୍ୱେର ଅନାଥ ଆଶ୍ରମ, ପର୍ଯ୍ୟବେକ୍ଷଣ ଗୃହ ର କର୍ମକର୍ତା ଯୋଗ ଦେଇଥିଲେ ।
Leave A Reply