ଫିଟିକିରି ଓ ହଳଦୀ ଆମ ମାନଙ୍କ ଘରେ ବ୍ୟବହାର ହେଉଥିବା ସାଧାରଣ ଜିନିଷ ଅଟେ । ହଳଦୀ ଓ ଫିଟିକିରି ରେ ଆଣ୍ଟି ଅକ୍ସିଡ଼ାଣ୍ଟ ଗୁଣ ରହିଛି । ଆମ ମାନଙ୍କର ସାଧାରଣ ଭାବରେ ରକ୍ତ ବାହାରିବା ସମୟରେ ହଳଦୀ ଓ ଫିଟିକିରି ର ଆମେ ବ୍ୟବହାର କରିଥାଉ । ହଳଦୀ ରେ ଥିବା ଆଣ୍ଟି ବ୍ୟାକ୍ଟେରିଆ ଗୁଣ ବ୍ୟାକ୍ଟେରିଆ କୁ ନଷ୍ଟ କରିଥାଏ । ଶୀତଋତୁ ରେ ଅଧିକାଂଶ ସମୟ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଦେଖିବାକୁ ମିଳିଥାଏ । ମାଂସପେଶୀ ଯନ୍ତ୍ରଣା ପାଇଁ ମଧ୍ୟ ହଳଦୀ ଓ ଫିଟିକିରି ଖୁବ୍ ହିତକର ।
* ୟୁରିନ୍ ଇନ୍ଫେକ୍ସନ୍ ପାଇଁ ହିତକର :
ୟୁରିନ ଇନ୍ଫେକ୍ସନ୍ ପାଇଁ ଫିଟିକିରି ପାଣି ବ୍ୟବହାର ହୋଇଥାଏ । ପ୍ରତିଦିନ ଫିଟିକିରି ପାଣି ରେ ନିଜର ପ୍ରାଇଭେଟ୍ ପାର୍ଟ କୁ ଧୋଇଲେ ସଂକ୍ରମଣ ଠିକ୍ ହୋଇଥାଏ ।
* ଦାନ୍ତ ଯନ୍ତ୍ରଣା ଦୁର ହୁଏ :
ଥଣ୍ଡା ଦିନରେ ଦାନ୍ତ ଯନ୍ତ୍ରଣା ଦେଖିବାକୁ ମିଳିଥାଏ । ଏହି ସମୟରେ ଆପଣ ଫିଟିକିରି କୁ ପାଣି ରେ ପକାଇ ଗରମ୍ କରାନ୍ତୁ । ଏଥିରେ ସାମାନ୍ୟ ଲୁଣ ଓ ହଳଦୀ ମିଶାଇ ଦିନକୁ ୩ ଥର କୁଳି କରନ୍ତୁ । ଦେଖିବେ ଦାନ୍ତ ଯନ୍ତ୍ରଣା ରୁ ଆରାମ ମିଳିବ ।
* ଶ୍ୱାସ ଓ କାଶ କୁ ଠିକ୍ କରିଥାଏ :
ଫିଟିକିରି ଓ ହଳଦୀ ର ପ୍ରୟୋଗ ଶ୍ୱାସ ଓ କାଶ ପାଇଁ କରାଯାଇ ଥାଏ । ଫିଟିକିରି ରେ ଆଲୁମିନିୟମ ପୋଟାସିୟମ ସଲ୍ଫେଟ୍ ରହିଛି ।
ଫିଟିକିରି ପାଣି ରେ ହଳଦୀ ମିଶାଇ ଗର୍ଗଲ୍ କଲେ ଏଥିରୁ ଆରାମ ମିଳିଥାଏ ।
* ଝାଳ ଦୁର୍ଗନ୍ଧ ଦୂର ହୋଇଥାଏ :
ଅଧିକାଂଶ ଲୋକଙ୍କର ଝାଳ ଅତ୍ୟନ୍ତ ଦୁର୍ଗନ୍ଧ ହୋଇଥାଏ । ଏପରି ସ୍ଥିତି ରେ ବ୍ୟାକ୍ଟେରିଆ ଠାରୁ ରକ୍ଷା ପାଇବା ପାଇଁ ଫିଟିକିରି କୁ ଗୁଣ୍ଡ କରି ରଖନ୍ତୁ । ଗାଧୋଇବା ସମୟରେ ପାଣି ରେ ମିଶାଇ ଗଧୋଇଲେ ଦୁର୍ଗନ୍ଧ ଦୂର ହୋଇଥାଏ ।