Odisha news

ବଡ଼ଚଣା ବ୍ଲକ କଂଗ୍ରେସ ପକ୍ଷରୁ ବିକ୍ଷୋଭ : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଲେ ଡ.ଚେଲା କୁମାର

0
ଚଣ୍ଡିଖୋଲ :  ବଡ଼ଚଣା ବ୍ଲକ କଂଗ୍ରେସ କମିଟିି ପକ୍ଷରୁ ଆଜି ବଡ଼ଚଣା ବ୍ଲକ ସମ୍ମୁଖରେ ବିକ୍ଷୋଭ ଓ ଜନସମାବେଶ ଆୟୋଜିତ ହୋଇଥିଲା! ଏଥିରେ ରାଜ୍ୟ କଗ୍ରେସ ପ୍ରଭାରୀ ଡ ଚେଲାକୁମାରଙ୍କ ସହ ବହୁ ବରିଷ୍ଠ କଂଗ୍ରେସ ନେତା ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜନ କରିଥିଲେ। କଂଗ୍ରେସ ଦଳର କର୍ମୀର ଯେତିକି କ୍ଷମତା ବିଜେଡିର ଜଣେ ବିଧାୟକ ଓ ମନ୍ତ୍ରୀଙ୍କ ପାଖରେ ସେତିକି କ୍ଷମତା ନାହିଁ ବୋଲି ନେତାମାନେ ବିଦୃପ କରି କହିଥିଲେ। ଆଜି ଗୋଟିଏ କର୍ମଚାରୀ ର ବଦଳି ବିଜେଡି ନେତା କରି ପାରୁନାହାନ୍ତି। ନବୀନ ବାବୁଙ୍କୁ ଦେଖା କରିବା ଦୂରର କଥା, ନବୀନ ନିବାସ ଯିବାକୁ ଏମାନଙ୍କର ସାହାସ ନାହିଁ ବୋଲି ମଧ୍ୟ ଅଭିଯୋଗ କରାଯାଇ ଓଡିଶାରେ ଏ କି ସରକାର ଚାଲିଛି ବୋଲି ଶ୍ରୀ ଚେଲାକୁମର ପ୍ରଶ୍ନ କରିଥିଲେ! ଚିଟଫଣ୍ଡ ଓ ଖଣି ସ୍କାମ୍ର ବିଜେଡି ଆଉ ବିଜେପି ଭାଇ ଭାଇବୋଲି ମଧ୍ୟ ଅଭିଯୋଗ କରିଥିଲେ!
କେବଳ କଂଗ୍ରେସ ହିଁ ଲୋକ ଙ୍କ ସହିତ ଅଛି ବୋଲି ସେ କହିଥିଲେ! ବଡ଼ଚଣା ବ୍ଲକ ସମ୍ମୁଖରେ ଅନୁଷ୍ଠିତ ଗଣବିକ୍ଷୋଭ ଓ ବିଶାଳ ଜନସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରଙ୍କ ଉପରେ ସେ ସିଧାସଳଖ ବର୍ଷି ଥିଲେ! ସମ୍ମାନୀତ ଅତିଥି ଭାବେ ପିସିସି ସଭାପତି ଶରତ ପଟ୍ଟନାୟକ ଯୋଗଦେଇ ଆଗାମୀ ବର୍ଷ କଂଗ୍ରେସର ସୂର୍ଯ୍ୟ ଉଦୟ ହେବ ବୋଲି କହିଥିଲେ! ଏହି କାର୍ଯ୍ୟକ୍ରମରେ ଅନ୍ୟତମ କଂଗ୍ରେସ ନେତା ବିଜୟ କୁମାର ପଟ୍ଟନାୟକ, ଶରତ ରାଉତ, ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର, ବଡ଼ଚଣା କଂଗ୍ରେସ ନେତା କ୍ୟାପଟେନ ରାଜନାରାୟଣ ମହାପାତ୍ର,,ଜୟଦେବ ଜେନା ଯୋଗଦେଇ ପ୍ରମୁଖ ଯୋଗଦେଇ ଅତୀତରେ ବଡ଼ଚଣା ବ୍ଲକରେ ବିଭିନ୍ନ ଯୋଜନାରେ ହୋଇଥିବା ଦୁର୍ନୀତି ଉପରେ ଗର୍ଜନ କରିଥିଲେ! ଏହାର ପୁନରାବୃତ୍ତି ହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଥିଲେ।ବୈଠକ ପୂର୍ବରୁ ଏକ ବିରାଟ ପଟୁଆର ବଡଚଣା ବ୍ଳକ ପର୍ଯ୍ୟନ୍ତ ଯାଇଥିଲା ଓ ସେଠାରେ ଏହି।ଜନସଭା ଆୟୋଜିତ ହୋଇଥିଲା!
Leave A Reply