Odisha news

ଏଫକ୍ୟୁ ନାଁରେ ଚାଷୀଙ୍କୁ ଶୋଷଣ : କ୍ୱିଟାଂଲ ପିଛା ୫କେଜି କଟନି ଛଟନି

0

ତାଳଚେର ତା ୧୫/୦୨ ତାଳଚେର ମିଲର୍ସ ଏବଂ ସମ୍ପାଦକ ଙ୍କ ମଧୁଚନ୍ଦ୍ରିକାରେ ଚାଷୀଙ୍କୁ ଶୋଷଣ କରାଯାଉଥିବା ନେଇ ଅଭିଯୋଗ ହେଉଛି । ଏଫକ୍ୟୁ ନାଁରେ ଚାଷୀଙ୍କ ଠାରୁ ସିଧାସଳଖ ୫କେଜି ପର୍ଯ୍ୟନ୍ତ ମନଇଚ୍ଛା ଧାନକାଟୁଛନ୍ତି ମିଲର୍ସ । ତାଳଚେର ଓ କଣିହାଁ ବ୍ଲକରେ ୧୪ଟି ଧାନ ବିକ୍ରୟ କେନ୍ଦ୍ରରେ ଧାନ କିଣା ଚାଲିଛି । ତାଳଚେର ବ୍ଲକ ବଡ଼ଜରଡ଼ା, ଧରମପୁର, ଗୁରୁଜାଙ୍ଗୁଲି, କଳମଛୁଇଁ, କଣ୍ଢାଳ ଓ କଣିହାଁ ବ୍ଲକର ବଜ୍ରକୋଟ, ବାଲିପଶି, ବିଜିଗୁଳୁ, ବୁରୁକନା, ଗଣ୍ଡମଳା, ଜରଡ଼ା, କାକୁଡ଼ିଆ, ନାଲମ, ପରାବିଲ ସ୍ଥାନ ମାନଙ୍କରେ ମଣ୍ଡିରେ ଧାନ କ୍ରୟ କରାଯାଉଛି । ଏହି ସବୁ ମଣ୍ଡିରେ ଏଫକ୍ୟୁ ମାନଙ୍କୁ ଅସ୍ତ୍ର କରି ମିଲର୍ସ ଏଭଳି ମନମାନି ଚଳାଉଥିବା ବେଳେ ଚାଷୀ କ୍ୱିଟାଂଲ ଶହେରୁ ୧୨୦ଟଙ୍କା ପର୍ଯ୍ୟନ୍ତ କ୍ଷତି ସହିବାକୁ ବାଧ୍ୟ ହେଉଛି । ବେଙ୍ଗଳାକରି ଧାନ ଅମଳ ସମୟରେ ଧୂଳି, ଗୁଡ଼ି, ଅଗାଡ଼ିର ଆଶଙ୍କା ରହୁଥିଲା, ଧାନ ଏବେ ମେସିନ୍ ଜରିଆରେ ଅମଳ କରାଯାଉଛି । ମେସିନ୍ ଗୁଡ଼ି, ଅଗାଡ଼ି , ଧୂଳି ସବୁ ଅଲଗା ହେଉଛି । ଅସଲ ଧାନ ହିଁ ଚାଷୀ ମଣ୍ଡିକୁ ଆଣୁଛନ୍ତି ।

ଏପରି ସ୍ଥଳରେ ମିଲର୍ସ କେଉଁ ଆଧାରରେ କ୍ୱିଟାଂଲ ପିଛା ୫କେଜି ପର୍ଯ୍ୟନ୍ତ ଧାନ କାଟୁଛନ୍ତି ମିଲର୍ସ ଧାନର ମାନ ଆଳକରି ମନଚ୍ଛା କାଟୁଛନ୍ତି ଯାହା କି ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଜିଲ୍ଳା ଯୋଗାଣ ବିଭାଗ ଏବଂ ପ୍ରଶାସନ ମିଲର୍ସ ମାନଙ୍କୁ ସୁହାଇଲା ଭଳି କାର୍ଯ୍ୟ କରୁଥିବାରୁ ମିଲର୍ସ ମାନେ ମନଇଚ୍ଛା କାର୍ଯ୍ୟ କରିଚାଲିଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ତାଙ୍କ ଉପରେ କୌଣସି ଲଗାମ ନଥିବାରୁ ସେମାନେ ବାରମ୍ବାର ଚାଷୀମନଙ୍କୁ ଶୋଷଣ କରି ଚାଲିଛନ୍ତି । ସେହିଭଳି ମଣ୍ଡି ଗୁଡ଼ିକରେ ପାନୀୟ ଜଳ, ବିଶ୍ରାମ ସ୍ଥଳୀ ନଥିବାରୁ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଅଧିକାଂଶ ସମୟରେ ଠିକ୍ ଭାବରେ ଧାନ ନେଉନଥିବାରୁ ମଣ୍ଡିରେ ଦୀର୍ଘଦିନ ଧରି ଧାନ ପଡ଼ି ରହୁଛି । ଏଣୁ ତୁରନ୍ତ ଏଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଳା ପ୍ରଶାସନ ନିକଟରେ ଚାଷୀମାନେ ଦାବି କରିଛନ୍ତି । ପୁନଶ୍ଚ ଚାଷୀ ଟୋକନ୍ ପାଇ ତାଙ୍କ ଧାନକୁ କ୍ରୟ କରାଯାଉନଥିବା ସହିତ ବହୁତ ଚାଷୀ ମଧ୍ୟ ଟୋକନରୁ ବଂଚିତ ହେଉଥିବାକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି । ଏପରିକି, ଚାଷୀ ନାମ ପଞ୍ଜିକରଣ କରିଥିଲେ ମଧ୍ୟ ଚାଷୀ ପାଖରେ ଏପର୍ଯ୍ୟନ୍ତ ଟୋକନ ବା ମେସଜ୍  ନପଂହଚିବାରୁ ଚାଷୀ ଧାନକୁ ଘରେ ରଖି ଚାତକ ପରି ଅନାଇ ଅନାଇ ଆଖିରୁ ପାଣି ମରିସାରିଲାଣି ବୋଲି ଅଭିଯୋଗ ହେଉଛି ।

Leave A Reply